Andhra Pradesh Eyes Elections in Odisha Border Villages: ଏତେ ଝାମେଲା ପରେ ବି ଚେତୁନି ଆନ୍ଧ୍ର, ପୁଣି ନିର୍ବାଚନ ଫନ୍ଦି!

Nov 22, 2026 - 22:14
Andhra Pradesh Eyes Elections in Odisha Border Villages: ଏତେ ଝାମେଲା ପରେ ବି ଚେତୁନି ଆନ୍ଧ୍ର, ପୁଣି ନିର୍ବାଚନ ଫନ୍ଦି!

ଜିଲ୍ଲା ପରିଷଦ ନିର୍ବାଚନରେ ଏତେ ଉତ୍ତେଜନା ପରେ ବି ଚେତିଲାନି ଆନ୍ଧ୍ର।

ଏବେ ପଞ୍ଚାୟତ ଭୋଟରେ ବି ଓଡ଼ିଶା ଉପରେ ଆଖି।

ସୀମାନ୍ତ ଗାଁରେ ପୁଣି କଳେ ବଳେ କୌଶଳେ ନିର୍ବାଚନ କରିବାକୁ ଫନ୍ଦି ଫିକର।

ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ଦ୍ବିତୀୟ ଓ ତୃତୀୟ ଦଫାରେ କୋରାପୁଟର କୋଟିଆ ଓ ଗଜପତିର ଗଙ୍ଗାବାଡ଼ ପଂଚାୟତରେ ନିର୍ବାଚନ କରାଇବାକୁ ଚାହୁଁଛି ଆନ୍ଧ୍ର ପ୍ରଶାସନ।

ଏଥିପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର।

ଆନ୍ଧ୍ର ତାର ଯୋଜନା ସଫଳ କରିବାକୁ ଗଜପତି ରାୟଗଡ଼ ସୀମାନ୍ତ ଗାଁର କିଛି ଲୋକଙ୍କୁ ଜନ ପ୍ରତିନିଧିର ଲୋଭ ଦେଖାଇ ୱାର୍ଡ ମେମ୍ବର ସଭ୍ୟ ଭାବେ ନିର୍ବାଚନରେ ଛିଡ଼ା କରିଛି।

ଶ୍ରୀକାକୁଲମ ଜିଲ୍ଲାର ମଂଜୁସା ବ୍ଲକରେ ସାବାକୋଟା ଓ ବୁଢାରସିଂ ପଞ୍ଚାୟତରେ ଡିସେମ୍ବର ୨ରେ ଭୋଟ୍ ହେବାକୁ ଯାଉଥିବା ବେଳେ ଏ ଦୁଇ ପଂଚାୟତ ପାଇଁ ୬ ଜଣ ଓଡ଼ିଆଙ୍କୁ ପ୍ରାର୍ଥୀ କରିଛି।

ଏ ଘଟଣା ଜଣାପଡ଼ିବା ପରେ ତୁରନ୍ତ ଗଜପତି ଜିଲ୍ଲା ପ୍ରଶାସନ ଗ୍ରାଉଣ୍ଡକୁ ଯାଇ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଇବାରେ ସଫଳ ହୋଇଛି।

ଆଉ ୩ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ, ପରବର୍ତ୍ତୀ ସମୟରେ ସେମାନଙ୍କୁ ବି ଅଟକାଇବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ।

Advertisment କୋରାପୁଟ କୋଟିଆରେ ଗତ ୩ ତାରିଖରେ ଜିଲ୍ଲା ପରିଷଦ ଭୋଟ୍ ବେଳେ ମୁହାଁମୁହିଁ ହୋଇଥିଲେ ଆନ୍ଧ୍ର ଓଡ଼ିଶା ପୋଲିସ ପ୍ରଶାସନ।

କୋଟିଆରେ ଆନ୍ଧ୍ରର ବଳପୂର୍ବକ ପ୍ରବେଶ ଉପରେ ଓଡ଼ିଶା ରୋକ୍ ଲଗାଇବାରୁ ସୃଷ୍ଟି ହୋଇଥିଲା ତୁମୁଳକାଣ୍ଡ।

ଏହା ପରେ ଆସନ୍ତା ଡିସେମ୍ବର ୨ରେ ହେବାକୁ ଥିବା ସରପଞ୍ଚ ଓ ୱାର୍ଡ ସଭ୍ୟ ଭୋଟ୍ ଲାଗି ପୁଣି କୋଟିଆରେ ପଶିବାକୁ ଉଦ୍ୟମ କରୁଛି ଆନ୍ଧ୍ର।

ଏହା ଭିତରେ ଓଡ଼ିଶା ସୀମାକୁ ଆସି ଲୋକଙ୍କୁ ମତାଉଥିବା ୨ ଆନ୍ଧ୍ର ଏଜେଣ୍ଟଙ୍କୁ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଗିରଫ କରିଛି କୋରାପୁଟ ପୋଲିସ।

ଆଉ ଏପଟେ ଓଡ଼ିଶା ପ୍ରଶାସନର ଏ ପଦକ୍ଷେପ ପରେ ଏହାକୁ ନେଇ ଏକ ପ୍ରେସମିଟରେ ବିଳି ବିଳେଇଛନ୍ତି ସାଲୁର୍ ବିଧାୟିକା ତଥା ମନ୍ତ୍ରୀ ଜି.

ସଂଧ୍ୟାରାଣୀ।

ଦୁଇ ଆଦିବାସୀଙ୍କୁ ଓଡ଼ିଶା ପୋଲିସ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଏପଟେ କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ ବୋଲି ସିଧା ସିଧା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)