FSSAI: ବିସ୍‌ଲେରି ବିରୋଧରେ ଏଫ୍‌ଏସ୍‌ଏସ୍‌ଏଆଇର ପଦକ୍ଷେପ

Nov 22, 2026 - 22:20
FSSAI: ବିସ୍‌ଲେରି ବିରୋଧରେ ଏଫ୍‌ଏସ୍‌ଏସ୍‌ଏଆଇର ପଦକ୍ଷେପ

ନୂଆଦିଲ୍ଲୀ: ବିସ୍‌ଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ବିରୋଧରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କମ୍ପାନିର ପ୍ୟାକେଜ ହୋଇଥିବା ପାନୀୟ ଜଳର ନମୁନା ଅସୁରକ୍ଷିତ ଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏଫ୍‌ଏସ୍‌ଏସ୍‌ଏଆଇ କହିଛି ଯେ ବିଶ୍ଳେଷଣ ପାଇଁ ବିସଲେରି ଇଣ୍ଟରନ୍ୟାସନାଲ ପରିସରରୁ ପ୍ୟାକେଜଡ ପାନୀୟ ଜଳ ( ମିନେରାଲ ୱାଟର ବ୍ୟତୀତ) ନମୁନା ସଂଗ୍ରହ କରାଯାଇଥିଲା।

Advertisment ଆହୁରି ପଢନ୍ତୁ : Neglect: ପୂଜାରୀବମ୍ବୁ ଭଳି ଆଉ କେତେ ଘଟଣା ହେଲେ ଚେତିବେ ସରକାର?

ସେହି ନମୁନା ଧାର୍ଯ୍ୟ ବ୍ରୋମେଟ୍‌ ସୀମା ନିୟମ ପାଳନ କରୁ ନଥିଲା। ‌ଏଥିସହିତ ଏଫ୍‌ଏସ୍‌ଏସ୍‌ ଆଇନ ୨୦୦୬ ଅଧୀନରେ ତାହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

ତେବେ କମ୍ପାନି ଏହା ବିରୋଧରେ ଆବେଦନ କରିବାରୁ ନମୁନାକୁ ରେଫରାଲ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା।

ସେଠାରେ ପଲିନ୍ୟୁକ୍ଲିୟର ଏରୋମାଟିକ ହାଇଡ୍ରୋକ୍ରାର୍ବନ ଚିହ୍ନଟ ହେବାରୁ ନମୁନାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

ଏହାପରେ ବିସଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ବିରୋଧ ରେ ଏଫ୍‌ଏସ୍‌ଏସ୍‌ ଆଇନ ୨୦୦୬ ଅଧୀନରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପଦକ୍ଷେପ ନେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)