Andhra Fishing Trawlers Rescued ୩୪ ଆନ୍ଧ୍ରଟ୍ରଲର ଉଦ୍ଧାର: ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ନଙ୍ଗର ପକାଇଲେ
ଛତ୍ରପୁର (ବସନ୍ତ କୁମାର ମହାରଣା): ବାତ୍ୟା ଅକବନ ଯୋଗୁଁ ଅଶାନ୍ତ ସମୁଦ୍ର ମଧ୍ୟରେ ଫସିଯାଇଥିବା ଆନ୍ଧ୍ରପ୍ରଦେଶର ୩୪ଟି ମାଛଧରା ଟ୍ରଲରକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି।
ସେମାନଙ୍କ ଟ୍ରଲରଗୁଡ଼ିକୁ ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ ଭାବେ ନଙ୍ଗର ପକାଇଯାଇଛି।
Advertisment Cyclone Fear: ବାତ୍ୟା ଭୟ: ଆର୍ଯ୍ୟପଲ୍ଲୀ ଜେଟିରେ ଅଟକିଲା ସମୁଦ୍ରରୁ ଉଦ୍ଧାର ଦୁଇ ଆନ୍ଧ୍ର ଟ୍ରଲର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ୩୪ଟି ମାଛ ଟ୍ରଲରକୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ।
ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ଢେଉ ସୃଷ୍ଟି ହୋଇଥିଲା।
ଫଳରେ ସେମାନେ ନିଜ ଅଞ୍ଚଳକୁ ଫେରିବା ସମ୍ଭବ ହୋଇନଥିଲା।
ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ ଗଞ୍ଜାମ ଉପକୂଳ ମୁହାଁ ହୋଇଥିଲେ।
ଏହି ୩୪ଟି ଟ୍ରଲର ମଧ୍ୟରୁ ୨୨ଟି ଗୋପାଳପୁର ବନ୍ଦରରେ ଏବଂ ୧୨ଟି ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ନଙ୍ଗର ପକାଇଛି।
Depression Intensifies ଆର୍ଯ୍ୟପଲ୍ଲୀ କୂଳରେ ଅଟକିଛି ୩୪ ରୁ ଊର୍ଦ୍ଧ୍ବ ଆନ୍ଧ୍ର ଟ୍ରଲର, ଉଦ୍ଧାର କାର୍ଯ୍ୟ ଜାରି ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ସାମୁଦ୍ରିକ ଥାନା ପୁଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା।
ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷା ତଦାରଖ କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଛି।
ସମୁଦ୍ରରେ ଫସିଛି ୩୨ରୁ ଅଧିକ ଆନ୍ଧ୍ର ଟ୍ରଲର୍, ଅଟକିଛନ୍ତି ୨୦୦ରୁ ଅଧିକ ମତ୍ସ୍ୟଜୀବୀ ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟି ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ସେମାନଙ୍କୁ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
