Anant Singh's Jail Friend: ପିଲାଦିନର ବନ୍ଧୁ ନୁହେଁ, ଜେଲ୍ରେ ହୋଇଥିଲା ବନ୍ଧୁତା! ଅନନ୍ତ ସିଂହଙ୍କ ବିବାହରେ ରହସ୍ୟମୟ ଅତିଥି
ବିହାରର ବାହୁବଳୀ ନେତା ତଥା ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଝିଅ ବିବାହ ଏବେ ଚର୍ଚ୍ଚାରେ।
ବିବାହ ଉତ୍ସବରେ ହଜାର ହଜାର ଅତିଥିଙ୍କ ଭିଡ଼ ଜମିଥିବା ବେଳେ ଜଣେ ରହସ୍ୟମୟ ଅତିଥିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ଏହି ବ୍ୟକ୍ତି ଜଣକ ନିଜକୁ ଅନନ୍ତ ସିଂହଙ୍କ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି।
ହେଲେ ତାଙ୍କ ବନ୍ଧୁତା ପିଲାଦିନରୁ ନୁହେଁ, ବରଂ ଜେଲ୍ରେ ହୋଇଥିଲା ବୋଲି ସେ କହିଛନ୍ତି।
ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
Advertisment ଅନନ୍ତ ସିଂହଙ୍କ ସାନ ଝିଅ ଶିବାଙ୍ଗୀ ସିଂହ ଆମେରିକାରେ ରହୁଥିବା ରିଷିକେଶ କୁମାରଙ୍କୁ ବିବାହ କରିଛନ୍ତି।
ପାଟନା ଜିଲ୍ଲାର ନଦୱାନ ଗାଁରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା।
ଏଥିରେ କେନ୍ଦ୍ରମନ୍ତ୍ରୀ ଲଲନ ସିଂହ, ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ, ସାଧୁ ଯାଦବ, ରାମକୃପାଳ ଯାଦବଙ୍କ ସମେତ ବହୁ ରାଜନେତା ଯୋଗ ଦେଇଥିଲେ।
ଜେଲ୍ରେ ହୋଇଥିଲା ବନ୍ଧୁତା ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ସୋଫାରେ ବସି ମୋବାଇଲରେ କଥା ହେଉଥିବା ନଜର ଆସିଛନ୍ତି।
ତାଙ୍କ ନିଶ ମଧ୍ୟ ଅନନ୍ତ ସିଂହଙ୍କ ଭଳି ଦେଖାଯାଉଛି।
ଜଣେ ସାମ୍ବାଦିକ ତାଙ୍କୁ ଅନନ୍ତ ସିଂହଙ୍କ ସହ କିପରି ପରିଚୟ ବୋଲି ପଚାରିଥିଲେ।
ଏହାର ଉତ୍ତରରେ ସେ ନିଜକୁ ଅନନ୍ତ ସିଂହଙ୍କ ବନ୍ଧୁ ବୋଲି କହିଥିଲେ।
Advertisment ସାମ୍ବାଦିକ ତାଙ୍କୁ ପିଲାଦିନର ବନ୍ଧୁ କି ବୋଲି ପଚାରିବାରୁ ସେ କହିଥିଲେ, ନା, ଆମର ବନ୍ଧୁତା ଜେଲ୍ରେ ହୋଇଥିଲା।
ଅନନ୍ତ ସିଂହ ଜେଲ୍କୁ ଆସିବା ପୂର୍ବରୁ ସେ ଜେଲ୍ରେ ଥିଲେ।
ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।
ତାଙ୍କ ବିରୋଧରେ ୩୨ଟି ଅପରାଧିକ ମାମଲା ଥିବା ମଧ୍ୟ ସେ କହିଛନ୍ତି।
ଏପରିକି ଛୋଟେ ସରକାର ତାଙ୍କୁ ଜେଲ୍ରୁ ବାହାରିବାରେ ସାହାଯ୍ୟ କରିଥିବା ସେ କହିଛନ୍ତି।
୧୦ ବନ୍ଧୁକ, ୫୦୦ ଗୁଳି ନେଇ ଆସିଥିଲେ !
ଏହି ରହସ୍ୟମୟ ବ୍ୟକ୍ତି ଜଣକ ବିବାହ ଉତ୍ସବକୁ ୧୦ଟି ବନ୍ଧୁକ ଓ ୫୦୦ ରାଉଣ୍ଡ ଗୁଳି ନେଇ ଆସିଥିବା ଖବର ପ୍ରକାଶ ପାଇଛି।
ଅନନ୍ତ ସିଂହଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ତେବେ ଏହି ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଏବେ ରହସ୍ୟ ହୋଇ ରହିଛି।
ଅନ୍ୟପଟେ ବିବାହ ଉତ୍ସବରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ପ୍ରାୟ ୧୦ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା।
ଘୋଡ଼ା ଦୌଡ଼ ପ୍ରତିଯୋଗିତା ମଧ୍ୟ ଭିଡ଼ ଯୋଗୁଁ ସ୍ଥଗିତ ରଖିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଅକ୍ଟୋବର ୩୦ରେ ଅନନ୍ତ ସିଂହଙ୍କ ଜାମିନ ରଦ୍ଦ କରିଥିଲେ।
ଡିସେମ୍ବର ୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଛି।
ଜେଲ୍କୁ ଫେରିବା ପୂର୍ବରୁ ଅନନ୍ତ ସିଂହଙ୍କ ଏହି ବିବାହ ଉତ୍ସବ ଓ ରହସ୍ୟମୟ ବନ୍ଧୁଙ୍କ ଭିଡିଓ ଏବେ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
