Amitabh Bachchan Finally Breaks Silence: ବିଗ୍ ବିଙ୍କୁ ମାସକରେ ୩ ଥର ବୋମା ଧମକ, ଦୁଇ ଗିରଫ

Nov 16, 2026 - 17:04
Amitabh Bachchan Finally Breaks Silence: ବିଗ୍ ବିଙ୍କୁ ମାସକରେ ୩ ଥର ବୋମା ଧମକ, ଦୁଇ ଗିରଫ

ବଞ୍ଚିଗଲେ ବଚ୍ଚନ।

ଏମିତି କିଛି ମନ୍ତବ୍ୟ ରଖିଛନ୍ତି ବଲିଉଡର ମହାନାୟକ, ଶେହନଶା, ବିଗ୍ ବି- ଅମିତାଭ ବଚ୍ଚନ।

ଏନେଇ ସେ ନିଜ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି କି, 'ବଚ୍ ଗୟେ'।

ନା ତା ଆଗକୁ କିଛି ଲେଖିଛନ୍ତି, ନା ଆଉ କିଛି ସ୍ପଷ୍ଟ କରିଛନ୍ତି।

ନିଜ ଚିରାଚରିତ ମଜାଲିଆ ଢଙ୍ଗରେ 'ବଞ୍ଚିଗଲି' ବୋଲି ଲେଖିଛନ୍ତି।

ଆଉ ଯାହାକୁ ନେଇ ସୋସିଆଲ୍ ମିଡିଆରେ ଉଠୁଛି ପଡ଼ୁଛି ଚର୍ଚ୍ଚା।...

Advertisment ଅମିତାଭଙ୍କ ଘରକୁ ଟାଗେର୍ଟ କରି ବୋମା ମାଡ଼ ନେଇ ଧମକ ଥିଲା।

ଏନେଇ ଦିଲ୍ଲୀ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି।

ଏମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଜଣାପଡ଼ିଛି।

ଏହାଥିଲା ଗୋଟିଏ ମାସରେ ୩ ଥର ବୋମା ଧମକ।

ଅମିତାଭ ବଚ୍ଚନଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ 'ଜଲସା'କୁ ଗତ ମାସକ ମଧ୍ୟରେ ତିନି ଥର ଇମେଲ୍ ଜରିଆରେ ବୋମା ଧମକ ମିଳିଛି।

ପରେ ପୋଲିସ୍ ପକ୍ଷରୁ ବଚ୍ଚନଙ୍କ ସୁରକ୍ଷା ବଢ଼ାଯିବା ସହ ଜଲସାରେ ବି ସୁରକ୍ଷା ବଢ଼ିଛି।...୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଅମିତାଭ ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ଏଭଳି ଟାଗେର୍ଟ କରାଯାଇଥିବା ଅଭିଯୋଗ ରହିଛି, ହେଲେ ଏଥିରେ କୌଣସି ସ୍ପଷ୍ଟତା ଏବେ ଯାଏଁ ଆସିନି।

Advertisment 'ବଞ୍ଚିଗଲେ' ବଚ୍ଚନ !

ବଲିଉଡର ମହାନାୟକଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ବୋମା ଧମକ ପରେ ଲେଖିଲେ 'ବଚ୍ ଗୟେ' ମଜାଲିଆ ଢଙ୍ଗରେ 'ବଞ୍ଚିଗଲି' ବୋଲି ଲେଖିଲେ ଅମିତାଭଙ୍କ ଘରକୁ ଟାଗେର୍ଟ କରି ବୋମା ମାଡ଼ ଧମକ ଥିଲା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ବୋମା ଧମକ ଦେଇଥିବା ସନ୍ଦେହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)