Amit Shah Announces BJP-Akali Alliance: ୬ ବର୍ଷ ପରେ ଏକାଠି ହେଲେ ବିଜେପି-ଅକାଳୀ ଦଳ, ୨୦୨୭ ପଞ୍ଜାବ ନିର୍ବାଚନରେ ବଦଳିଲା ସମୀକରଣ

Nov 24, 2026 - 13:49
Amit Shah Announces BJP-Akali Alliance: ୬ ବର୍ଷ ପରେ ଏକାଠି ହେଲେ ବିଜେପି-ଅକାଳୀ ଦଳ, ୨୦୨୭ ପଞ୍ଜାବ ନିର୍ବାଚନରେ ବଦଳିଲା ସମୀକରଣ

୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଗଲା ରାଜନୈତିକ ସମୀକରଣ।

ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣିଥରେ ହାତ ମିଳାଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ ।

ମଙ୍ଗଳବାର ଉଭୟ ଦଳ ମେଣ୍ଟ ପୁନର୍ଗଠନ ନେଇ ଘୋଷଣା କରିଛନ୍ତି।

ଏହି ଘୋଷଣା ପରେ ପଞ୍ଜାବ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ଏବେ ଶାସକ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପାଇଁ ଏହି ମେଣ୍ଟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Advertisment ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମେଣ୍ଟ ନେଇ ଘୋଷଣା କରିଥିଲେ।

ଏହି ଅବସରରେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଓ ବିଜେପି ସଭାପତି ନୀତିନ ନବୀନ ଉପସ୍ଥିତ ଥିଲେ।

ଗୁରୁପର୍ବ ଅବସରରେ ମେଣ୍ଟ ଘୋଷଣା ହେବା ଏହାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।

ଅମିତ ଶାହ କହିଥିଲେ, ଆଜିଠାରୁ ଅକାଳୀ ଦଳ ଏନଡିଏର ଜଣେ ଆନୁଷ୍ଠାନିକ ସହଯୋଗୀ ଭାବେ ରାଜନୀତି କରିବ।

ଏନଡିଏର ସବୁଠାରୁ ପୁରୁଣା ସହଯୋଗୀଙ୍କ ମଧ୍ୟରୁ ଅକାଳୀ ଦଳ ପୁଣି ମେଣ୍ଟକୁ ଫେରିବା ଖୁସିର ବିଷୟ।

ପ୍ରଧାନମନ୍ତ୍ରୀ ମଧ୍ୟ ସୁଖବୀର ସିଂହ ବାଦଲଙ୍କ ସହ ଫୋନ୍‌ରେ କଥା ହୋଇ ଖୁସି ପ୍ରକାଶ କରିଥିବା ସେ କହିଥିଲେ।

Advertisment ତେବେ ଏହି ମେଣ୍ଟର ଇତିହାସ ବେଶ୍ ରୋଚକ।

୨୦୦୭ ଓ ୨୦୧୨ ନିର୍ବାଚନରେ ବିଜେପି-ଅକାଳୀ ମେଣ୍ଟ ଲଗାତାର ଦୁଇଥର ପଞ୍ଜାବରେ ସରକାର ଗଠନ କରିଥିଲା।

କିନ୍ତୁ ୨୦୧୭ରୁ ମେଣ୍ଟର ଲୋକପ୍ରିୟତା ହ୍ରାସ ପାଇବା ଆରମ୍ଭ ହୋଇଥିଲା।

୨୦୦୭ରେ ଅକାଳୀ ଦଳ ୪୮ଟି ଆସନ ଜିତିଥିବା ବେଳେ ୨୦୨୨ରେ ଏହା ମାତ୍ର ୩ଟି ଆସନକୁ ଖସି ଆସିଥିଲା।

ସେହିପରି ବିଜେପିର ଆସନ ସଂଖ୍ୟା ୧୯ରୁ ହ୍ରାସ ପାଇ ୨ରେ ପହଞ୍ଚିଥିଲା।

ଅନ୍ୟପଟେ ୨୦୨୨ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୧୭ଟି ଆସନରୁ ୯୨ଟି ଜିତି କ୍ଷମତାକୁ ଆସିଥିଲା।

କଂଗ୍ରେସ ମଧ୍ୟ ୨୦୧୭ର ୭୭ ଆସନରୁ ଖସି ୨୦୨୨ରେ ମାତ୍ର ୧୮ଟି ଆସନ ପାଇଥିଲା।

ଏବେ ବିଜେପିର କିଛି ଭୋଟ୍ ବ୍ୟାଙ୍କ ଓ ଅକାଳୀ ଦଳର ପାରମ୍ପରିକ ଶିଖ୍ ଭୋଟ୍ ଆଧାରକୁ ଏକାଠି କରିବା ମେଣ୍ଟର ମୁଖ୍ୟ ରଣନୀତି ହୋଇପାରେ।

ତେବେ ୨୦୨୭ରେ ଏହି ନୂଆ ପୁରୁଣା ଯୋଡ଼ି ପଞ୍ଜାବରେ ପୁଣି କମାଲ କରିବେ ବୋଲି ଆଶା ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)