Amala Navami: ଆଜି ପବିତ୍ର ଅଁଳା ନବମୀ, ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ

Nov 18, 2026 - 11:18
Amala Navami: ଆଜି ପବିତ୍ର ଅଁଳା ନବମୀ, ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ

ଆଜି ପବିତ୍ର ଅଁଳା ନବମୀ।

ପୁରୀ ଜିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ମା' ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ।

ଓଡ଼ିଆଣୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ।

କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା'।

ସେପଟେ ନଟବର ବେଶରେ ସଜେଇ ହୋଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ।

ମା'ଙ୍କ ଦୁର୍ଲଭ ବେଶ ଓ ପାଦପଦ୍ମ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଜମିଛି ଲକ୍ଷାଧିକ ଭକ୍ତଙ୍କ ସମାଗମ।

ଲମ୍ବା ଧାଡ଼ିରେ ଯାଇ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ପାଦ ଦର୍ଶନ କରୁଛନ୍ତି।

Advertisment ମା'ଙ୍କ ପାଦପଦ୍ମ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବାର ଆଶା ନେଇ ଭକ୍ତମାନେ ମନ୍ଦିରରେ ପହଞ୍ଚୁଛନ୍ତି।

ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଶତାଧିକ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି।

ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟାରେ ମନ୍ଦିର ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତି, ବେଶ, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଓ ବାଳଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।

ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା।

ପ୍ରଥମେ ସେବାୟତ ଓ କର୍ମଚାରୀଙ୍କ ପରିବାର ମା'ଙ୍କ ଦର୍ଶନ କରିଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି।

Advertisment ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ହବିଷ୍ୟାଳିମାନେ ମଧ୍ୟ ମା'ଙ୍କ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପହଞ୍ଚୁଛନ୍ତି।

ଅନ୍ୟପଟେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀରେ ଅଁଳା ଗଛକୁ ପୂଜା କରିବାର ପରମ୍ପରା ରହିଛି।

ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାକ୍ଷୀଗୋପାଳରେ ଚାଲିଛି ମା' ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)