କମ୍ୟୁନିଟି ଷ୍ଟାଫଙ୍କ ସାମୁହିକ ଇସ୍ତଫା

Nov 18, 2026 - 11:16
କମ୍ୟୁନିଟି ଷ୍ଟାଫଙ୍କ  ସାମୁହିକ ଇସ୍ତଫା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ୩୫୦ରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସାମୂହିକ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ହଇରାଣ, ନିର୍ଯାତନା ଏବଂ ଦରମା ପାଇଁ ଲାଞ୍ଚ ଦାବି ଭଳି ଅଭିଯୋଗ ଆଣି ସେମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।

ସୋରଡ଼ା ବ୍ଲକର ୨୫ରୁ ୨୬ଟି ପଞ୍ଚାୟତରେ କାର୍ଯ୍ୟରତ ଏମବିକେ (MBK), ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଏବଂ ସିଆରପି (CRP) ଆଦି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏହି ସମୂହ ଇସ୍ତଫା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ ସେମାନେ ଦୀର୍ଘ ୧୪ ବର୍ଷ ଧରି ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନରେ ସେମାନେ କାମ କରି ଆସୁଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ଅସହ୍ୟ ମାନସିକ ନିର୍ଯାତନା ଦିଆଯିବା ସହ ଦରମା ପାଇଁ ଲାଞ୍ଚ ମଗାଯାଉଥିବା  କହିଛନ୍ତି ।

ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନ କଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଷ୍ଟାଫ୍‌ମାନେ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ବ୍ୟାଙ୍କମିତ୍ର ଭାରତୀ ସିଂଙ୍କ ନିଲମ୍ବନ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ୍‌ରେ (NHRC) ମଧ୍ୟ ମାମଲା ରୁଜୁ ହୋଇଛି  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)