Alarnath darshan ଅଣସର ଦର୍ଶନ ନିମନ୍ତେ ଅଲାରନାଥରେ ବ୍ୟାପକ ବ୍ୟବସ୍ଥା
"୭ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୭୦ରୁ ଅଧିକ ଅଫିସର ହେବେ ମୁତୟନ ବ୍ରହ୍ମଗିରି(ସୁରେଶ ଦାଶ): ଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପରେ ଚତୁର୍ଦ୍ଦାମୂର୍ତ୍ତି ଅଣସର ଗୃହକୁ ଚାଲିଯିବେ।
ଏପଟେ ଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ।
ଏଥିପାଇଁ ଜୁନ୍ ୩୦ରୁ ବ୍ରହ୍ମଗିରିରେ ଲୋକଙ୍କ ଭିଡ଼ ବୃଦ୍ଧିପାଇବ।
ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।Advertisment ଆନ୍ଦନ ବଜାର ସଫାସୁତରା ହୋଇ ଭୋଗ ଦୋକାନ ପାଇଁ ଟେଣ୍ଟ ଲାଗିଲାଣି।
ପିଇବା ପାଣି, ପରିମଳ ବ୍ୟବସ୍ଥା, ଡ୍ରେନେଜ, ଲାଇଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି।
ମନ୍ଦିର ଭିତରେ, ବାହାରେ, ପାକିର୍ଂ, ବ୍ୟାରିକେଡ, ଆନନ୍ଦ ବଜାର, ଭୋଗ ଦୋକାନ ସବୁଆଡେ ସିସିଟିଭି ଲାଗିବା କାମ ଜୋରଦାର ଚାଲିଛି।
ବ୍ରହ୍ମଗିରି ଥାନା ଆଇଆଇସି ବାମଦେବ ସ୍ବାଇଁଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ୫୦ରୁ ଅଧିକ ସିସିଟିଭି ଲାଗିବ।
ମନ୍ଦିର ଭିତର ସହିତ ବେଢା ଏବଂ ବାହାର ଅଳରେ ସିସିଟିଭି ନଜରରେ ରଖାଯିବ ବୋଲି ପୁଲିସ କହିଛି।
ଧାଡ଼ିଦର୍ଶନ ନିମନ୍ତେ ବ୍ୟାରିକେଡ୍ର ବ୍ୟବସ୍ଥା କରାଯିବ।
ଗ୍ରୀଷ୍ମତାପରୁ ଶ୍ରଦ୍ଧାଳୁଙ୍କ ରକ୍ଷା ନିମନ୍ତେ ଟେଣ୍ଟ ଏବଂ ପବନ ପାଇଁ ଫ୍ୟାନ୍ ବ୍ୟବସ୍ଥା କରାଯିବ।
ଏହା ସହିତ ପ୍ରତ୍ୟକ ସେବାୟତଙ୍କ ପରିବାରକୁ ୨୦ଟି ଲେଖାଏ ପାସ ଦିଆଯାଇଛି।
ଯାହାକି ସ୍ବତନ୍ତ୍ର ଭାବରେ ତିଆରି କରାଯାଇଛି।
ନକଲି ପାସ ରୋକିବାକୁ ପ୍ରଶାସନର ଏକ ସ୍ବତନ୍ତ୍ର ଟିମ ନିୟୋଜିତ ରହିବେ।
ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଦର୍ଶନ ପାଇଁ ୭ ପ୍ଲାଟୁନ ପୁଲିସ ଫୋର୍ସ, ୭୦ରୁ ଅଧିକ ଅଫିସର ମୁତୟନ ରହିବେ।
ସାଦାପୋଷାକରେ ଦୁଇ ସେକସନ ପୁଲିସ ଫୋର୍ସ ରହିବେ।
ଅତିରିକ୍ତ ଏସପିଙ୍କ ନରତୃତ୍ବରେ ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ ହେବ।
ପ୍ରତ୍ୟକ ବର୍ଷ ମନ୍ଦିର ଗର୍ଭ ଗୃହରେ ଚୋରି ହେଉଥିବାରୁ ସାଦାପୋଷାକରେ ପୁଲିସ ମୁତୟନ ରହିବା ସହିତ ସିସିଟିଭି ନଜରରେ ପୁରା ମନ୍ଦିର ରହିବ।
ଏଥିପାଇଁ ପୁରୀ ଏସପି, କେନ୍ଦ୍ରାଳ ଆଇଜି, ବିଧାୟିକା, ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀଙ୍କୁ ନେଇ ବହୁ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଏଥିରେ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛନ୍ତି।
ଏହା ସହିତ ଚଳିତ ବର୍ଷ ବରାଦି ଭୋଗ ଶ୍ରୀଗଣେଷଙ୍କ ମନ୍ଦିର ଆଗରେ ଅସ୍ଥାୟୀ ଭୋଗ ମଣ୍ତପରେ ଭଣ୍ତ ଉଠିବ।
କେବଳ ନୀତି ଭୋଗ ଶ୍ରୀଜିଉଙ୍କ ମନ୍ଦିର ଭିତରେ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ଯାହାକି ଶ୍ରଦ୍ଧାଳୁଙ୍କ ଦର୍ଶନରେ ସୁବିଧା ହେବ।
ଶ୍ରୀଅଲାରନାଥଙ୍କ ଅଣସର ଉତ୍ସବର ତୃତୀୟ ଦିନ: ୪୦ ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଦୀପ ଷ୍ଟାଣ୍ତ ଏବଂ ଚାପ ପୋଖରୀ ପାଖରେ ଅଗ୍ନିଶମ ବାହିନୀ ମୁତୟନ ରହିବେ ଅଗ୍ନିଶମ ଅଧିକାରି କହିଛନ୍ତି।
ମେଡିକାଲ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ରହିବା ସହିତ ଅସ୍ଥାୟୀ ମେଡିକାଲ ଟିମ୍ କ୍ୟାମ୍ପ କରି ମନ୍ଦିର ଆଗରେ ରହିବେ।
ଚଳିତ ବର୍ଷ ନୂତନ ଭାବେ ଯେଉଁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ମନ୍ଦିରକୁ ଦାନ କରିବେ ଅନଲାଇନରେ ଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ଅନ୍ତରୀଣ ନ୍ୟାସୀ ତଥା ବ୍ରହ୍ମଗିରି ତହସିଲଦାର ଦେବାଶିଷ ସେଠୀ କହିଛନ୍ତି।
"