28 JUNE 2026

Welcome!

Unlock your personalized experience.
Sign Up

ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ହେଲାନି ବୈଭବଙ୍କ ଡେବ୍ୟୁ, ଜାଣନ୍ତୁ ଏହା ପଛର କାରଣ ?

Jun 28, 2026 - 19:02
ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ହେଲାନି ବୈଭବଙ୍କ ଡେବ୍ୟୁ, ଜାଣନ୍ତୁ ଏହା ପଛର କାରଣ ?

​​​​​​​ନୂଆଦିଲ୍ଲୀ: ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ପରାଜୟ ପରେ ଆଶା ଥିଲା ଦ୍ବିତୀୟ ମ୍ୟାଚରେ ମିଳିବ ସୁଯୋଗ ? ତଥାପି ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରିଲେନି ବୈଭବ ସୂର୍ଯ୍ୟବଂଶୀ । ଆୟାର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ପ୍ଲେଇଂ ଇଲେଭେନରେ ମିଳିଲାନି ବୈଭବଙ୍କୁ ସୁଯୋଗ । ସେପଟେ କିନ୍ତୁ ଆଜିର ମ୍ୟାଚରେ ଦୁଇଜଣ ଭାରତୀୟ ଖେଳାଳିଙ୍କ ଡେବ୍ୟୁ ହୋଇଛି । ସୂୟାଂଶ ସେଜଡେ ଏବଂ ପ୍ରିନ୍ସ ଯାଦବଙ୍କ ଡେବ୍ୟୁ ହୋଇଛି । କିନ୍ତୁ ବୈଭବଙ୍କ ଡେବ୍ୟୁ ହୋଇନଥିବାବେଳେ ନିରାଶ ହୋଇଛନ୍ତି ବହୁ ଫ୍ୟାନ୍ସ । କାରଣ ପ୍ରଥମ ମ୍ୟାଚରେ ଡେବ୍ୟୁ ହୋଇନଥିବାବେଳେ ଅନେକ ଫ୍ୟାନ୍ସ ମ୍ୟାଚ ଦେଖିବେ ନାହିଁ ବୋଲି ଦାବି କରିଥିଲେ । ଏହାସହ ହାରିବା ପରେ ମଧ୍ୟ ଟିମକୁ ସମାଲୋଚନା କରାଯାଇଥିଲା ।

ଚଳିତ ଆଇପିଏଲରେ ବୈଭବଙ୍କ ଧମାକାଦାର ବ୍ୟାଟିଂ ସହ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଟିମ୍ ଇଣ୍ଡିଆରେ ତାଙ୍କୁ ସାମିଲ୍ କରାଯାଇଥିଲା । ଆୟାର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରେ ତାଙ୍କୁ ଚୟନ କରାଯାଇଛି । ମାତ୍ର ଆୟାର୍ଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳାଯାଉଥିବାବେଳେ ଦଳରେ ଖେଳିବାର ସୁଯୋଗ ମିଳିନି । ପ୍ଲେଇଂ ୧୧ରେ ସେ ସୁଯୋଗା ପାଇନଥିବାବେଳେ ଆଜି ମଧ୍ୟ ତାଙ୍କୁ ଡ୍ରେସିଂରୁମରୁ ବସି ଖେଳ ଦେଖିବାକୁ ହେବ । ଇଂଲଣ୍ଡ ବିପକ୍ଷରେ ହୋଇପାରେ ବୈଭବଙ୍କ ଡେବ୍ୟୁ । ପୁଣି ଅପେକ୍ଷାରେ ରହିବେ ଫ୍ୟାନ୍ସ । ବୈଭବଙ୍କ ଦଳରେ ଖେଳିବାର ସୁଯୋଗ ନମିଳିବା ପରେ ଅନେକ ଫ୍ୟାନ୍ସ ନିରାଶ ହୋଇଥିବା ଦେଖିବାକୁ ମିଳିଛି ।