Akban Preparedness Review ଭଦ୍ରକର ବାତ୍ୟା ‘ଅକବନ’ ପରବର୍ତ୍ତୀ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Nov 20, 2026 - 22:02
Akban Preparedness Review ଭଦ୍ରକର ବାତ୍ୟା ‘ଅକବନ’ ପରବର୍ତ୍ତୀ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭଦ୍ରକ : ବାତ୍ୟା 'ଅକୱାନ'ର ପରବର୍ତ୍ତୀ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆଜି (ଶୁକ୍ରବାର) ଭଦ୍ରକ ଜିଲ୍ଲାପାଳଙ୍କ ଓସ୍ୱାନ୍ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ଏଥିରେ ଅଧ୍ୟକ୍ଷତା କରିଥିଲେ।

Advertisment Theft Incidents Reported ଶୀତ ବଢ଼ିଲେ ଭଦ୍ରକରେ ବଢ଼ୁଛି ଚୋରଙ୍କ ଉତ୍ପାତ, ଗୋଟିଏ ଦିନର ୪ ଚୋରି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ (ରାଜସ୍ୱ), ସରୋଜ ଦତ୍ତ (ସାଧାରଣ)ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ବାତ୍ୟା ମୁକାବିଲା ପାଇଁ ଲୋକଙ୍କ ସ୍ଥାନାନ୍ତର, ଆଶ୍ରୟସ୍ଥଳୀର ବ୍ୟବସ୍ଥା, ମାଗଣା ରନ୍ଧା ଖାଦ୍ୟ ବଣ୍ଟନ, ରିଲିଫ୍ ସାମଗ୍ରୀ ମହଜୁଦ, ଡ୍ରେନ୍ ସଫେଇ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା, ନଦୀ ଜଳସ୍ତର ନିରୀକ୍ଷଣ, ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତର ଓ ସ୍ୱାସ୍ଥ୍ୟସେବା ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

BJP Factional Dispute in Bhadrak Block: ଭଦ୍ରକ ବ୍ଲକ୍‌ରେ ଦୁଇ ବିଜେପି ଗୋଷ୍ଠୀ ମଧ୍ୟରେ ତୁତୁମେମେ, ଦଳର ବିରୋଧୀଙ୍କୁ ଶକ୍ତି ଦେଖାଇଲେ ବ୍ଲକ ଅଧ୍ୟକ୍ଷା ମନ୍ତ୍ରୀ ବର୍ଷା ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ଶୌଚାଳୟ ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଶେଷକରି ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ବିପଦସଂକୁଳ ଅଞ୍ଚଳରେ କେହି ଯେପରି ରହିନଯାଆନ୍ତି, ସେଥିପ୍ରତି ସତର୍କ ରହିବାକୁ କହିଥିଲେ।

Projects Suspended in Bhadrak ଭଦ୍ରକରେ ୮ ପ୍ରକଳ୍ପର ଟେଣ୍ଡର ବାତିଲ, ପୁନଃ ଟେଣ୍ଡେର ଅପେକ୍ଷାରେ ୪ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଓ ଭବିଷ୍ୟତରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ସମସ୍ତ ବିଡିଓ, ତହସିଲଦାର ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)