Rafale fighter jet: ଭାରତର ୩୬ଟିରୁ ୪ଟି ନିଖୋଜ ଥିବା ଦାବି, ରିପୋର୍ଟକୁ ଖାରଜ କଲେ ପୂର୍ବତନ ବାୟୁସେନା ଉପମୁଖ୍ୟ

Nov 20, 2026 - 22:02
Rafale fighter jet: ଭାରତର ୩୬ଟିରୁ ୪ଟି ନିଖୋଜ ଥିବା ଦାବି, ରିପୋର୍ଟକୁ ଖାରଜ କଲେ ପୂର୍ବତନ ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ରେ ଥିବା ୩୬ଟି ରାଫେଲ୍‌ ଯୁଦ୍ଧବିମାନ ମଧ୍ୟରୁ ୪ଟି ନିଖୋଜ ଥିବା ନେଇ ଏକ ରିପୋର୍ଟକୁ କେନ୍ଦ୍ର କରି ବିବାଦ ଦେଖାଦେଇଛି।

ବ୍ରିଟେନ୍‌ର ବିମାନ ଚଳାଚଳ ସମ୍ପର୍କିତ ପତ୍ରିକା 'ଫ୍ଲାଇଟ୍‌ଗ୍ଲୋବାଲ୍‌'ର ସଦ୍ୟତମ 'ୱାର୍ଲ୍ଡ ଏୟାର ଫୋର୍ସେସ୍‌' ତଥ୍ୟରେ ଭାରତୀୟ ବାୟୁସେନାର ସକ୍ରିୟ ରାଫେଲ୍‌ ସଂଖ୍ୟା ୩୨ ବୋଲି ଦର୍ଶାଯାଇଛି।

ତେବେ ଏହି ଦାବିକୁ ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର୍ ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଖାରଜ କରିଛନ୍ତି।

ସେ ଏହି ସଂଖ୍ୟାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ରିପୋର୍ଟ ପ୍ରସ୍ତୁତ କରିଥିବା ସଂସ୍ଥାର ତଥ୍ୟ ଉତ୍ସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧବିମାନ କିଣିଥିଲା।

ଏଥିରେ ୨୮ଟି ଏକ ଆସନ ବିଶିଷ୍ଟ ଇଏଚ୍‌ ଏବଂ ୮ଟି ଦୁଇ ଆସନ ବିଶିଷ୍ଟ ଡିଏଚ୍‌ ବିମାନ ରହିଛି।

ଫ୍ଲାଇଟ୍‌ଗ୍ଲୋବାଲ୍‌ର ୨୦୨୫ ସଂସ୍କରଣରେ ୩୫ଟି ରାଫେଲ୍‌ ସକ୍ରିୟ ଥିବା ଦର୍ଶାଯାଇଥିଲା।

କିନ୍ତୁ ନୂଆ ସଂସ୍କରଣରେ ଏହି ସଂଖ୍ୟା ୩୨କୁ ହ୍ରାସ କରାଯାଇଛି।

ତେବେ କେଉଁ କାରଣରୁ ବିମାନର ସଂଖ୍ୟା ତିନିଟି କମାଯାଇଛି, ସେ ସମ୍ପର୍କରେ ପତ୍ରିକା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଏହି ରିପୋର୍ଟର ଜବାବରେ ତିୱାରୀ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି ଯେ ଫ୍ଲାଇଟ୍‌ଗ୍ଲୋବାଲ୍‌ ନିଜର ତଥ୍ୟ ଉତ୍ସଗୁଡ଼ିକର ପୁନଃସମୀକ୍ଷା କରିବା ଆବଶ୍ୟକ।

ଏହି ଉତ୍ସଗୁଡ଼ିକ ପୂର୍ବରୁ ଭାରତ-ପାକିସ୍ତାନ ସଂଘର୍ଷ ସମୟରେ ନଷ୍ଟ ନେଇ ଦାବି କରାଯାଇଥିବା ରାଫେଲ୍‌ ବିମାନର ନିର୍ଦ୍ଦିଷ୍ଟ ଟେଲ୍‌ ନମ୍ବର ଦେଇଥିଲେ।

କିନ୍ତୁ ସେହି ନମ୍ବର ବିଶିଷ୍ଟ ବିମାନଗୁଡ଼ିକ ପରବର୍ତ୍ତୀ ସମୟରେ ବିଭିନ୍ନ ସାମରିକ ଅଭ୍ୟାସ, ଏପରିକି ଅନ୍ତର୍ଜାତୀୟ ଅଭ୍ୟାସରେ ମଧ୍ୟ ଭାଗ ନେଇଥିବା ସେ ଦର୍ଶାଇଛନ୍ତି।

୨୦୨୫ ମେ'ରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ 'ଅପରେସନ୍‌ ସିନ୍ଦୂର' ଆରମ୍ଭ କରିଥିଲା।

ଏହି ସମୟରେ ପାକିସ୍ତାନ ୪ଟି ଭାରତୀୟ ରାଫେଲ୍‌ ବିମାନ ଖସାଇଥିବା ଦାବି କରିଥିଲା।

ଏପରିକି ଭାରତୀୟ ବାୟୁସେନାର ପ୍ରଥମ ମହିଳା ରାଫେଲ୍‌ ପାଇଲଟ୍‌ ସ୍କ୍ୱାଡ୍ରନ୍‌ ଲିଡର ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରାଯାଇଥିବା ନେଇ ମଧ୍ୟ ମିଥ୍ୟା ଖବର ପ୍ରଚାର ହୋଇଥିଲା।

ତିୱାରୀ ଏହି ଘଟଣାର ଉଦାହରଣ ଦେଇ ରିପୋର୍ଟର ଉତ୍ସ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

Rafael Nadal: ପୁଣି ଟେନିସ୍‌ କୋର୍ଟରେ ରାଫେଲ୍‌ ନାଦାଲ୍‌ ଅନ୍ୟପକ୍ଷରେ, ଏହି ଦାବି ଉପରେ ପ୍ରଶ୍ନ ଉଠାଇଛି ବାୟୁସେନାର ଜୁନ୍‌ ୨୦୨୬ର ଏକ ଟେଣ୍ଡର।

ଏଥିରେ ସମସ୍ତ ୩୬ଟି ରାଫେଲ୍‌ ବିମାନ ପାଇଁ ବୈଷୟିକ ସହାୟତା, ରକ୍ଷଣାବେକ୍ଷଣ ଓ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସହାୟତା ମଗାଯାଇଥିଲା।

ଏହାଦ୍ୱାରା ସମଗ୍ର ବିମାନବାହିନୀ ପାଇଁ ସହାୟତା ବ୍ୟବସ୍ଥା ରହିଥିବା ସ୍ପଷ୍ଟ ହେଉଛି।

ଏହାସହ ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ଅନିଲ ଚୌହାନ ଓ ବାୟୁସେନା ମୁଖ୍ୟ ଏପି ସିଂହ ଯୁଦ୍ଧ ସମୟରେ କିଛି ବିମାନ କ୍ଷତିଗ୍ରସ୍ତ ହୋଇଥିବା ସ୍ୱୀକାର କରିଥିଲେ ମଧ୍ୟ ପାକିସ୍ତାନର ୪ଟି ରାଫେଲ୍‌ ଖସାଇବା ଦାବିକୁ ଖାରଜ କରିଥିଲେ।

ଏହି ବିବାଦ ମଧ୍ୟରେ ଭାରତ ଫ୍ରାନ୍ସଠାରୁ ଆଉ ୧୧୪ଟି ରାଫେଲ୍‌ କିଣିବା ଯୋଜନା ମଧ୍ୟ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)