Airport Firing: ବାରାଣସୀ ବିମାନବନ୍ଦରରେ ପିସ୍ତଲ ଯାଞ୍ଚ୍ ବେଳେ ଫୁଟିଲା ଗୁଳି: ୨ ଆହତ

Aug 16, 2026 - 13:21
Airport Firing: ବାରାଣସୀ ବିମାନବନ୍ଦରରେ ପିସ୍ତଲ ଯାଞ୍ଚ୍ ବେଳେ ଫୁଟିଲା ଗୁଳି: ୨ ଆହତ

"ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀର ବାବତପୁରର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲରେ ଅସ୍ତ୍ରଶସ୍ତ୍ର ଯାଞ୍ଚ୍ ସମୟରେ ଜଣେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିଛି।

ଫଳରେ ଦୁଇଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆହତ ମହିଳାଙ୍କ ନାମ ସୁମନ କୁମାରୀ ଏବଂ ଯୁବକଙ୍କ ନାମ ରୋହିତ ରାଜ।

ମହିଳାଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଛି।

ସେହିପରି ଯୁବକଙ୍କର ହାତରେ ଗୁଳି ଲାଗିଛି।

ଘଟଣା ପରେ ଟର୍ମିନାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉଭୟ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହରହୁଆର ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।Advertisment ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୯:୩୦ ସମୟରେ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଆଇଏକ୍ସ-୧୮୧୦ରେ ପତ୍ନୀଙ୍କ ସହିତ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ପାଖରେ ପିସ୍ତଲ ଏବଂ ମାଗାଜିନ ଥିବା ସୂଚନା ପ୍ରଦାନ କରିଥିଲେ।

ସୁରକ୍ଷା କର୍ମୀମାନେ ବିମାନରେ ଥିବା ଘୋଷିତ ଅସ୍ତ୍ର ଯାଞ୍ଚ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଯାତ୍ରୀଙ୍କ ପିସ୍ତଲରୁରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟି ଚଟାଣରେ ମାଡ଼ ହୋଇ ଦୁଇଜଣ ଏଏଆଇସିଏଲଏଏସ ସ୍କ୍ରିନରଙ୍କ ଦେହରେ ଲାଗିଥିଲା।

ପ୍ରାଥମିକ ସୂଚନା ଅନୁସାରେ ଉତ୍ତରପ୍ରଦେଶ ଆଜମଗଡ଼ର ପୂର୍ବତନ ସୈନିକ କମଲେଶ ରାୟ ମୁମ୍ବାଇ ଯାଉଥିଲେ।

ନିୟମ ଅନୁସାରେ ସେ ନିଜ ଲାଇସେନ୍ସ ପିସ୍ତଲ ମୁମ୍ବାଇ ବିମାନ ବନ୍ଦର ପର୍ଯ୍ୟନ୍ତ ନେବା ପାଇଁ ଅନଲାଇନରେ ବୁକିଙ୍ଗ୍ କରାଇଥିଲେ।

ଗୁଳିକାଣ୍ଡ ପରେ, ବିମାନବନ୍ଦର ପରିସରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Russia Ukraine War: ୟୁକ୍ରେନରେ ରୁଷର ମିସାଇଲ ମାଡ଼, ଜଣଙ୍କ ମୃତ୍ୟୁ: ମସ୍କୋ ଉପରକୁ ୬୦୦ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଅଧିକାରୀଙ୍କ ଅନୁଯାୟୀ, କେଉଁ ପରିସ୍ଥିତିରେ ପିସ୍ତଲରୁ ଗୁଳି ଫୁଟିଥିଲା ତାହାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ ଏବଂ ସମ୍ପୃକ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକ ଯାତ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଘଟଣା ପାରିପାର୍ଶ୍ୱିକ ପରିସ୍ଥିତି ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ତଦନ୍ତ ସମାପ୍ତ ହେବା ପରେ ହିଁ ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media