Long live life: ଜୀବନ ଜିନ୍ଦାବାଦ୍: ମରୁଭୂମିର ଜଳବାବା
"ଅନ୍ଧାର ଭିତରେ ଆଲୋକ ଚମକିବା ପରି ଆଜିର ସ୍ବାର୍ଥପର ଦୁନିଆରେ ନିଃସ୍ବାର୍ଥପର ଭାବେ ଅନ୍ୟମାନଙ୍କ ପାଇଁ କାମ କରୁଥିବା ମଣିଷ ବି ଆଲୋକ ବର୍ତ୍ତିକା ସଦୃଶ ବାରି ହୋଇପଡ଼ନ୍ତି।
୭୭ ବର୍ଷୀୟ ଥାନା ରାମ୍!
ଯେତେବେଳେ ଗ୍ରୀଷ୍ମ ପ୍ରବାହ ହେତୁ ଲୋକ ଘରୁ ଗୋଡ଼ କାଢ଼ିବାକୁ ଭୟ କରିଥାଆନ୍ତି, ସେତେବେଳେ ଧୁ ଧୁ ଖରାରେ ରାସ୍ତା କଡ଼ରେ ଠିଆ ହୋଇ ଯାତ୍ରୀମାନଙ୍କୁ ଅତି ଶ୍ରଦ୍ଧାର ସହ ପିଇବା ପାଣିର ପିଆଲା ବଢ଼ାଇ ଦିଅନ୍ତି ସେ।
ବର୍ଷ ବର୍ଷ ଧରି ନିଷ୍ଠାର ସହ ଏହି କାର୍ଯ୍ୟ କରିଆସୁଥିବା ଥାନା ରାମ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ଯଦି ଆପଣ କେବେ ରାଜସ୍ଥାନ ଯାଆନ୍ତି, ତେବେ ତାଙ୍କୁ ଭେଟିପାରିବେ ବାରମେର-ବଟାଡୁ ମାର୍ଗରେ।
ଦେହରେ ଧଳାଧୋତି ଓ ସାର୍ଟ, ମୁଣ୍ଡରେ ଧଳା ପଗଡ଼ି।
ଗୋଟାଏ ପ୍ଲାଷ୍ଟିକ ବାଲତିରେ ପାଣି ବୋତଲ ଭରି ସେ ଧାଁଉଥିବେ ବସ୍ଯାତ୍ରୀଙ୍କ ପାଖକୁ।
ବର୍ଷେ କି ଦୁଇ ବର୍ଷ ନୁହେଁ; ଦୀର୍ଘ ୨୧ ବର୍ଷ ହେବ ସେଇଠାରେ ଯାତ୍ରୀଙ୍କୁ ପାଣି ପରଷୁଛନ୍ତି ଥାନା ରାମ।
ତାଙ୍କର ଏକମାତ୍ର ସଙ୍କଳ୍ପ “କେହି ଯାତ୍ରୀ ଶୋଷିଲା ଯିବେନି”।
ଏହି ଲକ୍ଷ୍ୟକୁ ନେଇ ସେ ପ୍ରତିଦିନ ରାସ୍ତାରେ ଯାଉଥିବା ଲୋକଙ୍କୁ ନିଶୁଳ୍କ ପାଣି ପିଆଇ ଆସୁଛନ୍ତି।
ତାଙ୍କର ଏପରି ନିଃସ୍ୱାର୍ଥ ସେବା ହଜାର ହଜାର ଲୋକଙ୍କ ହୃଦୟ ଜିଣିଛି।
ତାଙ୍କର ଏହି ମହାନ କାର୍ଯ୍ୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ସବୁଠାରୁ ବଡ଼ କଥା ହେଲା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ବା ପ୍ରଶଂସା ପାଇବା ଆଦିକୁ ନେଇ ଥାନା ରାମ ନିର୍ଲିପ୍ତ।
ଏସବୁ ତାଙ୍କୁ ଆଦୌ ପ୍ରଭାବିତ କରେନାହିଁ।
ବାରମେର ଜିଲ୍ଲାର ହୁଡୋକି ଧନୀ ଗାଁର ବସିନ୍ଦା ରାମ ପ୍ରତିଦିନ ସକାଳୁ ଉଠି ବୋତଲ ସଂଗ୍ରହ କରି ସେଥିରେ ଥଣ୍ଡା ପାଣି ଭର୍ତ୍ତି କରନ୍ତି।
ସେହି ପାଣି ବୋତଲଗୁଡ଼ିକୁ ନେଇ ସଡ଼କ ପାର୍ଶ୍ବରେ ନିଜର ଜଳଦାନ ସେବା ଆରମ୍ଭ କରନ୍ତି।
ବସ୍, ଟ୍ରକ୍, ଟ୍ୟାକ୍ସି ଓ ପଥଚାରୀ ସଭିଁଙ୍କୁ ସେ ଥଣ୍ଡା ପାଣି ଯୋଗାଇ ଦିଅନ୍ତି।
ଏପରିକି ସେଇ ଅଞ୍ଚଳର ଦିନମଜୁରିଆମାନେ ବି ଥକିପଡ଼ିଲେ ଥାନେ ରାମଙ୍କ ପାଖକୁ ପାଣି ମୁନ୍ଦାଏ ପାଇଁ ଧାଇଁ ଆସନ୍ତି।
ପ୍ରବଳ ଗ୍ରୀଷ୍ମରେ ଯେବେ ତାପମାତ୍ରା ୪୫ରୁ ୪୭ ଡିଗ୍ରି ଛୁଏଁ; ସେବେ ବି ଅଟକନ୍ତି ନାହିଁ ସେ।
ବରଂ ସେ ସମୟରେ ଯାତ୍ରୀଙ୍କ ପାଇଁ ଅଧିକ ସମୟ ଦେଇ ଦେବଦୂତ ପରି ବୁଲି ବୁଲି ପାଣି ଯୋଗାନ୍ତି।ଏହି କାର୍ଯ୍ୟ ପାଇଁ ସେ କେବେ ବି କୌଣସି ପ୍ରଚାର, ସମ୍ମାନ କିମ୍ବା ଆର୍ଥିକ ସହାୟତା ଆଶା କରିନାହାନ୍ତି।
ନା ସେ ନିଜ ପାଖରେ କୌଣସି ଦାନ ବାକ୍ସ ରଖିଛନ୍ତି, ନା ଆତ୍ମ ପ୍ରଚାର ପାଇଁ ଥୋଇଛନ୍ତି କୌଣସି ବୋର୍ଡ!
ତୃଷାର୍ତ୍ତ ଲୋକଙ୍କୁ ପାଣି ପିଆଇବାଠାରୁ ବଡ଼ ପୁଣ୍ୟ ଆଉ କିଛି ନାହିଁ ବୋଲି ବିଶ୍ବାସ କରି ନିଃସ୍ବାର୍ଥପର ଭାବେ ବିନା ଦ୍ବିଧାରେ ଏଭଳି କାର୍ଯ୍ୟ କରି ଆସିଛନ୍ତି ରାମ।
ନିକଟରେ ମୋହନ ବାଲିୟାରା ନାମକ ଜଣେ କଣ୍ଟେଣ୍ଟ କ୍ରିଏଟର୍ ରାମଙ୍କ ମହାନ କାର୍ଯ୍ୟ ଦେଖି ନିଜକୁ ଅଟକାଇ ପାରିଲେ ନାହିଁ।
ସେ ରାମଙ୍କର ଭିଡିଓ କରିବା ସହ ତାହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିପକାଇଲେ।
ତା"ପରେ ଯାଇ ଏହି ଘଟଣା ଲୋକଲୋଚନକୁ ଆସିଲା।
ଭିଡିଓରେ ଥାନା ରାମ ବସ୍ରେ ବସିଥିବା ଯାତ୍ରୀମାନଙ୍କୁ ପାଣି ବୋତଲ ବଣ୍ଟନ କରୁଥିବା ଦେଖାଯାଇଛି।
ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ହଜାର ହଜାର ଲୋକ ତାଙ୍କ ନିଃସ୍ୱାର୍ଥ ସେବାକୁ ପ୍ରଶଂସା କରିଛନ୍ତି।
Attack In Pakistan: କରାଚିରେ ବଡ଼ ଆତ୍ମଘାତୀ ଆକ୍ରମଣ, ୪ଜଣଙ୍କ ମୃତ୍ୟୁ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଥାନା ରାମଙ୍କୁ "ପ୍ରକୃତ ନାୟକ" ବୋଲି ବର୍ଣ୍ଣନା କରିଛନ୍ତି।
କେହି କେହି ତାଙ୍କୁ "ଈଶ୍ବରଙ୍କ ଦୂତ", କେହି "ଜଳବାବା" ତ ପୁଣି କେହି "ମରୁଭୂମିର ଦୂତ" ବୋଲି ସମ୍ବୋଧନ କରିଛନ୍ତି।
ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ରାମଙ୍କ ଉତ୍ସର୍ଗୀକୃତ ସ୍ବଭାବରୁ ପ୍ରେରଣା ନେବାକୁ ଅନ୍ୟଙ୍କୁ ଆହ୍ୱାନ କରିଛନ୍ତି।
ସତରେ, ଆଜିର ସ୍ୱାର୍ଥପର ସମାଜରେ ଥାନା ରାମଙ୍କ ଭଳି ବ୍ୟକ୍ତି ମାନବିକତା ଏବଂ ସେବାଭାବର ମହତ୍ତ୍ୱକୁ ପୁଣିଥରେ ସ୍ମରଣ କରାଇଛନ୍ତି!
ଥାନା ରାମଙ୍କ କାହାଣୀ ପ୍ରମାଣ କରୁଛି ଯେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଧନସମ୍ପତ୍ତି କିମ୍ବା ବଡ଼ ପଦପଦବୀର ଆବଶ୍ୟକତା ନାହିଁ।
ଏକ ଛୋଟ ସେବା ମଧ୍ୟ ବହୁ ଲୋକଙ୍କ ଜୀବନରେ ଆଶା ଓ ଖୁସି ଆଣିପାରେ।
ତାଙ୍କର ଏହି ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ ନିଶ୍ଚୟ!"