AI to Develop Apps: ଏଆଇ ଜରିଆରେ ନୂଆ ଉଦ୍ଭାବନ: ରାସ୍ତା ସୁରକ୍ଷାଠାରୁ ହୃଦରୋଗ ଚିହ୍ନଟ ଯାଏଁ ଭାରତୀୟ ଛାତ୍ରଙ୍କ ସଫଳତା
ଆଜିର ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବଳ ବଡ଼ ବଡ଼ ଟେକ୍ କମ୍ପାନି ବା ଗବେଷଣାଗାର ମଧ୍ୟରେ ସୀମିତ ହୋଇ ନାହିଁ।
ଭାରତର ଯୁବ ଛାତ୍ରଛାତ୍ରୀମାନେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଏପରି ଆପ୍ ପ୍ରସ୍ତୁତ କରିଛନ୍ତି।
ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟାର ସାମାଧାନ କରିବା ସହ ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହେଉଛି।
କେଉଁଠି ଏହା ଖରାପ ରାସ୍ତା ଓ ଗାତ ବିଷୟରେ ସୂଚନା ଦେଉଛି ତ ଆଉ କେଉଁଠି ମାତ୍ର କିଚଇ ସେକେଣ୍ଡ୍ରେ ଗୁରୁତର ରୋଗର ପ୍ରାରମ୍ଭିକ ସୂଚନା ଦେଉଛି।
Advertisment ଆହୁରି ପଢ଼ନ୍ତୁ: ଦେବଗଡ଼ରେ ହାତୀ ଛୁଆର ମୃତ୍ୟୁ ପ୍ରୋଜେକ୍ଟ ସଡ଼କ' ଓ 'ସେଫ୍ଟି ପାଥ୍ ଏଆଇ': ଖରାପ ରାସ୍ତାରୁ ମିଳିବ ମୁକ୍ତିଆମ ରାସ୍ତାରେ ଥିବା ଗାତ ଏବଂ ଜଳବନ୍ଦୀ ସମସ୍ୟା ଯୋଗୁଁ ଅନେକ ଦୁର୍ଘଟଣା ଘଟେ ଓ ଯାତାୟାତ ବାଧାପ୍ରାପ୍ତ ହୁଏ।
ଏହି ସମସ୍ୟାର ମୁକାବିଲା ପାଇଁ ଛାତ୍ରମାନେ ଅଭିନବ ଉପାୟ ବାହାର କରିଛନ୍ତି।
ଦିଲ୍ଲୀର ୧୬ ବର୍ଷୀୟ ଛାତ୍ର ପାର୍ଥ ଆନନ୍ଦ 'ପ୍ରୋଜେକ୍ଟ ସଡ଼କ' ନାମକ ଏକ ଆପ୍ ପ୍ରସ୍ତୁତ କରିଛନ୍ତି।
ଏଥିରେ ଲୋକମାନେ ରାସ୍ତାରେ ଥିବା ଗାତର ଫଟୋ ଏବଂ ଲୋକେସନ୍ ଅପଲୋଡ୍ କରିପାରିବେ।
ଏଆଇ ଫଟୋକୁ ବିଶ୍ଳେଷଣ କରି ଗାତର ସ୍ଥିତି ଓ ଗମ୍ଭୀରତାକୁ ଆକଳନ କରେ ଏବଂ ସିଧାସଳଖ ସମ୍ପୃକ୍ତ ମ୍ୟୁନିସିପାଲିଟି ବା ପୌର ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚାଇଥାଏ।
ଏହାଦ୍ୱାରା ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।
ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ 'ସେଫ୍ଟି ପାଥ୍ ଏଆଇ' ପ୍ରକଳ୍ପ ଉପରେ ମଧ୍ୟ କାମ ଚାଲିଛି।
ଏହା ରାସ୍ତାରେ ଥିବା ଗାତ ଓ ପାଣି ଜମିବା ଭଳି ସମସ୍ୟାକୁ ଚିହ୍ନଟ କରି ଯାତ୍ରୀମାନଙ୍କୁ ସୁରକ୍ଷିତ ରାସ୍ତା ବାଛିବାରେ ସାହାଯ୍ୟ କରେ।
ହୃଦରୋଗର ପ୍ରାରମ୍ଭିକ ସୂଚନା ଦେଉଛି 'ସର୍କେଡିଆନ୍ ଏଆଇ': ଦୂରଦୂରାନ୍ତ ଅଞ୍ଚଳରେ, ଯେଉଁଠାରେ ତୁରନ୍ତ ଡାକ୍ତର କିମ୍ବା ହସ୍ପିଟାଲର ସୁବିଧା ଉପଲବ୍ଧ ହୁଏ ନାହିଁ, ସେଠାରେ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ଯାଞ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ ମୂଳର ୧୪ ବର୍ଷୀୟ ସିଦ୍ଧାର୍ଥ ନନ୍ଦ୍ୟାଲା 'ସର୍କେଡିଆନ୍ ଏଆଇ' ନାମକ ଏକ ଟୁଲ୍ ବିକଶିତ କରିଛନ୍ତି।ଏହି ଟୁଲ୍ ସ୍ମାର୍ଟଫୋନ୍ ସାହାଯ୍ୟରେ ହୃଦସ୍ପନ୍ଦନର ଶବ୍ଦକୁ ରେକର୍ଡ କରେ ଏବଂ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏଆଇ ଜରିଆରେ ସେହି ଶବ୍ଦର ଯାଞ୍ଚ କରି ହୃଦୟ ସମ୍ବନ୍ଧୀୟ ସମ୍ଭାବ୍ୟ ସମସ୍ୟାର ସୂଚନା ଦିଏ।
ଏହା ହୃଦରୋଗକୁ ଶୀଘ୍ର ଚିହ୍ନଟ କରିବା ଦିଗରେ ଏକ ବଡ଼ ପଦକ୍ଷେପ।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୃତ୍ରିମ ବର୍ଷା ପରୀକ୍ଷଣର ସଫଳତାକୁ ନେଇ ପ୍ରଶ୍ନବାଚୀ: 'କ୍ଲାଉଡ୍ ସିଡିଂ' ନୁହେଁ, ପଶ୍ଚିମା ଝଡ଼ ଯୋଗୁଁ କମିଲା ପ୍ରଦୂଷଣ!
ଅଧିକ ଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
