Anganwadi worker: ଅଜଣା ଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀଙ୍କର ମୃତ୍ୟୁ
ବିନିକା: ଅଜଣା ଟ୍ରକ ଧକ୍କାରେ ଚାଲିଗଲା ଅଙ୍ଗନୱାଡି କର୍ମୀଙ୍କର ଜୀବନ | ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୦.୧୫ ମିନିଟ ସମୟରେ ଗାୟତ୍ରୀ ପୂଜାହାରୀ (୫୦) ବିନିକା ବ୍ଳକ୍ ଘୋଡାଧାର ଗ୍ରାମବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ସମୟରେ ବିଦ୍ୟାଳୟ ପାଖରେ ବିନିକା ପଟରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଛି | Advertisment ଆହୁରି ପଢନ୍ତୁ : Cloud Seeding: ଦିଲ୍ଲୀରେ କୃତ୍ରିମ ବର୍ଷା ପରୀକ୍ଷଣର ସଫଳତାକୁ ନେଇ ପ୍ରଶ୍ନବାଚୀ: 'କ୍ଲାଉଡ୍ ସିଡିଂ' ନୁହେଁ, ପଶ୍ଚିମା ଝଡ଼ ଯୋଗୁଁ କମିଲା ପ୍ରଦୂଷଣ!
ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଅଙ୍ଗନୱାଡି କର୍ମୀ ଗାୟତ୍ରୀ ପୂଜାହାରୀ (୫୦)ଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସରେ ସୋନପୁର ହସ୍ପିଟାଲ କୁ ପଠାଇଥିଲେ ସେଠାରେ ଡ଼ାକ୍ତର ଗାୟତ୍ରୀ ଙ୍କୁ ମୃତ ଘୋଷଣା କହିଥିଲେ ।
ପରେ ବିନିକା ଥାନା ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଦେଶରେ ମହାଦେବ ପାଲି ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
