Agricultural Machinery Fairs କୃଷି ଯନ୍ତ୍ରପାତି ମେଳା ପାଇଁ ନିର୍ମାତା ସମ୍ମିଳନୀ: ରାଜ୍ୟରେ ଅନୁଷ୍ଠିତ ହେବ ୫୮ଟି ମେଳା
ଭୁବନେଶ୍ୱର: ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫୮ଟି କୃଷିଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ।
ଏହା ମଧ୍ୟରୁ, ଝାରସୁଗୁଡ଼ା , ଯାଜପୁର , ଭବାନୀପାଟଣା ଓ ମାଲକାନଗିରିଠାରେ ୪ଟି ଆଞ୍ଚଳିକ ମେଳା, ୨୬ଟି ଜିଲ୍ଲାସ୍ତରୀୟ ଏବଂ ୨୮ଟି ଉପଖଣ୍ଡ ସ୍ତରୀୟ ମେଳା ଆୟୋଜିତ ହେବ।
ଆଜି (ଗୁରୁବାର) ଏନେଇ ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମଠାରେ କୃଷି ଯାନ୍ତ୍ରିକୀକରଣ ମେଳା ସମ୍ପର୍କିତ ଏକ ନିର୍ମାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
Advertisment College of Agricultural Engineering: କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ହୀରକ ଜୟନ୍ତୀ: 'ମହିଳା ଅନୁକୂଳ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି' ଚଳିତ ବର୍ଷ ରାଜ୍ୟ ସରକାର ଏକ ବ୍ୟାପକ ସଚେତନତା ଓ ପ୍ରସାର ଅଭିଯାନ ଆୟୋଜନ କରିବାକୁ ପ୍ରସ୍ତାବ ରଖିଛନ୍ତି ।
ଏଥିରେ ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା ( କଳାହାଣ୍ଡି ) ଏବଂ ମାଲକାନଗିରିଠାରେ ୪ଟି ଆଞ୍ଚଳିକ କୃଷି ଯାନ୍ତ୍ରିକୀକରଣ ମେଳା ସମେତ ୨୬ଟି ଜିଲ୍ଲାସ୍ତରୀୟ ମେଳା ଏବଂ ୨୮ଟି ଉପଖଣ୍ଡ ସ୍ତରୀୟ ମେଳା ଅନୁଷ୍ଠିତ ହେବ ।
କୃଷି ଯାନ୍ତ୍ରିକୀକରଣ ବ୍ୟବସ୍ଥାରେ ନିର୍ମାତା ଏବଂ ଡିଲରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଅଭିହିତ କରି, ଗୁରୁତ୍ୱପୂର୍ଣ୍ଣ ଚାଷ ଋତୁରେ ଯନ୍ତ୍ରପାତିର ସମୟୋଚିତ ଯୋଗାଣ ସୁନିଶ୍ଚିତ କରିବା, ଆଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିବା, ବିଶ୍ୱସନୀୟ ବିକ୍ରୟ ପରବର୍ତ୍ତୀ ସେବା ଓ ବୈଷୟିକ ସହାୟତା ପ୍ରଦାନ କରିବା ଏବଂ ନଭେମ୍ବର ୨୦୨୬ରୁ ଜାନୁଆରି ୨୦୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ମେଳାଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସରକାର ଅନୁରୋଧ କରିଛନ୍ତି ।
Agricultural machinery: କୃଷି ଯନ୍ତ୍ରପାତି ଯୋଜନା ଆଉ ୫ ବର୍ଷ ବଢ଼ିଲା ଉପମୁଖ୍ୟମନ୍ତ୍ରୀ ଶ୍ରୀସିଂହଦେଓ ନିଜ ବକ୍ତବ୍ୟରେ କହିଛନ୍ତି, କୃଷି କ୍ଷେତ୍ରରେ ଶ୍ରମ ଲାଘବ କରିବା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ମାତାମାନେ ବିଶେଷ ଭାବେ ମହିଳା ଚାଷୀଙ୍କ ନିମନ୍ତେ ଉପଯୋଗୀ ଓ ସହଜରେ ବ୍ୟବହାର କରାଯାଇପାରୁଥିବା ଯନ୍ତ୍ରପାତି ବିକଶିତ କରିବା ଉପରେ ଧ୍ୟାନ ଦେବା ଉଚିତ ।
ରାଜ୍ୟର ଦ୍ରୁତ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଥିଲେ ଯେ ବର୍ତ୍ତମାନ ଓଡ଼ିଶାରେ କୃଷି ଶକ୍ତି ଉପଲବ୍ଧତା (Farm Power Availability) ହେକ୍ଟର ପିଛା ୨.୭୬ କିଲୋୱାଟକୁ ବୃଦ୍ଧି ପାଇଛି ।
୨୦୩୬ ସୁଦ୍ଧା ଏହାକୁ ହେକ୍ଟର ପିଛା ୩.୫୦ କିଲୋୱାଟ ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟରେ ପହଞ୍ଚାଇବାକୁ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି ।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କୃଷି ଯାନ୍ତ୍ରିକୀକରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ୫୭୦ କୋଟି ଟଙ୍କାର ସବସିଡି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ପ୍ରାୟ ୨,୦୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହେବାର ଆଶା କରାଯାଉଛି ଏବଂ ଏହା ଓଡ଼ିଶାର ଚାଷୀମାନଙ୍କୁ ସିଧାସଳଖ ଉପକୃତ କରିବ ।
ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦଯାପିତ: ୧୮.୫୮କୋଟି ଟଙ୍କାର ବ୍ୟବସାୟ ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ ପୋମା ଟୁଡୁ ଏବଂ ମୁଖ୍ୟ ଯନ୍ତ୍ରୀ (କୃଷି) ଶ୍ରୀନିବାସ ପୃଷ୍ଟି ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
