Uttarpradesh: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ୩୦୦ରୁ ଅଧିକ ଆସନ ମିଳିବା ଦାବି

Nov 19, 2026 - 17:38
Uttarpradesh: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ୩୦୦ରୁ ଅଧିକ ଆସନ ମିଳିବା ଦାବି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାକାର ରାଜନୀତି ସରଗରମ ହେବାରେ ଲାଗିଛି।

ପ୍ରତ୍ୟେକ ଦଳ ନିଜର ବିଜୟର ଦାବି କରୁଥିବାବେଳେ ଆଜି ସମାଜବାଦୀ ପାର୍ଟିର ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ଦଳର ବିଜୟକୁ ନେଇ ବଡ଼ ଦାବି କରିଛନ୍ତି।

୨୦୨୭ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୩୦୦ ରୁ ଅଧିକ ଆସନ ଜିତିବ ବୋଲି ଅବଧେଶ ପ୍ରସାଦ ଭବିଷ୍ୟବାଣୀ କରିଛନ୍ତି।

Advertisment ଲୋକସଭା ସାଂସଦ ଅବଧେଶ ପ୍ରସାଦ ଗୁରୁବାର କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାରଙ୍କ ଉପରୁ ଲୋକମାନେ ସମସ୍ତ ଆଶା ଓ ବିଶ୍ୱାସ ହରାଇ ଦେଇଛନ୍ତି।

ସେମାନେ ଯାହା କଲେ ମଧ୍ୟ, ଲୋକମାନେ ଆଉ ବିଜେପି ଉପରେ ବିଶ୍ୱାସ କରିବେ ନାହିଁ।

ସମାଜବାଦୀ ପାର୍ଟି ଏକ ଐତିହାସିକ ବିଜୟ ସହିତ ୩୦୦ ରୁ ଅଧିକ ଆସନ ଜିତିବ।

୨୦୨୪ ଲୋକସଭା ନିର୍ବାଚନରେ ​​ଉତ୍ତର ପ୍ରଦେଶ ସେମାନଙ୍କୁ ବିଦାୟ ଦେଇଛି ଓ ୨୦୨୭ ବିଧାନସଭା ନିର୍ବାଚନରେ, ସେମାନଙ୍କୁ ଏପରି ବିଦାୟ ଦିଆଯିବ ଯେ ସେମାନେ କେବେ ଆଉ କ୍ଷମତାକୁ ଫେରିବେ ନାହିଁ।

ଆହୁରି ପଢନ୍ତୁ: Sam Pitroda Controversy: ମୋଦୀଙ୍କ ପ୍ରଶଂସା ପରେ କଂଗ୍ରେସରେ ଉଠିଲା ସାମ ପିଟ୍ରୋଡ଼ାଙ୍କ ବହିଷ୍କାର ଦାବି ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଜାମିନରେ ମୁକ୍ତି ଓ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅବଧେଶ ପ୍ରସାଦ କହିଛନ୍ତି, ଆମେ ଆଜମ ଖାନଙ୍କ ମୁକ୍ତିକୁ ସ୍ୱାଗତ କରୁଛୁ।

୨୦୨୭ ନିର୍ବାଚନ ପାଖେଇ ଆସୁଛି ଓ ରାଜ୍ୟର ଭୋଟରମାନେ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ଉପରେ ସେମାନଙ୍କର ଭରସା ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)