Additional budget of ₹24,150 crore: ୨୪,୧୫୦ କୋଟିର ଅତିରିକ୍ତ ବଜେଟ୍‌: ୭୪% କାର୍ଯ୍ୟକ୍ରମ ବ୍ୟୟ, ୭ଟି ନୂଆ ପଦକ୍ଷେପ

Nov 19, 2026 - 03:08
Additional budget of ₹24,150 crore: ୨୪,୧୫୦ କୋଟିର ଅତିରିକ୍ତ ବଜେଟ୍‌: ୭୪% କାର୍ଯ୍ୟକ୍ରମ ବ୍ୟୟ, ୭ଟି ନୂଆ ପଦକ୍ଷେପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି।

ଏହା ୨୦୨୫-୨୬ ଆର୍ଥିକ ବର୍ଷରେ ଆଗତ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ତୁଳନାରେ ୬,୭୧୦ କୋଟି ଟଙ୍କା (୩୮.୪୭%) ଅଧିକ।

ସବୁ କ୍ଷେତ୍ରକୁ ବ୍ୟାପକ ଭାବେ ଅର୍ଥ ଆବଣ୍ଟନ କରିବା ବଦଳରେ କେବଳ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।

ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନକୁ ସିଂହଭାଗ ଆବଣ୍ଟନ କରାଯାଇଛି।

ମୋଟ ଅତିରିକ୍ତ ବଜେଟ୍‌ର ୭୪.୪୯% (୧୭,୯୯୦ କୋଟି ଟଙ୍କା) ଅର୍ଥକୁ କାର୍ଯ୍ୟକ୍ରମ ବ୍ୟୟ ପାଇଁ ବରାଦ କରାଯାଇଛି।

କୃଷି, ସ୍ବାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ ବିକାଶକୁ ମଧ୍ୟ ଅର୍ଥ ଆବଣ୍ଟନ କରାଯାଇଛି।

ପ୍ରଶାସନିକ ବ୍ୟୟ ବାବଦରେ ୧୦୬୦ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୫୧୦୦ କୋଟି ଟଙ୍କା ଦିଆଯାଇଛି।

କାର୍ଯ୍ୟକ୍ରମ ବ୍ୟୟବର୍ଗରେ ରାଜ୍ୟସ୍ତରୀୟ ଯୋଜନାକୁ ୧୭,୨୨୮ କୋଟି ଟଙ୍କା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ୩୪୪୨ କୋଟି ଟଙ୍କା ଓ କେନ୍ଦ୍ରୀୟ ସ୍ତରୀୟ ଯୋଜନାକୁ ୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏଥିମଧ୍ୟରୁ ଆଦିବାସୀ ଉପଯୋଜନା ଅଧୀନରେ ୩୭୬୫ କୋଟି ଟଙ୍କା ଓ ଅନୁସୂଚିତ ଜାତି ଉପଯୋଜନାକୁ ୨୬୪୬ କୋଟି ଟଙ୍କା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ୨୩୫୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

Advertisment Dead: ଅଖିଳେଶଙ୍କ ସ୍ୱାଗତ ପାଇଁ ଆସିଥିବା ଜେସିବି ଧକ୍କାରେ ବିଜେପି ନେତାଙ୍କ ପୁଅ ମୃତ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଆଗତ କରିଥିଲେ।

ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଓ ନୂଆ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅଧିକ ପାଣ୍ଠି ଆବଶ୍ୟକ ହେବାରୁ ଅତିରିକ୍ତ ବଜେଟ୍‌ ଅଣାଯାଇଛି।

ଏହାସତ୍ତ୍ବେ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇରହିବ। ‌ବିତ୍ତୀୟ ନିଅଣ୍ଟ ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩% ମଧ୍ୟରେ ସୀମିତ ରହିବ।

ଜିଏସ୍‌ଡିପିକୁ ଋଣ ଅନୁପାତ ବର୍ଷ ଶେଷରେ ୨୫% ମଧ୍ୟରେ ରହିବ।

ଏହି ଅତିରିକ୍ତ ବଜେଟ୍‌ ରାଜ୍ୟର ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସହାୟକ ହେବ ବୋଲି ସରକାର ଜଣାଇଛନ୍ତି।

ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍‌ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମକୁ ପାଳନ କରି ପ୍ରସ୍ତୁତ କରାଯାଇଥିବା ଅତିିରିକ୍ତ ବଜେଟ୍‌ ପାଇଁ ସଞ୍ଚୟ ଓ ସମର୍ପଣ ଆକାରରେ ସମ୍ବଳର ବ୍ୟବସ୍ଥା କରାଯାଇଛି।

୭୪% କାର୍ଯ୍ୟକ୍ରମ ବ୍ୟୟ ୭ଟି ନୂଆ ପଦକ୍ଷେପ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩% 'ସୁଭଦ୍ରା'କୁ ୫୫୦ କୋଟି ଅତିରିକ୍ତ ବଜେଟ୍‌ ୨୦୨୬-୨୭ ଅନୁଯାୟୀ, ସାଧାରଣ ସେବା ପାଇଁ ୯୦୮ କୋଟି ଟଙ୍କା, ସାମାଜିକ ସେବା ପାଇଁ ୯୮୬୮ କୋଟି ଟଙ୍କା ଓ ଅର୍ଥନୈତିକ ସେବା ପାଇଁ ୧୩,୩୪୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ମୋଟାମୋଟି ଭାବେ ସ୍ବାସ୍ଥ୍ୟସେବାକୁ ୧୨୪୬ କୋଟି, ଭିତ୍ତିଭୂମି ଉନ୍ନୟନକୁ ୨୩୫୯ କୋଟି, ସହରାଞ୍ଚଳ ଉନ୍ନୟନ ପାଇଁ ୩୭୨ କୋଟି, ଶିକ୍ଷା କ୍ଷେତ୍ରକୁ ୧୭୧୫ କୋଟି, ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ କ୍ଷେତ୍ରକୁ ୮୪୩ କୋଟି, ମହିଳା ସଶକ୍ତୀକରଣ ପାଇଁ ୧୨୪୭ କୋଟି, କୃଷକ କଲ୍ୟାଣ ପାଇଁ ୧୬୭୩ କୋଟି, ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଏବଂ ଓଡ଼ିଆ ଭାଷା, ସଂସ୍କୃତି, ହସ୍ତତନ୍ତ, ବୟନ ଶିଳ୍ପ ଓ ପର୍ଯ୍ୟଟନ ପାଇଁ ୧୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Judgement: କେବଳ ନିର୍ବାଚନ ଲଢ଼ିବାକୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ମିଳିବନି: ସୁପ୍ରିମ୍‌କୋର୍ଟ ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ ଲୋକପ୍ରିୟ 'ସୁଭଦ୍ରା' ଯୋଜନା ପାଇଁ ୫୫୦ କୋଟି ଟଙ୍କା, ମଧୁବାବୁ ପେନ୍‌ସନ୍‌କୁ ୫୮ କୋଟି, ଜାତୀୟ ବିଧବା ପେନ୍‌ସନ୍‌ ଯୋଜନାକୁ ୧୧୫ କୋଟି, ସମୃଦ୍ଧ କୃଷକ ଯୋଜନାକୁ ୩୮୦ କୋଟି, ଶ୍ରୀଅନ୍ନ ଅଭିଯାନକୁ ୧୨୦ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାକୁ ୧୦୧ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ୯୦ କୋଟି, ପ୍ରାଣୀସମ୍ପଦ ସମୃଦ୍ଧି ଯୋଜନାକୁ ୨୦୭ କୋଟି, ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୨୭୧ କୋଟି, କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ୪୮୫ କୋଟି, ପିଏମ୍‌-ଶ୍ରୀ ପାଇଁ ୩୦୭ କୋଟି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ୧୦୦ କୋଟି,‌ ଅର୍ବାନ୍‌ ଚ୍ୟାଲେଞ୍ଜ ଫଣ୍ଡକୁ ୧୭୪ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିସନକୁ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଅତିରିକ୍ତ ବଜେଟ୍‌ରେ ବାଣିଜ୍ୟ, ଓଡ଼ିଶା ବିଧାନସଭା, କ୍ରୀଡ଼ା ଓ ଯୁବସେବା, ପଞ୍ଚାୟତିରାଜ ଓ ପାନୀୟ ଜଳ, ସାଧାରଣ ଅଭିଯୋଗ ଓ ପେନସନ୍‌ ପ୍ରଶାସନ ଏବଂ ସରକାରୀ ଉଦ୍ୟୋଗ ବିଭାଗ ପାଇଁ କୌଣସି ବ୍ୟୟବରାଦ କରାଯାଇନାହିଁ।

ବିଜ୍ଞାନ ଓ ବୈଷୟିକ ବିଭାଗ (୦.୧୧ କୋଟି ଟଙ୍କା), ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ (୦.୫୨ କୋଟି ଟଙ୍କା), ଇସ୍ପାତ ଓ ଖଣି ବିଭାଗ (୧.୨୫ କୋଟି ଟଙ୍କା) ଓ ପର୍ଯ୍ୟଟନ ବିଭାଗକୁ (୨.୪୬ କୋଟି ଟଙ୍କା) ନାମମାତ୍ର ପାଣ୍ଠି ପ୍ରଦାନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)