Actress Alleges Harassment at Bhubaneswar Bar: ରାଜଧାନୀ ବାର୍ରେ ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ରାତିରେ କ'ଣ ଘଟିଥିଲା?
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ପ୍ରତିଷ୍ଠିତ ବାର୍ ଓ ରେସ୍ତୋରାଁ।
ଶନିବାର।
ରାତି ପ୍ରାୟ ସାଢ଼େ ୧୦ଟା।
ନିଜ ସାଙ୍ଗସାଥୀଙ୍କ ସହ ସେଠାରେ ପହଞ୍ଚିଥିଲେ ଜଣେ ଅଭିନେତ୍ରୀ।
ଏହାପରେ ସେଠାରେ ତାଙ୍କ ସହ କଣ ଘଟିଥିଲା ସେ ସଂପର୍କରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଅଭିନେତ୍ରୀ ଜଣକ ଲେଖିଛନ୍ତି।
ସେ ଦର୍ଶାଇଛନ୍ତି ଯେ, କିଛି ବ୍ୟକ୍ତି ସେଠାରେ ତାଙ୍କୁ ଅସଦାଚାରଣ ସରିବା ସହ ଅଶାଳୀନ ବ୍ୟବହାର କରିଥିଲେ।
ଆଉ ସେ ଯେତେବେଳେ ଏହାର ପ୍ରତିବାଦ କଲେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ସବୁଠୁ ଉଦବେଗର ବିଷୟ ହେଲା, ସେଠାରେ ଥିବା ବାଉନ୍ସର ଓ ବାର୍ କର୍ତ୍ତୃପକ୍ଷ ଘଟଣାରେ କୌଣସି ହସ୍ତକ୍ଷେପ ନକରି ନିରବଦ୍ରଷ୍ଟା ସାଜିଥିଲେ।
ଏନେଇ ସେ ଥାନାରେ ଏଫ୍ଆଇଆର୍ ଦେଇଥିଲେ।
ଯେଉଁଥିରେ ଅଭିଯୁକ୍ତ ଓ ସଂପୃକ୍ତ ବାର୍ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ତାସହିତ ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷା ନେଇ ଉଠାଇଛନ୍ତି ପ୍ରଶ୍ନ।
ତେବେ ବାର୍ କର୍ତ୍ତୃପକ୍ଷ କହିଛନ୍ତି ଅସଦାଚରଣ ଭଳି କୌଣସି ଅପ୍ରୀତିକର ଘଟଣା ଘଟିନାହିଁ।
ଦୁଇଟି ଟେବୁଲରେ ପାଖାପାଖି ବସିଥିବା ଲୋକଙ୍କ ମଧ୍ୟରେ କୌଣସି କାରଣ ପାଇଁ ବଚସା ହେବାପରେ ତୁରନ୍ତୁ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିଥିଲେ।
Advertisment ଅଭିନେତ୍ରୀଙ୍କ ଅଭିଯୋଗ ପାଇବା ପରେ ଚନ୍ଦ୍ରଶେଖରପୁର ପୋଲିସ୍ ଏ ନେଇ ଏକ ମାମଲା ରୁଜୁ କରିବା ସହିତ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।
ବାର ଓ ରେସ୍ତୋରାଁକୁ ଯାଇ ଘଟଣା ସମୟରେ ଉପସ୍ଥିତ ଥିବା କର୍ମଚାରୀଙ୍କ ବୟାନ ରେକର୍ଡ କରିଛି।
ତା ସହିତ ସିସିଟିଭି ଜବତ କରି ତାର ଯାଞ୍ଚ କରୁଛି।
ପ୍ରାଥମିକ ତଦନ୍ତରୁ ପୋଲିସ ପାଇଥିବା ପ୍ରମାଣ ଅନୁସାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ହିଁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।
ସିସିଟିଭିର ପୁରା ଦୃଶ୍ୟ ଦେଖିବା ପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି ପୋଲିସ କହିଛି।
ଏହି ଘଟଣା ପରେ ରାଜଧାନୀରେ ଚାଲୁଥିବା ବାର୍ ଓ ରେସ୍ତୋରାଁଗୁଡ଼ିକର ସୁରକ୍ଷା ନେଇ ପୁଣି ଥରେ ଉଠିଛି ପ୍ରଶ୍ନ।
ଅନ୍ୟପକ୍ଷରେ ରାତିରେ ମହିଳାଙ୍କ ସୁରକ୍ଷା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ସମାଜସେବୀ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
