Accused: ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା

Jul 08, 2026 - 10:34
Accused: ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା

"ସୋର:  ଅସଦାଚରଣଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଥାନାରୁ ଗତକାଲି ଚମ୍ପଟ ମାରିଥିବା ବେଳେ ଆଜି ସକାଳେ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି।

ତାକୁ ପୁଲିସ ଆଣି ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି।Advertisment ଗଣେଶଙ୍କୁ ଖୋଜାଖୋଜି କରୁଥିଲା ପୁଲିସ ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନରେ ଅନନ୍ତପୁର ଅଧୀନ ଉପରଆଡ଼ିଆ ଅଂଚଳର ଗଣେଶ ମୁଣ୍ଡା (୨୬) ନାମକ ଜଣେ  ଯୁବକ ଘର ନିକଟରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ।

ପରେ ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାହ୍ଣରେ କୌଶଳକ୍ରମେ ଗଣେଶ ଥାନାରୁ ଚମ୍ପଟ ମାରିଥିଲା।

ଗତକାଲି ରାତିରୁ ପୁଲିସ ବିଭିନ୍ନ ସ୍ଥାନରେ ଗଣେଶଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଅଭଣା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି।

Accident: ଟ୍ରକ୍ ଧକ୍କାରେ ଆରଏସପି କର୍ମଚାରୀଙ୍କ ମୃତ୍ୟୁ, ଘରୁ ବାଇକରେ ଡ୍ୟୁଟି ଯାଉଥିଲେ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।