Chief Minister: ବିକାଶ ଓ ପରିବେଶ ପରସ୍ପରର ପରିପୂରକ: ମୁଖ୍ୟମନ୍ତ୍ରୀ

Jul 08, 2026 - 06:39
Chief Minister: ବିକାଶ ଓ ପରିବେଶ ପରସ୍ପରର ପରିପୂରକ: ମୁଖ୍ୟମନ୍ତ୍ରୀ

"ପୁରୁଣା ଭୁବନେଶ୍ବର: "ସମ୍ପ୍ରତି ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ଏକ ସାଂଘାତିକ ସମସ୍ୟା।

ଏଥିପାଇଁ କିଛି ଲୋକେ ବିକାଶକୁ ଦାୟୀ କରନ୍ତି।

ବିକାଶ ପାଇଁ ପରିବେଶ ନଷ୍ଟ ହେଉଛି ବା କରାଯାଉଛି ବୋଲି ମତ ପ୍ରକାଶ ପାଏ।

କିନ୍ତୁ ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହନ୍ତି।

ବିକାଶ ଓ ପରିବେଶ ପରସ୍ପରର ପରିପୂରକ।

ବିକାଶ ସହ ସମାନ୍ତରାଳ ଭାବେ ଦୂରଦର୍ଶୀ ଆଭିମୁଖ୍ୟ ସହ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକ।" ଆଜି ପୁରୁଣା ଭୁବନେଶ୍ବର କପିଳେଶ୍ବର ହାଇସ୍କୁଲ୍‌ରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବର ମୁଖ୍ୟଅତିଥି ମୁୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

Advertisment Meeting : "ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ" କପିଳେଶ୍ବର ହାଇସ୍କୁଲରେ ରାଜ୍ୟସ୍ତରୀୟ ବନ‌ ମହୋତ୍ସବ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଭୟଙ୍କର ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଓଡ଼ିଶା ଆଜି ସାରା ଦେଶରେ ଏକ ଆଗୁଆ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ପାଇଛି।

ଫଳରେ ସମଗ୍ର ଭାରତବର୍ଷରେ ଓଡ଼ିଶା ଆଜି ଗୌରବଜନକ ତୃତୀୟ ସ୍ଥାନ ଅଧିକାର କରିଛି ବୋଲି ସେ କହିଥିଲେ।

୨୦୨୫-୨୬ ଆର୍ଥିକ ବର୍ଷରେ ୭୭୪ ହେକ୍ଟର ଅଞ୍ଚଳରେ ୫.୬୫ ଲକ୍ଷ ଚାରା ରୋପଣ କରାଯାଇଥିଲା।

୨୦୨୬-୨୭ ଆର୍ଥିକ ବର୍ଷରେ ୨,୭୦୨ ହେକ୍ଟର ଅଞ୍ଚଳରେ ପ୍ରାୟ ୯ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

UPSC: ବାପା ଥିଲେ ଆଇଏଏସ୍‌ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍‌ ସେହିପରି "ବର୍ଦ୍ଧିତ ସବୁଜ ବଳୟ ଯୋଜନା" ମାଧ୍ୟମରେ ଚଳିତ ବର୍ଷ ୩୫୮ ହେକ୍ଟର ଜମିରେ ୧୫ ଲକ୍ଷ ୯୩ ହଜାର ଚାରା ରୋପଣ କରାଯିବ।

ସହରାଞ୍ଚଳର ପ୍ରଦୂଷଣ କମାଇବା ପାଇଁ ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ୯୫ ହଜାର ଚାରା ରୋପଣ କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ପୁସ୍ତକ ଉନ୍ମୋଚନ କରିବା ସହ ବିଦ୍ୟାଳୟ ବୁଲି ଦେଖିଥିଲେ।

ସେହିଭଳି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ବିଭାଗୀୟ ପ୍ରଧାନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଧାୟକ ବାବୁ ସିଂ, କର୍ପୋରେଟର୍‌ ଚନ୍ଦ୍ରଶେଖର ମଲିଆ, ଫରେଷ୍ଟ ବିଭାଗର ବିଭିନ୍ନ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟା ମହାନ୍ତି ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କପିଳେଶ୍ବର ମନ୍ଦିରରେ ପ୍ରଭୁ କପିଳନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।