Rainy day disease: ବର୍ଷାଦିନିଆ ରୋଗ
"ବର୍ଷାଦିନର ଆଗମନ ସହ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।
ଏହାର ପ୍ରମୁଖ କାରଣ ହେଉଛି ପାଣି।
ଏଭଳି ଅନେକ ଜୀବାଣୁ ଅଛନ୍ତି, ଯେଉଁଗୁଡ଼ିକ ପିଇବା ପାଣିରେ ଆମ ଅଜାଣତରେ ଶରୀରକୁ ଯାଇଥାନ୍ତି।
ଏହି ଜୀବାଣୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରନ୍ତି।
ଜଳବାହିତ ରୋଗ ହିସାବରେ ବ୍ୟାକ୍ଟେରିଆ, ଭାଇରସ୍ ତଥା ପାରାସାଇଟ୍ ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ବ୍ୟାପିଥାଏ।
ଯେତେବେଳେ ଆମେ ଦୂଷିତ ପାଣି ପିିଉ, ସେତେବେଳେ ଏହା ଆମ ଶରୀରକୁ ଯାଇଥାଏ।
ଏହାଦ୍ବାରା ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡ଼େ।Advertisment Meeting : "ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ" ଟାଇଫଏଡ୍- ଟାଇଫଏଡ୍ ଜ୍ବର ସାଲ୍ମୋନେଲା ଟାଇପ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ।
ଏହି ଜ୍ବର ହେଲେ ଦୁର୍ବଳ ଲାଗିବା ସହ ଶରୀର ଜୋର୍ରେ ତାତିଥାଏ, ପେଟ ଯନ୍ତ୍ରଣା ହେବା ସହ ପ୍ରବଳ ମୁଣ୍ଡବିନ୍ଧା ବି ହୁଏ।
କଲେରା- ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଦ୍ବାରା ହୋଇଥାଏ।
ଏହି ରୋଗ ହେଲେ ରୋଗୀର ଅତ୍ୟଧିକ ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଏ।
ଏହି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ ହେପାଟାଇଟିସ୍- ଦୂଷିତ ପାଣି ଓ ଖାଦ୍ୟ କାରଣରୁ ଏହା ବ୍ୟାପିଥାଏ।
ତେଣୁ ସବୁବେଳେ ବିଶୁଦ୍ଧ ପାଣି ପିଇବା ଉଚିତ।
ହେପାଟାଇଟିସ୍ ବିଶେଷଭାବେ ଆମର ଲିଭର୍କୁ ପ୍ରଭାବିତ କରିଥାଏ।
ଡାଇରିଆ- ଡାଇରିଆର ମୁଖ୍ୟ କାରଣ ହେଉଛି ଦୂଷିତ ଜଳ।
ଏହା ବିଭିନ୍ନ ଜୀବାଣୁ ଇ-କୋଲି, ଶିଗେଲା ଓ ଆମୋଇବାରୁ ହୋଇଥାଏ।
ଏଥିରୁ ଝାଡ଼ା, ବାନ୍ତି, ମୁଣ୍ଡ ବୁଲାଇବା, ପେଟ କାଟିବା ଭଳି ସମସ୍ୟା ଦେଖାଯାଇଥାଏ।
ଆମେ ରହୁଥିବା କିମ୍ବା ପାଖାପାଖି ସ୍ଥାନ ଯଦି ଅପରିଷ୍କାର ହୁଏ, ତେବେ ମଧ୍ୟ ଏହି ସମସ୍ତ ରୋଗ ହେବାର ଦେଖାଯାଏ।
ତେଣୁ ବର୍ଷାଦିନେ ପିଇବା ପାଣି ଓ ଆଖପାଖର ପରିବେଶ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।