Arrest: ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ ଆମେରିକା-କାନାଡାର ‘ଅପରେସନ ହାର୍ଡବଲ୍’
"ୱାସିଂଟନ: ଏଫବିଆଇ ଆମେରିକା,କାନାଡା ଏବଂ ୟୁରୋପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ ଅପରେସନ ହାର୍ଡବଲ୍ ଅନ୍ତର୍ଗତ ୫୦ରୁ ଅଧିକ ସ୍ଥାନରେ ଚଢାଉ କରି ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଆମେରିକୀୟ ଏଜେନ୍ସିଗୁଡ଼ିକ "ଭାରତ-ଭିତ୍ତିକ ସଂଗଠିତ ଅପରାଧ ଗୋଷ୍ଠୀ"ସହିତ ସମ୍ପର୍କ ରଖିଥିବା ଅଭିଯୋଗରେ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି।
ସେମାନଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଏବଂ ନିଶା କାରବାର ଭଳି ଅଭିଯୋଗ ରହିଛି।
ଏଥିରେ ୨୦୨୩ ମସିହାରେ କାନାଡାର ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ।
ଆମେରିକୀୟ ନ୍ୟାୟ ବିଭାଗ ଅନୁଯାୟୀ, ନିଜ୍ଜରଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ଗୋଲ୍ଡି ବ୍ରାର ମଧ୍ୟ ସାମିଲ ଅଛନ୍ତି।
ତିନୋଟି ଫେଡେରାଲ୍ ଅଭିଯୋଗରେ ମୋଟ ୩୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ହିଂସାତ୍ମକ ଅପରାଧ, ଆଦାୟ ଷଡ଼ଯନ୍ତ୍ର ଏବଂ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗ ରହିଛି।Advertisment ଆଇନଜୀବୀ ବିଲ୍ ଏସ୍ପଲି କହିଛନ୍ତି, ଫେଡେରାଲ୍ ଏଜେନ୍ସିଗୁଡ଼ିକ ଅନୁସାରେ ଅପରେସନ୍ ହାର୍ଡବଲ୍ ମୋଟ ତିନୋଟି ଅନ୍ତର୍ଜାତୀୟ ସିଣ୍ଡିକେଟ୍କୁ ଟାର୍ଗେଟ କରିଥିଲା।
ବିଷ୍ନୋଇ ଏବଂ ବ୍ରାର ନିଜ୍ଜରଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି।
ନିଜ୍ଜରଙ୍କୁ ୧୮ ଜୁନ୍ ୨୦୨୩ରେ ବ୍ରିଟିଶ୍ କଲମ୍ବିଆର ସରେରେ ଗୁଳି କରି ହତ୍ୟା କରାଯାଇଥିଲା।
ଅଭିଯୋଗପତ୍ରରେ କୁହାଯାଇଛି, ବିଷ୍ନୋଇ ଗ୍ୟାଙ୍ଗ ନିୟମିତ ଭାବରେ ପ୍ରମୁଖ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ନେତାମାନଙ୍କୁ ଟାର୍ଗେଟ କରୁଛି।
ସେମାନେ ଭୟ ସୃଷ୍ଟି କରିବା ଏବଂ ଟଙ୍କା ଆଦାୟ କରିବା ପାଇଁ ଏଭଳି ହାଇ-ପ୍ରୋଫାଇଲ୍ ଅପରାଧ କରୁଛନ୍ତି।
ଏହି ଗ୍ୟାଙ୍ଗ୍ ପ୍ରମୁଖ ଗାୟକ ଏବଂ ଅଭିନେତାଙ୍କ ଘର ଉପରେ ଗୁଳି ଚଳାଇ କାନାଡାରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି।
Lawrence Vishnoi : ପବନ ସିଂଙ୍କୁ ଧମକ ଦେଇନୁ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପୃଥକ ପୃଥକ ମାମଲାରେ ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆ ଏବଂ ରବିନ୍ଦର ସିଂହ ଧଣ୍ଡାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଛି।
ଧଣ୍ଡା ଏକ ଡ୍ରଗ୍ସ ବିତରଣ ନେଟୱାର୍କ ଚଲାଉଥିଲେ।
ଯାହା ଆନ୍ତର୍ଜାତୀୟ ସ୍ତରରେ ଆମେରିକା, କାନାଡା ଏବଂ ମେକ୍ସିକୋର ଡ୍ରଗ୍ସ ଚାଲାଣ ସଂଗଠନଗୁଡ଼ିକୁ କୋକେନ୍ ଏବଂ ମେଥାମ୍ଫେଟାମାଇନ୍ ଚାଲାଣ କରୁଥିଲା।
ଚାର୍ଜସିଟରେ କୁହାଯାଇଛି, ଭଗବାନପୁରିଆଙ୍କ ଗ୍ୟାଙ୍ଗ୍ ଏକ ଅନ୍ତର୍ଜାତୀୟ ଅପରାଧିକ ସିଣ୍ଡିକେଟ୍ ଭାବରେ କାର୍ଯ୍ୟ କରୁଛି ଯାହାର ମୁଖ୍ୟାଳୟ ଭାରତରେ ରହିଛି।
ଏହାର ସଦସ୍ୟମାନେ ଯୁକ୍ତରାଷ୍ଟ୍ର,କାନାଡା,ୟୁରୋପ,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ରହି ଅପରାଧ ଘଟାଉଛନ୍ତି।
ଭଗବାନପୁରିଆଙ୍କ ନାମ କେବଳ ଚାର୍ଜସିଟରେ ଅଛି।
ତାଙ୍କର ଦୋଷ ଏପର୍ଯ୍ୟନ୍ତ କୋର୍ଟରେ ପ୍ରମାଣିତ ହୋଇନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।