Hirakud Dam: ହୀରାକୁଦ ବନ୍ଧ ପ୍ରତି ବିପଦ! ଛତିଶଗଡ଼ରୁ ଆସୁନି ବନ୍ୟାର ଉପଯୁକ୍ତ ତଥ୍ୟ

Jul 08, 2026 - 07:38
Hirakud Dam: ହୀରାକୁଦ ବନ୍ଧ ପ୍ରତି ବିପଦ! ଛତିଶଗଡ଼ରୁ ଆସୁନି ବନ୍ୟାର ଉପଯୁକ୍ତ ତଥ୍ୟ

"ସମ୍ବଲପୁର: ହୀରାକୁଦ ନଦୀବନ୍ଧ ପରିଚାଳନା ନେଇ ଅନେକ ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ଏବଂ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯଶୋବନ୍ତ ପରିଡ଼ା।

ଏପରିକି ଛତିଶଗଡ଼ରୁ ହୀରାକୁଦକୁ ବନ୍ୟା ଜଳ ନିଷ୍କାସନ ସଂପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଉନଥିବା କହିଛନ୍ତି।Advertisment Dog: ଶିଶୁକନ୍ୟାକୁ କୁକୁର ଝୁଣିଦେଲେ: ଦେଢ଼ମାସ ତଳେ ୯ବର୍ଷ ଶିଶୁର ଖପୁରି ଉପାଡ଼ିଥିଲେ ହୀରାକୁଦ ଜଳ ପରିଚାଳନା ସହ ବହୁ ବର୍ଷ ଧରି ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବା ଏହି ଦୁଇ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ "ସମ୍ବାଦ"କୁ କହିଛନ୍ତି, ହୀରାକୁଦ ବନ୍ଧ ଉପରମୁଣ୍ଡରେ ମହାନଦୀର ଜଳପ୍ରବାହ ହାର ମାପିବା ପାଇଁ ୮ଟି, ତଳମୁଣ୍ଡରେ ୫ଟି ଗେଜ୍‌ ଷ୍ଟେସନ୍‌ ଥିଲା।

ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ କେତେକ ଗେଜ୍‌ ଷ୍ଟେସନ୍‌ ଅକାମୀ ହୋଇପଡ଼ିଛି।

ବନ୍ୟାର ଠିକ୍‌ ତଥ୍ୟ ଆସୁ ନାହିଁ।

ବନ୍ୟା ଜଳ ପରିଚାଳନା ପାଇଁ ୨୦୧୮ରୁ ୨୪/୪୮ ଘଣ୍ଟିଆ ଆଗୁଆ ବନ୍ୟାଜଳ ପ୍ରବେଶ ହାର ଆକଳନ ସମ୍ଭବ ହେଉନାହିଁ।

ତେଣୁ ସେହି ଗେଜ୍‌ ଷ୍ଟେସନ୍‌ଗୁଡ଼ିକର ଉପଯୁକ୍ତ ସ୍ଥାନାନ୍ତରଣ ଜରୁରୀ।

ବାର୍ତ୍ତା ଆଦାନ ପ୍ରଦାନ ପାଇଁ ୨୦୦୪ରେ ସ୍ଥାପିତ ଏଚ୍‌ଏଫ୍‌ ବେତାର ବ୍ୟବସ୍ଥା (ହାଇ ଫ୍ରିକୁଏନ୍ସି ୱାଏର୍‌ଲେସ ସିଷ୍ଟମ) ଅଚଳ ହୋଇପଡ଼ିଛି।

ମୋବାଇଲ୍‌ ଫୋନ ଦ୍ୱାରା ଯେଉଁ ତଥ୍ୟ ସଂଗ୍ରହ ହେଉଛି ତାହା ଗେଜ୍‌ ଷ୍ଟେସନ୍‌ରେ କର୍ମଚାରୀ ବଦଳରେ ପ୍ରତିନିଧିମାନେ ପଠାଉଛନ୍ତି।

ଗେଜ୍‌ ଷ୍ଟେସନ୍‌ମାନଙ୍କରେ ମୌସୁମୀ ଋତୁରେ ୩ ସିଫ୍‌ଟ ପାଇଁ ୧୦୦ ଜଣ କର୍ମଚାରୀ ଆବଶ୍ୟକ ଥିଲା ବେଳେ ଅଛନ୍ତି ମାତ୍ର ୨୦ ଜଣ।

ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ବନ୍ଧରେ ୬୪ଟି ସ୍ଲୁଇସ୍‌ ଓ ୩୪ କ୍ରେଷ୍ଟ ଗେଟ୍‌କୁ ମିଶାଇ ମୋଟ୍‌ ୯୮ଟି ଗେଟ୍‌ ରହିଛି।

ବାମ ସ୍ପିଲ୍‌ୱେ ପଟେ ଥିବା ୪୦ଟି ସ୍ଲୁଇସ୍‌ ଗେଟ୍‌ ପରିଚାଳନା ପାଇଁ ୫ଟି ଓ ଦକ୍ଷିଣ ସ୍ପିଲ୍‌ୱେର ୨୪ ସ୍ଲୁଇସ୍‌ ଗେଟ୍‌ ପାଇଁ ୩ଟି ବିଦ୍ୟୁତ୍‌ଚାଳିତ ଓଭର୍‌ହେଡ୍ କ୍ରେନ୍ ରହିଛି।

ସେହିପରି ବନ୍ଧ ଉପରେ ବାମ ପାର୍ଶ୍ୱ ଓ ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଲେଖାଏଁ  ଗେଣ୍ଟ୍ରି କ୍ରେନ୍‌ ରହିଛି l ଏ ସବୁ ପାଇଁ ଆବଶ୍ୟକ କ୍ରେନ୍‌ଚାଳକ ଓ ସହାୟକ ନାହାନ୍ତି।

ହୀରାକୁଦ ବନ୍ଧ ଫାଉଣ୍ଡେସନ୍‌ ଗ୍ୟାଲେରିରୁ ଜଳ ନିଷ୍କାସନ ପାଇଁ ନିୟମିତ ପମ୍ପ ଚାଳକ ଓ ସହାୟକ ମଧ୍ୟ ନାହାନ୍ତି।

ବନ୍ଧର ସ୍ଥିରତା ପାଇଁ ଫାଉଣ୍ଡେସନ୍‌ ଗ୍ୟାଲେରିରୁ ଜଳ ନିଷ୍କାସନ, ଗେଟ୍‌, କ୍ରେନ୍‌ ଓ ଅନ୍ୟ ସମସ୍ତ ଯନ୍ତ୍ରାଂଶ ତଥା ଉପକରଣର ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ।

କର୍ମଚାରୀଙ୍କ ଅଭାବ ଯୋଗୁଁ ତାହା ‌ହୋଇପାରୁନି।

ଛତିଶଗଡ଼ରୁ ଆସୁନି ବନ୍ୟାର ଉପଯୁକ୍ତ ତଥ୍ୟଅକାମୀ ହୋଇପଡ଼ିଛି ଗେଜ୍‌ ଷ୍ଟେସନ୍‌କର୍ମଚାରୀ ଅଭାବରୁ ହେଉନି ଉପଯୁକ୍ତ ରକ୍ଷଣାବେକ୍ଷଣପୁରୁଣା ରୁଲ୍‌ କର୍ଭ ଅପ୍ରାସଙ୍ଗିକ, ଜାରି ହେଉନି ନୂଆ ଏସ୍‌ଓପି 2.13 lakh missing voters: ୨.୧୩ ଲକ୍ଷ ନିଖୋଜ ଭୋଟରଙ୍କୁ ଖୋଜିବେ: କାହିଁକି ଭୋଟର ତାଲିକାରେ ସାମିଲ ହେଲେନି ରିପୋର୍ଟ ଦେବେ ୨୦୧୬ ମସିହାରେ ଜଳସମ୍ପଦ ବିଭାଗର ଏସ୍‌ଓପି ସହ ୧୯୫୯ର ବନ୍ଧ ପରିଚାଳନା ନିୟମ, ୨୦୦୧ର ଅତିରିକ୍ତ ନିୟମ ମେଳ ଖାଉନାହିଁ।

ଏଣେ ୨୦୧୬ ମସିହାରେ ନିଷ୍ପତ୍ତି ସତ୍ତ୍ବେ ହୀରାକୁଦ ବନ୍ଧ ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଏପର୍ଯ୍ୟନ୍ତ ହୋଇ ପlରିନାହିଁ।

ବର୍ତ୍ତମାନ ପାଳନ ହେଉଥିବା ନଦୀବନ୍ଧର ୧୯୮୮ ମସିହାର ରୁଲ୍‌କର୍ଭ ବନ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ନୁହେଁ।

କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦିତ ସଂଶୋଧିତ ରୁଲ୍‌କର୍ଭ ଆବଶ୍ୟକ।

ବନ୍ଧ ନିରାପତ୍ତା ଆଇନ ୨୦୨୧ ଅନୁଯାୟୀ ଏହା ବାଧ୍ୟତାମୂଳକ।

ପ୍ରାରମ୍ଭରୁ ହାଇଡ୍ରୋଲଜି ସବ୍‌ଡିଭିଜନ୍‌ ଉପରେ ସମସ୍ତ ଗେଜ୍‌ ଷ୍ଟେସନ୍‌ମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ସହିତ ବନ୍ୟା ପରିଚାଳନାର ଅନେକ ଗୁରୁଦାୟିତ୍ୱ ଥିଲା।

କିନ୍ତୁ ଏବେ ସେହି ସବ୍‌ଡିଭିଜନ୍‌କୁ ଉଠାଇ ଦିଆଯାଇଛି।

ହାଇଡ୍ରୋଲଜି ଡାଟା ଉପରେ ବନ୍ୟାଜଳ ପ୍ରବାହର ଆକଳନ, ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷା ନିର୍ଭର କରେ।

କିନ୍ତୁ ହାଇଡ୍ରୋଲଜି ଶାଖାକୁ ଅବବାହିକା କ୍ଷେତ୍ରରେ ଦୁର୍ବଳ କରିବା ବଦଳରେ ଅଧିକ ଦୃଢ଼ କରିବା ଆବଶ୍ୟକ।

ହୀରାକୁଦ ବନ୍ଧର ପୁରୁଣା ହୁଇଲ୍‌ ଡାଏଲ୍‌ ଗେଜ୍‌ ଅକାମୀ ହୋଇ ପଡ଼ିଲାଣି।

ତେଣୁ ହୀରାକୁଦ ଜଳସ୍ତର ମାପିବା ଠିକ୍‌ ହେଉ ନାହିଁ।

ବନ୍ଧର ବନ୍ୟାଜଳ ପରିଚାଳନା ପାଇଁ ଛତିଶଗଡ଼ ସରକାରଙ୍କ ଜଳସମ୍ପଦ ବିଭାଗ ସହ ସମନ୍ୱୟ ରଖି "ରିଅଲ୍‌ ଟାଇମ୍‌" ବନ୍ୟା ତଥ୍ୟ ବିନିମୟ ବର୍ତ୍ତମାନ ହେଉ ନାହିଁ।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପାଞ୍ଚବର୍ଷରେ ହୀରାକୁଦ ଜଳଭଣ୍ଡାରର ଏରିଆ କାପାସିଟି ଯାଞ୍ଚ କରିବା ଓ ମହାନଦୀ ଅବବାହିକାରେ ଥିବା ସମସ୍ତ ଷ୍ଟେସନ୍‌ଗୁଡିକର କ୍ରସ୍‌ ସେକ୍‌ସନ ତଥା ଗେଜ୍‌ଗୁଡିକ ଯାଞ୍ଚ ହେଉ ନାହିଁ।

ଯଦି ଗେଟ୍‌ ପରିଚାଳନାରେ ବିଭ୍ରାଟ ହୁଏ, ତେବେ ମାଟିବନ୍ଧ ପ୍ରତି ବିପଦ ଆଶଙ୍କା ରହିଛି।

ଏସବୁ ଦିଗପ୍ରତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।