Subhadra Yojana continue: ‘ଇଏସି-ପିଏମ୍’ର ୱାର୍କିଂ ପେପର୍ରେ ଆହ୍ବାନ: ସୁଭଦ୍ରା ଯୋଜନା ଜାରି ରହୁ
"ଭୁବନେଶ୍ବର: ରାଜ୍ୟ ସରକାର ଆଣିଥିବା "ସୁଭଦ୍ରା" ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍)ର ଏକ ୱାର୍କିଂ ପେପର୍ରେ ସୁପାରିସ କରାଯାଇଛି।
ଓଡ଼ିଶା ଓ ମହାରାଷ୍ଟ୍ରରେ ମହିଳାମାନଙ୍କ ପାଇଁ ଲାଗୁ କରାଯାଇଥିବା ସର୍ତ୍ତବିହୀନ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାକୁ ଅନୁଶୀଳନ କରି ପେପର୍ରେ ଏଭଳି ଆହ୍ବାନ ଦିଆଯାଇଛି।
କେବଳ ସେତିକି ନୁହେଁ, ଏହି ଯୋଜନାରେ ଦିଆଯାଉଥିବା ଟଙ୍କା ପରିମାଣକୁ ଦରଦାମରେ ହେଉଥିବା ବୃଦ୍ଧି ଓ ପରିବାରଗୁଡ଼ିକର ଖର୍ଚ୍ଚ ବୃଦ୍ଧିକୁ ବିଚାରକୁ ନେଇ ଯଥେଷ୍ଟ ପରିମାଣରେ ବଢ଼ାଇବାକୁ ମଧ୍ୟ କୁହାଯାଇଛି।
ୱାର୍କିଂ ପେପର୍ରେ ଉଲ୍ଲେଖ ରହିଛି ଯେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ହିତାଧିକାରୀମାନଙ୍କ ଖାତା ବାଲାନ୍ସ ପରିମାଣ ୪୫ ପ୍ରତିଶତ ବୃଦ୍ଧି ପାଇ ୬,୮୮୭ ଟଙ୍କାରେ ପହଞ୍ଚିଛି।
ସେମାନଙ୍କ ଦ୍ବାରା ହେଉଥିବା ଖର୍ଚ୍ଚ ମଧ୍ୟ ୨୮ ପ୍ରତିଶତ ବଢ଼ି ୧୯୨୦ ଟଙ୍କା ହୋଇଛି।
ବୟସ୍କ ମହିଳାମାନେ ସୁଭଦ୍ରା ଟଙ୍କାକୁ ସଞ୍ଚୟ କରୁଛନ୍ତି।
ଅଳ୍ପ ବୟସର ମହିଳାମାନେ ତାହାକୁ ନିଜ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି।
ଏହି ଯୋଜନା ପ୍ରଭାବରେ ଓଡ଼ିଶାରେ ପରିବାରଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥିବା ପେପର୍ରେ କୁହାଯାଇଛି।
Advertisment Meeting : "ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ" ଦରଦାମ୍ରେ ବୃଦ୍ଧି, ପରିବାର ଖର୍ଚ୍ଚ ଅନୁସାରେ ଟଙ୍କା ବଢ଼ାଅ "ସୁଭ୍ରଦା" ଯୋଜନାରେ ରାଜ୍ୟର ନିରକ୍ଷର ହିତାଧିକାରୀଙ୍କ ହାରାହାରି ବାଲାନ୍ସ ପ୍ରଥମ ମାସିକ କିସ୍ତି ପାଇବା ପରେ ୧୦,୬୫୬ ଟଙ୍କାକୁ ବୃଦ୍ଧି ପାଇଛି।
ପୂର୍ବରୁ ସେମାନଙ୍କ ବାଲାନ୍ସ ୬,୭୧୭ ଟଙ୍କା ଥିଲା।
ମାଟ୍ରିକ୍ ତଳ ପର୍ଯ୍ୟନ୍ତ ପାଠପଢ଼ିଥିବା ହିତାଧିକାରୀଙ୍କ ବାଲାନ୍ସ ୧୩୫୧ ଟଙ୍କା ଓ ମାଟ୍ରିକ ଯାଏ ପାଠପଢ଼ିଥିବା ହିତାଧିକାରୀଙ୍କ ବାଲାନ୍ସ ୨୨୯୯ ଟଙ୍କା ବୃଦ୍ଧି ପାଇଛି।
ଏହି ଯୋଜନାରେ ୨୧-୨୯ ବର୍ଷ ବୟସର ହିତାଧିକାରୀମାନଙ୍କ ଖର୍ଚ୍ଚ ବଢ଼ିଛି।
ପ୍ରଥମ କିସ୍ତି ରାଶି ପାଇବା ପୂର୍ବରୁ ସେମାନଙ୍କ ହାରାହାରି ଖର୍ଚ୍ଚ ୬୭୫୪ ଟଙ୍କା ଥିଲା।
ସୁଭଦ୍ରା କିସ୍ତି ପାଇବା ପରେ ସେହି ଖର୍ଚ୍ଚ ୮,୭୭୧ ଟଙ୍କାକୁ ବୃଦ୍ଧି ପାଇଥିଲା।
ଅର୍ଥାତ ମାସକୁ ସେମାନେ ଅଧିକ ୨୦୧୭ ଟଙ୍କା ଖର୍ଚ୍ଚ କରୁଛନ୍ତି।
୩୦-୪୪ ବର୍ଷ ବୟସର ହିତାଧିକାରୀମାନଙ୍କ ଖର୍ଚ୍ଚ ୨୨୭୦ ଟଙ୍କା ବଢ଼ି ୯,୮୩୫ ଟଙ୍କା ହୋଇଛି।
କିନ୍ତୁ ୪୫-୫୯ ବୟସର ହିତାଧିକାରୀଙ୍କ ଖର୍ଚ୍ଚ ମାତ୍ର ୧୨୪୯ ଟଙ୍କା ବଢ଼ି ୭୩୪୨ ଟଙ୍କା ହୋଇଛି।
UPSC: ବାପା ଥିଲେ ଆଇଏଏସ୍ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍ ଓଡ଼ିଶାରେ ବିଜେପି ସରକାର ତରଫରୁ ୨୦୨୪ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଥିଲା।
ଏହି ଯୋଜନାରେ ବର୍ଷକୁ ୫୦୦୦ ଟଙ୍କା ଲେଖାଏଁର ଦୁଇଟି କିସ୍ତିରେ ମହିଳାମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି।
୨୦୨୪-୨୯ ମଧ୍ୟରେ ୫ ବର୍ଷରେ ପ୍ରତି ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। "ଭାରତରେ ସର୍ତ୍ତବିହୀନ ମହିଳାଙ୍କୁ ନଗଦ ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ: ମହାରାଷ୍ଟ୍ର ଓ ଓଡ଼ିଶାରୁ ପ୍ରମାଣ" ନାମକ ଏହି ୱାର୍କିଂ ପେପରକୁ ଇଏସି-ପିଏମ୍ର ଅସ୍ଥାୟୀ ସଦସ୍ୟ ସୌମ୍ୟ କାନ୍ତି ଘୋଷ ଓ ସଗିଷ୍ଣା କେ.
ଲେଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।