Accident: ନିୟନ୍ତ୍ରଣ ହରାଇ ଡିଭାଇଡରକୁ ପିଟିଲା ତୀର୍ଥଯାତ୍ରୀ ବସ୍, ଡ୍ରାଇଭର ମୃତ
ସୋର (ଅଭୟ ପତ୍ରୀ):ବାଲେଶ୍ବରଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସକାଳୁ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍ର ଚାଳକଙ୍କର ମୃତ୍ୟୁ ଘଟିଛି। ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ କେ ଭେଙ୍କଟେଶ୍ବର (୫୪)। ଆହତମାନଙ୍କର ମଧ୍ୟରେ ବି ନାରାୟଣମ, ବି ସନସମା (୪୫), ମେଗାୟମ ପଦ୍ମା, କେ ରାମବାଓ, ସୁଶୀଳା, ବି ରାମଲାମା, ଏମ୍ ନରସିଂହମ, ପି ଗୋବିନ୍ଦା, କେ ରଙ୍ଗଡେଶ୍ବରମ୍, ରାମବାଓ, ଜି ଶ୍ୟାମସୁନ୍ଦରମ ସାମିଲ ଅଛନ୍ତି।
ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଅଞ୍ଚଳରୁ ଏକ ଘରୋଇ ବସ୍ ‘ଶ୍ରୀ ଲକ୍ଷ୍ମୀ’ ତୀର୍ଥଯାତ୍ରୀ ପ୍ରାୟ ୪୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ତୀର୍ଥସ୍ଥଳକୁ ଯାଇଥିଲା। ଏହି ତୀର୍ଥଯାତ୍ରୀମାନେ ଆଜି କୋଲକାତାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲେ। ତେବେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ବସ୍ର ଚାଳକ ଭାରସାମ୍ୟ ହରାଇ ଥିଲେ। ବସ୍ଟି ସିଧାସଳଖ ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ଗାଡି ଚଳକଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢ଼ନ୍ତୁ: Bengaluru: ବେଙ୍ଗାଲୁରୁରେ ମୌସୁମୀ ପ୍ରକୋପ: ବର୍ଷାଜନିତ ଦୁର୍ଘଟଣାରେ ୨ ମୃତ; ୩ ଆହତ
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଭୋର ସକାଳୁ ଏହି ଦୁର୍ଘଟଣା ଘଟିଥିବାରୁ ବସ୍ ଚାଳକଙ୍କୁ ନିଦ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆନ୍ଧ୍ର ପ୍ରଦେଶର ପୁଲିସ ଏବଂ ପରିବହନ ବିଭାଗ ସହିତ ଯୋଗାଯୋଗ କରୁଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।