Indus Water Treaty issue: ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ: ସିନ୍ଧ ଓ ବଲୁଚିସ୍ତାନରେ ଭୟାବହ ଜଳ ସଙ୍କଟ

Jun 14, 2026 - 08:39
Indus Water Treaty issue: ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ: ସିନ୍ଧ ଓ ବଲୁଚିସ୍ତାନରେ ଭୟାବହ ଜଳ ସଙ୍କଟ

"ନୂଆଦିଲ୍ଲୀ: ଭାରତ ବିରୋଧରେ ଲଗାତାର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଏବେ ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ପହଲଗାମରେ ଘଟିଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ  ସିନ୍ଧୁ ଜଳ ଚୁକ୍ତିକୁ  ସାମୟିକ ଭାବେ ସ୍ଥଗିତ ରଖାଯିବା ପରେ ପାକିସ୍ତାନରେ ଏହାକୁ ନେଇ ଜଟିଳ ସ୍ଥିତି ଉପୁଜିଛି।

ଆତଙ୍କବାଦ ପ୍ରସଙ୍ଗରେ ଭାରତର ଏହି   ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ବର୍ତ୍ତମାନ ପାକିସ୍ତାନର ସିନ୍ଧ ଏବଂ ବଲୁଚିସ୍ତାନ ପ୍ରଦେଶରେ ଭୟାନକ ଜଳ ସଙ୍କଟ ସୃଷ୍ଟି ହୋଇଛି।

ଏହି ସଙ୍କଟ ପାକିସ୍ତାନର ପ୍ରାୟ ଏକ-ତୃତୀୟାଂଶ ଜନସଂଖ୍ୟାକୁ ସିଧାସଳଖ ପ୍ରଭାବିତ କରିଥିବା ବେଳେ ସେଠାକାର କୃଷି ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହେବାକୁ ବସିଛି।

ଜଳ ଯୋଗାଣ ପ୍ରଙ୍ଗରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି,  ଆମେ ସିନ୍ଧୁ ନଦୀର ପାଣିକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକମାନଙ୍କ ନିକଟକୁ କଦାପି ପହଞ୍ଚିବାକୁ ଦେବୁନାହିଁ।

ଏହି ଜଳ ସଙ୍କଟ ଯୋଗୁଁ ପାକିସ୍ତାନର  ସିନ୍ଧ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଆଶଙ୍କାଆତଙ୍କବାଦ ଓ ଜଳ ବଣ୍ଟନ ଏକାଠି ଚାଲିପାରିବ ନାହିଁ: ଭାରତ ପାକିସ୍ତାନର ସମୁଦାୟ କୃଷି ଉତ୍ପାଦନର ପ୍ରାୟ ୬୭ ପ୍ରତିଶତ କେବଳ ସିନ୍ଧ ପ୍ରଦେଶରୁ ହିଁ ଆସିଥାଏ।

ଏହି ଅଞ୍ଚଳରୁ ବାର୍ଷିକ ପ୍ରାୟ ୧.୪ ବିଲିୟନ ଡଲାର ମୂଲ୍ୟର ୫୫ ଲକ୍ଷ ଟନ୍ ରପ୍ତାନି ଯୋଗ୍ୟ ଧାନ ଉତ୍ପାଦିତ ହୋଇଥାଏ।

ମାତ୍ର ସିନ୍ଧୁ ନଦୀର ସୁକୁର ବ୍ୟାରେଜ୍ ଏବଂ ଏହା ସହ ଜଡ଼ିତ ପ୍ରମୁଖ କେନାଲଗୁଡ଼ିକରେ ଏବେ ଜଳ ସ୍ତର ସାଂଘାତିକ ଭାବେ ହ୍ରାସ ପାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ଉତ୍ତର-ପଶ୍ଚିମ କେନାଲରେ ୬୪.୧ ପ୍ରତିଶତ ଏବଂ ରଇସ୍ କେନାଲରେ ୩୮ ପ୍ରତିଶତ ଜଳ ଅଭାବ ଦେଖାଦେଇଛି।

ସବୁଠାରୁ ଦୟନୀୟ ସ୍ଥିତି ଦାଦୁ କେନାଲରେ ହୋଇଛି, ଯେଉଁଠାରେ ନିର୍ଦ୍ଧାରିତ ୪,୯୯୫ କ୍ୟୁସେକ୍ ବଦଳରେ ମାତ୍ର ୮୬୦ କ୍ୟୁସେକ୍ (ପ୍ରାୟ ୮୨ ପ୍ରତିଶତ କମ୍) ଜଳ ପ୍ରବାହିତ ହେଉଛି।

ଏହା ଯୋଗୁଁ ଲାରକାନା, କାମ୍ବର-ଶାହଦାଦକୋଟ ଏବଂ ସିକରପୁର ଭଳି  କୃଷି ପ୍ରଧାନ ଜିଲ୍ଲାର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି।

ଭାରତର କଟକଣା ପଦକ୍ଷେପ ବ୍ୟତୀତ ପାକିସ୍ତାନର ଆଭ୍ୟନ୍ତରୀଣ  ପରିଚାଳନା ଏବଂ ପ୍ରଦେଶଗୁଡ଼ିକ ମଧ୍ୟରେ ଥିବା ବିବାଦ ଏହି ସମସ୍ୟାକୁ ଦ୍ବିଗୁଣିତ କରିଛି।

ସିନ୍ଧ ପ୍ରଦେଶର ପ୍ରଶାସନ ଅଭିଯୋଗ କରିଛି ଯେ, ପଞ୍ଜାବ ପ୍ରଦେଶ ନିଜ ନିର୍ଦ୍ଧାରିତ କୋଟାରୁ ଅଧିକ ଜଳ ଟାଣି ନେଉଛି।

Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।