ISKCON crossed the line: ସୀମା ଲଙ୍ଘିଲା ଇସ୍କନ୍‌: ରାସ୍ତା କଡ଼ରେ ମହାପ୍ରଭୁଙ୍କୁ ବସାଇଦେଲେ

Jun 14, 2026 - 08:39
ISKCON crossed the line: ସୀମା ଲଙ୍ଘିଲା ଇସ୍କନ୍‌: ରାସ୍ତା କଡ଼ରେ ମହାପ୍ରଭୁଙ୍କୁ ବସାଇଦେଲେ

"ପୁରୀ: ବିଦେଶୀ ଇସ୍କନ୍‌ ଶାଖାର ମନମାନି ବଳବତ୍ତର ରହିଛି।

ଏତେ ବିରୋଧ, ତାଗିଦ ସତ୍ତ୍ବେ ପୁଣି ଜର୍ମାନୀରେ ଅଦିନିଆ ରଥଯାତ୍ରା ଆୟୋଜନ ହୋଇଛି।

ତା"ଠୁ ଅଧିକ ସାଂଘାତିକ ହେଉଛି, କୋଟି ଓଡ଼ିଆର ମଉଡ଼ମଣି, ସ୍ବୟଂ ଶ୍ରୀଜଗନ୍ନାଥଙ୍କୁ ରାସ୍ତାକଡ଼ରେ ଛତା ତଳେ ବସେଇ ଦିଆଯାଇଛି।

ସେଠାରେ (ଜର୍ମାନୀ)ରେ ଏକ ମେଳା ଚାଲିଥିବାରୁ ଅଧିକ ଲୋକଙ୍କ ଦୃଷ୍ଟିକୁ ଆସିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କୁ ରାସ୍ତା କଡ଼ରେ ବସାଇବା ଭଳି ଦୁଃସାହସ କରିଛି ଇସ୍କନ୍‌।

ଏପରି ହୀନ ଉଦ୍ୟମ ପରେ ସେମାନେ ଖାଲି କୋଟିକୋଟି ଜଗନ୍ନଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରିନାହାନ୍ତି, ମହାପ୍ରଭୁଙ୍କ ଅପମାନିତ କରିଛନ୍ତି ବୋଲି ଜର୍ମାନୀରେ ରହୁଥିବା ପ୍ରବାସୀ ଭାରତୀୟମାନେ କହିଛନ୍ତି।Advertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ଜର୍ମାନୀର ୱିସବାଡେନ୍‌ ସହରରେ ଆଜି ଏକ ଉତ୍ସବ ଚାଲିଥିବା ବେଳେ ସେଠାରେ ଭିଡ଼ ଫାଇଦାକୁ ଦୃଷ୍ଟିରେ ରଖି ଅ-ତିଥିରେ ରଥଯାତ୍ରା କରାଯାଇଛି।

ଶାସ୍ତ୍ରୀୟ ବିଧିବିଧାନକୁ ଅନୁକରଣ କରିବା ନେଇ ସମଗ୍ର ବିଶ୍ବରେ ଥିବା ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥପ୍ରେମୀ ପ୍ରବାସୀ ଭାରତୀୟମାନେ ସ୍ମାରକପତ୍ର ଦେଇ ଆସୁଛନ୍ତି।

ତଥାପି ଅମାନିଆ ଇସ୍କନ୍‌କୁ କିଛି ଫରକ ପଡ଼ୁନି।

ଏ ନେଇ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶନ ସାମଲ କହିଛନ୍ତି, ମହାପ୍ରଭୁଙ୍କୁ ଏଭଳି ଅପମାନ ଦେଖିଲେ ‌ଯେକୌଣସି ସନାତନୀ ବ୍ୟକ୍ତିର ଆଖିରେ ଲୁହ ଆସିଯିବ।

ସପ୍ତାହେ ଆଗରୁ ଏ ସମ୍ପର୍କରେ ଖବର ପାଇବା ପରେ ସ୍ବିଜରଲାଣ୍ଡରେ ଜିବିସିକୁ ଭେଟି ଆମେ ସ୍ମାରକପତ୍ର‌ ଦେଇଥିଲୁ।

ବାସ୍ତବରେ ସ୍ବିଜରଲାଣ୍ଡ ଅଧୀନରେ ଜର୍ମାନୀ, ସ୍ବିଜରଲାଣ୍ଡ ଓ ଅଷ୍ଟ୍ରିଆରେ ଇସ୍କନ୍‌ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଉଛି।

ଏହି ଆଧାରରେ ଜାଣିବାକୁ ପାଇଲୁ, ଜର୍ମାନୀରେ ୧୧ଟି ଜାଗାରେ ଏଭଳି ରଥଯାତ୍ରା ପାଳନ କରାଯାଉଛି।

ତେଣୁ ଏହାର ବିରୋଧ କରିଥିଲୁ।

ମୂଳପୀଠ ପୁରୀର ଶାସ୍ତ୍ରୀୟ ବିଧିବିଧାନକୁ ଅନୁକରଣ କରିବା ପଛରେ ମାହାତ୍ମ୍ୟ ଏବଂ ଏହା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ଥିବା କଥା ମଧ୍ୟ ଜଣାଇଥିଲୁ।

ତଥାପି ସେମାନେ ନିଜ ସୁବିଧା ପାଇଁ ଏଠାକାର ଉତ୍ସବ ସମୟରେ ରଥଯାତ୍ରା ଆୟୋଜନ କଲେ।

Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ରଥଯାତ୍ରା ନାଁ ଦେଲେ, କିନ୍ତୁ ରଥରେ ଠାକୁରଙ୍କୁ ଆଣିବା ପରିବର୍ତ୍ତେ ରାସ୍ତା କଡ଼ରେ ଆଣି ବସାଇଦେଲେ।

ଜଗତର ମୁରବିଙ୍କୁ ଏଭଳି ଅପମାନିତ କରିବା ଦୃଶ୍ୟ ଆମେ ସ୍ବଚକ୍ଷୁରେ ଦେଖିବାକୁ ସାହସ କରିପାରିଲୁ ନାହିଁ।

ଏତେ କହିବା ସତ୍ତ୍ବେ ସେମାନେ ମାନିବାକୁ ନାରାଜ।

କହୁଛନ୍ତି, ଆମକୁ ଯାହା ଉପରୁ ନି‌ର୍ଦ୍ଦେଶ ଆସିଛି ଆମେ ସେହି ଅନୁଯାୟୀ ପାଳନ କରୁଛୁ।

ମାତ୍ର ଏଥିରେ କ"ଣ ସତ୍ୟତା ତାହା ଜାଣି ହେଉନାହିଁ।

ଯେତେ ପ୍ରକାରର ପ୍ରମାଣ ଦେଲେ ମଧ୍ୟ ନିୟମ ଉଲ୍ଲଂଘନ କରି ବାରମ୍ବାର ଅ-ତିଥିରେ ରଥଯାତ୍ରା କରିବା ଏବଂ ମହାପ୍ରଭୁଙ୍କୁ ଆଣି ରାସ୍ତାରେ ବସାଇବା କଦାପି କ୍ଷମଣୀୟ ନୁହେଁ।

ଏଥିରେ ସେମାନ‌ଙ୍କର ଭିନ୍ନ କିଛି ଆଭିମୁଖ୍ୟ ଥିବା ଭଳି ହୃଦବୋଧ ହେଉଛି।

ଏଥିରେ ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ପ୍ରବାସୀ ଭାରତୀୟମାନେ ଦାବି କରିଛନ୍ତି।

ଜର୍ମାନୀର ୱିସବାଡେନ୍ ଭଳି ଆମେରିକାର ନ୍ୟୁୟର୍କରେ ମଧ୍ୟ ଆଜି ଅ-ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।