Aaryavir and Vedant Sehwag Impress Together: ବଡ଼ ଭାଇ ଅଧିନାୟକ, ସାନ ଭାଇଙ୍କ ବୋଲିଂରେ ପଞ୍ଜାବ ଧରାଶାୟୀ
କ୍ରିକେଟ୍ ପଡ଼ିଆରେ ପୁଣି ଚମକିଲା ବୀରେନ୍ଦ୍ର ସେହ୍ୱାଗଙ୍କ ପରିବାର।
ବାପାଙ୍କ ଭଳି କ୍ରିକେଟ୍ ମଇଦାନରେ ନିଜ ଦକ୍ଷତା ଦେଖାଇଲେ ଦୁଇ ପୁଅ।
ବଡ଼ ପୁଅ ଆର୍ଯ୍ୟବୀର ଦିଲ୍ଲୀ ଅଣ୍ଡର-୧୯ ଟିମ୍ର ଅଧିନାୟକ ଥିବା ବେଳେ ସାନ ପୁଅ ବେଦାନ୍ତ ବଲ୍ରେ କଲେ କମାଲ୍।
ପଞ୍ଜାବ ବିପକ୍ଷରେ ମାତ୍ର ୧୬ ବର୍ଷ ବୟସରେ ୭ଟି ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଛନ୍ତି ବେଦାନ୍ତ।
Advertisment କୁଚ୍ ବେହାର ଟ୍ରଫିରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଚାଲିଥିବା ଚାରିଦିନିଆ ମ୍ୟାଚ୍ର ପ୍ରଥମ ଦିନରେ ବେଦାନ୍ତ ନିଜ ସ୍ପିନ୍ ଯାଦୁ ଦେଖାଇଥିଲେ।
୨୨.୩ ଓଭର ବୋଲିଂ କରି ମାତ୍ର ୮୮ ରନ୍ ଦେଇ ୭ଟି ୱିକେଟ୍ ଅକ୍ତିଆର କରିଥିଲେ।
ତାଙ୍କ ଘାତକ ବୋଲିଂ ଆଗରେ ପଞ୍ଜାବର ପୂରା ଟିମ୍ ୨୩୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଏପରିକି ଭାରତର ଅଣ୍ଡର-୧୯ ଏସିଆ କପ୍ ବିଜୟରେ ଭୂମିକା ନେଇଥିବା ପଞ୍ଜାବ ଅଧିନାୟକ ଅର୍ଜୁନ ରାଜପୁତ ମଧ୍ୟ ବେଦାନ୍ତଙ୍କ ଶିକାର ହୋଇଥିଲେ।
ସେପଟେ ବଡ଼ ଭାଇ ଆର୍ଯ୍ୟବୀର ମଧ୍ୟ ବ୍ୟାଟିଂରେ ଦେଖାଇଥିଲେ ଧୈର୍ଯ୍ୟ।
ଓପନିଂ କରି ୯୪ଟି ବଲ୍ରୁ ୩୧ ରନ୍ ସଂଗ୍ରହ କରିଥିଲେ।
ପଞ୍ଜାବର ନୂଆ ବଲ୍କୁ ସାମ୍ନା କରି ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ।
Advertisment ଉଲ୍ଲେଖଯୋଗ୍ୟ, ନିକଟରେ ଅଣ୍ଡର-୧୯ ଏସିଆ କପ୍ରେ ଆର୍ଯ୍ୟବୀର ୫ଟି ଇନିଂସରୁ ୩୬୧ ରନ୍ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ।
ଏଥିପାଇଁ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ।
ଏବେ ବଡ଼ ଭାଇଙ୍କ ନେତୃତ୍ୱ ଓ ସାନ ଭାଇଙ୍କ ବୋଲିଂ ଦକ୍ଷତା କ୍ରିକେଟ୍ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ବାପା ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି ଦୁଇ ପୁଅ ମଧ୍ୟ କ୍ରିକେଟ୍ ଜଗତରେ କେତେ ବଡ଼ ନାଁ କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
