Aamir Khan: ୨୫ ବର୍ଷ ପରେ ପୁଣି କ୍ରିକେଟ୍ ମଇଦାନକୁ ଫେରିବେ ଆମିର ଖାନ୍, ‘ଲଲକାରା’ ପାଇଁ ଆରମ୍ଭ କଲେ ପ୍ରଶିକ୍ଷଣ
ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ପୁଣିଥରେ କ୍ରିକେଟ୍ ମଇଦାନରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ।
ଦୀର୍ଘ ୨୫ ବର୍ଷ ପରେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସହ ଏକ ନୂଆ ସ୍ପୋର୍ଟସ୍ ଡ୍ରାମା ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଆମିର।
ଏହି ଫିଲ୍ମର ନାଁ ରହିଛି 'ଲଲକାରା'।
ଏଥିରେ ସେ ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଖେଳାଳି ଲାଲା ଅମରନାଥଙ୍କ ଚରିତ୍ରରେ ଅଭିନୟ କରିବେ।
ଏହି ଭୂମିକାକୁ ବାସ୍ତବ ରୂପ ଦେବା ପାଇଁ ଆମିର ଏବେଠାରୁ କଠିନ ପରିଶ୍ରମ ଆରମ୍ଭ କରିଦେଇଛନ୍ତି।
Advertisment ୨୦୨୭ ଜାନୁଆରୀ ୪ରୁ ଆରମ୍ଭ ହେବ ଫିଲ୍ମର ସୁଟିଂ ଫିଲ୍ମର କାହାଣୀ ୧୯୫୨ ମସିହାର ଐତିହାସିକ ଭାରତ-ପାକିସ୍ତାନ ଟେଷ୍ଟ ସିରିଜ୍କୁ ଆଧାର କରି ଗତିଶୀଳ ହେବ।
୧୯୪୭ ମସିହାରେ ଦେଶ ବିଭାଜନ ପରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଏହା ପ୍ରଥମ ଟେଷ୍ଟ ସିରିଜ୍ ଥିଲା।
ଏହି ସିରିଜ୍ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ସ୍ୱାଧୀନ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ଲାଲା ଅମରନାଥ।
ତାଙ୍କ ନେତୃତ୍ୱରେ ଭାରତ ୨-୧ରେ ପାକିସ୍ତାନକୁ ପରାସ୍ତ କରିଥିଲା।
ତେଣୁ ଫିଲ୍ମ ରେ କ୍ରିକେଟ୍ ସହ ଦେଶ ବିଭାଜନ ସମୟର ଐତିହାସିକ ଘଟଣା ଏବଂ ଭାବନାତ୍ମକ ଦିଗ ମଧ୍ୟ ସ୍ଥାନ ପାଇବ।
ପ୍ରଶିକ୍ଷଣ ଦେଉଛନ୍ତି ଦୁଇଜଣ ପୂର୍ବତନ ଖେଳାଳି ଏହି ଚରିତ୍ର ପାଇଁ ଆମିର ଖାନ୍ କେବଳ ଅଭିନୟ ନୁହେଁ, ବରଂ କ୍ରିକେଟ୍ ଖେଳର ମୌଳିକ କୌଶଳ ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି।
ସେ ନିଜର ସହ-କଳାକାର ବିକ୍ରାନ୍ତ ମେସି, ଜିତେନ୍ଦ୍ର କୁମାର ଏବଂ ଧୈର୍ଯ୍ୟ କରୱାଙ୍କ ସହ ଦକ୍ଷିଣ ମୁମ୍ବାଇର ଏକ ପ୍ରତିଷ୍ଠିତ କ୍ରିକେଟ୍ କ୍ଲବ୍ରେ ଅଭ୍ୟାସ କରୁଛନ୍ତି।
ଏହି କଳାକାରମାନଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦୁଇଜଣ ପୂର୍ବତନ ଖେଳାଳି ପ୍ରଶିକ୍ଷଣ ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପ୍ରଶିକ୍ଷକମାନେ ପୂର୍ବରୁ କବୀର ଖାନ୍ଙ୍କ ଫିଲ୍ମ '୮୩' ପାଇଁ ମଧ୍ୟ କଳାକାରମାନଙ୍କୁ କ୍ରିକେଟ୍ ତାଲିମ ଦେଇଥିଲେ।
NSE: ଏନ୍ଏସ୍ଇ ବିଶ୍ବର ତୃତୀୟ ବୃହତ ତାଲିକାଭୁକ୍ତ ଷ୍ଟକ୍ ବଜାର, ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ଟପିଲା କ୍ରିକେଟ୍ ଅଭ୍ୟାସ ସହ ନିଜ ଖାଦ୍ୟପେୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି ଆମିର।
ଜଣେ ଡାଏଟିସିଆନ୍ଙ୍କ ପରାମର୍ଶ ଅନୁଯାୟୀ ସେ ସ୍ୱତନ୍ତ୍ର ଶାକାହାରୀ ଡାଏଟ୍ ପ୍ଲାନ୍ ଅନୁସରଣ କରୁଥିବା ଜଣାପଡ଼ିଛି।
ଅନ୍ୟପଟେ ଫିଲ୍ମର ସୁଟିଂ ୨୦୨୭ ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯୋଜନା ରହିଛି।
ଏହି ତାରିଖ ଆମିର ଓ ଆଶୁତୋଷଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର।
କାରଣ ଉଭୟଙ୍କ ଲୋକପ୍ରିୟ ଫିଲ୍ମ 'ଲଗାନ୍'ର ସୁଟିଂ ମଧ୍ୟ ୨୦୦୦ ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇଥିଲା।ସୂଚନାଯୋଗ୍ୟ, ୨୦୦୧ରେ ମୁକ୍ତିଲାଭ କରିଥିବା 'ଲଗାନ୍' ଫିଲ୍ମରେ ଆମିର ଓ ଆଶୁତୋଷଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।
ଏବେ ପୁଣିଥରେ ଏହି ଯୋଡ଼ି କ୍ରିକେଟ୍କୁ କେନ୍ଦ୍ର କରି ଏକ ଐତିହାସିକ କାହାଣୀ ନେଇ ଆସୁଥିବାରୁ ସିନେପ୍ରେମୀ ଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ତେବେ 'ଲଲକାରା'ର ମୁକ୍ତିଲାଭ ତାରିଖ ଏଯାଏଁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।
ରିପୋର୍ଟ ଅନୁସାରେ, ୨୦୨୭ ଡିସେମ୍ବରରେ ଏହା ପରଦାକୁ ଆସିବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
