Education: ୩ରାଜ୍ୟର ଛାତ୍ରଛାତ୍ରୀଙ୍କୁ ନେଇ ସିଏସ୍‌ଏମ୍‌ ସିନାପ୍‌ସ ୫.୦ ଆୟୋଜନ; ଡିସେମ୍ବରରେ ଗ୍ରାଣ୍ଡ ଫିନାଲେ

Nov 26, 2026 - 21:49
Education: ୩ରାଜ୍ୟର ଛାତ୍ରଛାତ୍ରୀଙ୍କୁ ନେଇ ସିଏସ୍‌ଏମ୍‌ ସିନାପ୍‌ସ ୫.୦ ଆୟୋଜନ; ଡିସେମ୍ବରରେ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର: ଶିକ୍ଷା ଓ ଯୁବପିଢ଼ିର ସଶକ୍ତୀକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଭୌଗୋଳିକ ସୀମା ସରହଦ ଡେଇଁ ଆହୁରି ବ୍ୟାପକ କରିଛି ସିଏସ୍‌ଏମ୍‌ ଟେକ୍ନୋଲୋଜି ଲିମିଟେଡ୍‌।

ଏହି କ୍ରମରେ କମ୍ପାନି ପକ୍ଷରୁ ଲୋକପ୍ରିୟ ସ୍କୁଲ୍ କୁଇଜ୍ ପ୍ରତିଯୋଗିତା ସିଏସ୍‌ଏମ୍‌ ସିନାପ୍‌ସର ପଞ୍ଚମ ସଂସ୍କରଣ ସିନାପ୍‌ସ ୫.୦ର ଶୁଭାରମ୍ଭ କରାଯାଇଛି।

ଚଳିତବର୍ଷ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ସାମିଲ ହେବେ।

Advertisment ୨୦୨୨ରେ ମାତ୍ର ୧୩ଟି ସ୍କୁଲ୍‌ର ୫୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସିନାପ୍‌ସର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା।

୨୦୨୩ାୀ କଟକକୁ ଏହି ପ୍ରତିଯୋଗିତାର ପରିସରରେ ସାମିଲ କରାଯିବା ସହ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୨୦୮କୁ ବୃଦ୍ଧି ପାଇଥିଲା।

ସେତେବେଳେ ୨୯ଟି ସ୍କୁଲ୍‌ର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

ଏହାପରଠାରୁ ଅଂଶଗ୍ରହଣ ଓ ଭୌଗୋଳିକ ପରିସର, ଉଭୟ ଦୃଷ୍ଟିରୁ ସିନାପ୍‌ସ କ୍ରମାଗତ ଭାବେ ବିସ୍ତାର ଲାଭ କରିଆସିଛି।

ଏହାର ପଞ୍ଚମ ସଂସ୍କରଣରେ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ସାମିଲ କରାଯିବା ଏହି ଯାତ୍ରାର ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ।

ଗତ ପାଞ୍ଚ ବର୍ଷ ମଧ୍ୟରେ ସିନାପ୍‌ସ ୭୦୦ରୁ ଅଧିକ ସ୍କୁଲ୍‌ର ୧,୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛି।

'ଜ୍ଞାନ ହିଁ ଶକ୍ତି' ଆଦର୍ଶକୁ ଆଧାର କରି ସିଏସ୍‌ଏମ୍‌ ସିନାପ୍‌ସ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ରୋଚକ ଓ ଅନୁଭୂତିଭିତ୍ତିକ କରିବାକୁ ଲକ୍ଷ୍ୟ ରଖିଛି।

ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାର ପରିସର ବାହାରକୁ ଆସି ନୂଆ ଜ୍ଞାନ ଓ ଅନୁଭୂତି ହାସଲ କରିବାର ସୁଯୋଗ ଏହା ଯୋଗାଇ ଦେଉଛି।

ଏହି ପଞ୍ଚମ ସଂସ୍କରଣରେ ରାୟପୁର, ରାଞ୍ଚି, ରାଉରକେଲା, ସମ୍ବଲପୁର , ବ୍ରହ୍ମପୁର ଓ ଭୁବନେଶ୍ୱର ଭଳି 6ଟି ସହରରେ ଜୋନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ।

ଆସନ୍ତା ଡିସେମ୍ବର ୧୧ରେ ଭୁବନେଶ୍ୱରଠାରେ ଗ୍ରାଣ୍ଡ ଫିନାଲେ ସହ ଏହି ପ୍ରତିଯୋଗିତାର ପରିସମାପ୍ତି ଘଟିବ।

ନଭେମ୍ବର ୨୫ରେ ରାୟପୁରଠାରୁ ଜୋନାଲ୍ ରାଉଣ୍ଡ ଆରମ୍ଭ ହୋଇଛି।

ଏହାପରେ ନଭେମ୍ବର ୨୭ରେ ରାଞ୍ଚି, ନଭେମ୍ବର ୩୦ରେ ରାଉରକେଲା, ଡିସେମ୍ବର ୨ରେ ସମ୍ବଲପୁର, ଡିସେମ୍ବର ୪ରେ ବ୍ରହ୍ମପୁର ଏବଂ ଡିସେମ୍ବର ୧୦ରେ ଭୁବନେଶ୍ୱରଠାରେ ପ୍ରତିଯୋଗିତାର ଜୋନାଲ୍ ପର୍ଯ୍ୟାୟ ଅନୁଷ୍ଠିତ ହେବ।

ସିଏସ୍‌ଏମ୍‌ ସିନାପ୍‌ସ ପଛରେ ଥିବା ଦୃଷ୍ଟିକୋଣ ସମ୍ପର୍କରେ ସିଏସ୍‌ଏମ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ଶିକ୍ଷା କେବଳ ସ୍ମରଣଶକ୍ତିର ପରୀକ୍ଷା ନ ହୋଇ ଜାଣିବା ଓ ଜିଜ୍ଞାସାର ଉତ୍ସ ହେବା ଆବଶ୍ୟକ।

ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ସିନାପ୍‌ସର ସମ୍ପ୍ରସାରଣ ଏହି ବିଶ୍ୱାସକୁ ପ୍ରତିଫଳିତ କରେ ଯେ ବୌଦ୍ଧିକ ବିକାଶର ସୁଯୋଗ ଭୌଗୋଳିକ ସୀମାରେ ସୀମିତ ରହିବା ଉଚିତ ନୁହେଁ।

ଅଧିକରୁ ଅଧିକ ଆଗ୍ରହୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ସୁଯୋଗ ପହଞ୍ଚିବା ଦରକାର।

ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ସଫଳ ଆୟୋଜନ ପାଇଁ ସିଏସ୍‌ଏମ୍‌ ଟେକ୍ନୋଲୋଜି ଭାରତର ଅଗ୍ରଣୀ କୁଇଜ୍ ସମାଧାନ ପ୍ରଦାନକାରୀ ସଂସ୍ଥା କୁଇଜକ୍ରାଫ୍ଟ ଗ୍ଲୋବାଲ ସହ ସହଭାଗିତା କରିଛି।

କୁଇଜକ୍ରାଫ୍ଟ ଗ୍ଲୋବାଲର ସହ-ପ୍ରତିଷ୍ଠାତା ତଥା ଲୋକପ୍ରିୟ ଟେଲିଭିଜନ୍ କୁଇଜ୍ ଶୋ' 'କୌନ୍ ବନେଗା କରୋଡ଼ପତି'ର ପୂର୍ବତନ ଗବେଷଣା ମୁଖ୍ୟ ଆଦିତ୍ୟ ନାଥ ମୁବାୟୀ ଏହି କୁଇଜ୍ କାର୍ଯ୍ୟକ୍ରମର ସଂଚାଳନ କରିବେ।

ବର୍ଷ ବର୍ଷ ଧରି ସିଏସ୍‌ଏମ୍‌ ସିନାପ୍‌ସ ଏକ ନିରନ୍ତର ଶିକ୍ଷାଭିତ୍ତିକ ପଦକ୍ଷେପ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି।

କୁଇଜ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଜାଣିବାର ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ଜ୍ଞାନ ଓ ସଚେତନତାର ପରିସରକୁ ଏହା ସମୃଦ୍ଧ କରୁଛି।

ଏହା ସେମାନଙ୍କ ଚିନ୍ତନଶକ୍ତିକୁ ଶାଣିତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି।

ପଞ୍ଚମ ସଂସ୍କରଣରେ ପଦାର୍ପଣ କରି ସିଏସ୍‌ଏମ୍‌ ସିନାପ୍‌ସ ଯୁବପିଢ଼ିଙ୍କ ମଧ୍ୟରେ ନିବେଶ ହିଁ ଦେଶର ବୌଦ୍ଧିକ ଓ ସାମାଜିକ ପୁଞ୍ଜିରେ ନିବେଶ ବୋଲି ସିଏସ୍‌ଏମ୍‌ ଟେକ୍ନୋଲୋଜିର ଦୃଢ଼ ବିଶ୍ୱାସକୁ ପୁନର୍ବାର ପ୍ରତିପାଦିତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)