7 Killed in Horrific Road Accident: ଭୟଙ୍କର ଦୁର୍ଘଟଣା; ଟ୍ରକ-କାର ମୁହାଁମୁହିଁ ଧକ୍କା, ଏକ ସେନା ପରିବାରର ୭ ଜଣଙ୍କ ମୃତ୍ୟୁ

Nov 22, 2026 - 09:53
7 Killed in Horrific Road Accident: ଭୟଙ୍କର ଦୁର୍ଘଟଣା; ଟ୍ରକ-କାର ମୁହାଁମୁହିଁ ଧକ୍କା, ଏକ ସେନା ପରିବାରର ୭ ଜଣଙ୍କ ମୃତ୍ୟୁ

ଗୁଜରାଟର କଚ୍ଛ ଜିଲ୍ଲାର ଭୁଜ-ଖାଭଡ଼ା ରାଜପଥରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା।

ଏକ କାର୍‌ ସହ ଟ୍ରେଲର ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୩ ଶିଶୁଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ବେଳେ ସେମାନେ ଉତ୍ତରାଖଣ୍ଡରୁ କଚ୍ଛ ବୁଲିବାକୁ ଆସିଥିଲେ।

Advertisment ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ମରୁଭୂମି ଅଞ୍ଚଳ ଦେଇ କାର୍‌ଟି ଭୁଜ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଖାଭଡ଼ା ଆଡ଼କୁ ଯାଉଥିବା ଏକ ମାଲବାହୀ ଟ୍ରେଲର ଟ୍ରକ୍‌ ସହ ଧକ୍କା ହୋଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଦୁଇ ଖଣ୍ଡ ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ତିନି ଜଣ ଶିଶୁଙ୍କ ଜୀବନ ଯାଇଛି।

ମୃତକମାନେ ହେଲେ ସୌରଭସିଂହ ଜସପାଲସିଂହ ନେଗୀ (୩୨), ତାଙ୍କ ପତ୍ନୀ ସବିତା ଏବଂ ତିନି ମାସର ଶିଶୁକନ୍ୟା ଶିବିକା।

ସେହିପରି ରିଙ୍କି ନିତିନ ଗୁନସାଇ ଓ ତାଙ୍କ ଝିଅ ଭାମିକା, ରାଜେଶ ସିଂହ ରାୱତ ଏବଂ ତାଙ୍କ ସାତ ବର୍ଷର ଝିଅ ରକ୍ଷିତାଙ୍କ ମଧ୍ୟ ମୃତ୍ୟୁ ହୋଇଛି।

Advertisment ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ପ୍ରଶାସନ ପକ୍ଷରୁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା।

ସମସ୍ତ ମୃତଦେହକୁ ଭୁଜ ଡାକ୍ତରଖାନାକୁ ନିଆଯାଇ ପୋଷ୍ଟମର୍ଟମ କରାଯାଇଛି।

ପ୍ରାଥମିକ ତଦନ୍ତରୁ ମୃତକମାନେ ସେନା ପରିବାରର ବୋଲି ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ସେନାର ଅଧିକାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।

ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଗତ ପ୍ରକ୍ରିୟା ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୯ ତାରିଖରେ ଖାଭଡ଼ା ରିନ୍ୟୁଏବଲ୍ ଏନର୍ଜି ପାର୍କ ରାସ୍ତାରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା।

ସେଥିରେ ମଧ୍ୟ ୭ ଜଣଙ୍କ ଜୀବନ ଯାଇଥିଲା।

କଚ୍ଛ ଅଞ୍ଚଳରେ ଲଗାତାର ଘଟୁଥିବା ଏଭଳି ଦୁର୍ଘଟଣା ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)