6-year-old boy: ଫର୍ଚୁନର୍ ଜିତିଲେ ୬ ବର୍ଷୀୟ ବାଳକ

Oct 31, 2026 - 08:49
6-year-old boy: ଫର୍ଚୁନର୍ ଜିତିଲେ ୬ ବର୍ଷୀୟ ବାଳକ

ଏଭଳି ସ୍ବଳ୍ପ ପରିମାଣର ଟଙ୍କାରେ ବି ବେଳେବେଳେ ମଣିଷ ର ଭାଗ୍ୟ ବଦଳିଯାଏ।

ହଁ, ମାତ୍ର ୨୦୦ ଟଙ୍କାର ଗୋଟିଏ ଲକି ଡ୍ର କୁପନ୍ ଜଣେ ୬ ବର୍ଷୀୟ ଛୋଟ ପିଲାର ଭାଗ୍ୟ ବଦଳାଇଦେଲା।

ଏତେ କମ୍ ଟଙ୍କାର କୁପନ୍ କିଣି ପ୍ରାୟ ୫୦ ଲକ୍ଷ ଟଙ୍କାର ଟୟୋଟା ଫର୍ଚୁନର୍ କାର୍ ଜିତିଛନ୍ତି ମଧ୍ୟପ୍ରଦେଶର ମେଦାଂଶ ରାଇକୱାର।

ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳର ସୀଲମପୁରାରେ ରହନ୍ତି ମେଦାଂଶ।

ତାଙ୍କ ଜେଜେମା' କିରଣ ରାଇକୱାର ପ୍ରାୟ ବର୍ଷେ ତଳେ ଅଭାପୁରୀର ଶ୍ରୀ ସରକାର ଧାମରେ ଆୟୋଜିତ ଗରବା କାର୍ଯ୍ୟକ୍ରମକୁ ଯାଇଥିଲେ।

Advertisment Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ସେଠାରେ ସେ ମାତ୍ର ୨୦୦ ଟଙ୍କା ଦେଇ ଏକ ଲକି ଡ୍ର କୁପନ୍ କିଣିଥିଲେ।

କୁପନ୍‌ରେ ନିଜ ନାତି ମେଦାଂଶଙ୍କ ନାଁ ଲେଖାଇଥିଲେ।

୨୦୨୬ ମସିହାରେ ଯେତେବେଳେ ଲକି ଡ୍ରର ଫଳାଫଳ ବାହାରିଲା, ସେତେବେଳେ ପ୍ରଥମ ପୁରସ୍କାର ମେଦାଂଶଙ୍କ ନାଁରେ ଥିଲା।

ଏହା ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ।

ମେଦାଂଶଙ୍କ ଘରେ ଖୁସିର ମାହୋଲ ଖେଳିଯାଇଥିବା ବେଳେ ପୂରା ଗାଁ ଲୋକ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ।

ଢୋଲ ବଜାଇ ଛୋଟ ମେଦାଂଶକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଯେଉଁ ପରିବାର ଲାଗି କାର୍ କିଣିବା ଏକ ସ୍ୱପ୍ନ ଥିଲା, ତାହା ଏବେ ସତ ହୋଇଛି।

ମାତ୍ର ୨୦୦ ଟଙ୍କାର କୁପନ୍ ଯେ ଏତେ ବଡ଼ ଖୁସି ଆଣିଦେବ, ତାହା କେହି ଭାବି ନଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)