20 AUGUST 2026

Welcome!

Unlock your personalized experience.
Sign Up
block-728

3 railway projects: ଓଡ଼ିଶାର ୩ ରେଳ ପ୍ରକଳ୍ପ ମଞ୍ଜୁର: ବ୍ୟୟ ହେବ ୭୨୨୧ କୋଟି, ୪ ବର୍ଷରେ ସମ୍ପୂର୍ଣ୍ଣ ହେବ

Aug 20, 2026 - 06:27
3 railway projects: ଓଡ଼ିଶାର ୩ ରେଳ ପ୍ରକଳ୍ପ ମଞ୍ଜୁର: ବ୍ୟୟ ହେବ ୭୨୨୧ କୋଟି, ୪ ବର୍ଷରେ ସମ୍ପୂର୍ଣ୍ଣ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ୯୪୫୦ କୋଟି ଟଙ୍କାର ଚାରିଟି ରେଳ ପ୍ରକଳ୍ପ ମଞ୍ଜୁର ହୋଇଛି। ସେଥିରୁ ୩ଟି ପ୍ରକଳ୍ପ ଦ୍ବାରା ଓଡ଼ିଶା ଉପକୃତ ହେବ। ଖଡ଼ଗପୁର-ଭଦ୍ରକ (ରାଣୀତାଲ) ୧୭୩ କିମି ବିଶିଷ୍ଟ ଚତୁର୍ଥ ରେଳପଥ (୩,୩୫୨ କୋଟି ଟଙ୍କା), ଭଦ୍ରକ-ହରିଦାସପୁର ୭୫ କିମି ବିଶିଷ୍ଟ ଚତୁର୍ଥ ରେଳପଥ (୧୫୮୩ କୋଟି ଟଙ୍କା) ଓ କଟକ-ପାରାଦୀପ (ବଡ଼ବନ୍ଧ)ର ୭୨ କିମି ବିଶିଷ୍ଟ ତୃତୀୟ ଓ ଚତୁର୍ଥ ରେଳପଥ (୨୨୮୬ କୋଟି ଟଙ୍କା)କୁ କ୍ୟାବିନେଟ୍‌ କମିଟି ମଞ୍ଜୁର କରିଛି। ଏହି ତିନି ପ୍ରକଳ୍ପରେ ୩୨୦ କିମି ରେଳପଥ ନିର୍ମାଣ ପାଇଁ ୭୨୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ସମସ୍ତ ତିନି ‌ରେଳ ପ୍ରକଳ୍ପର କାର୍ଯ୍ୟ ଚାରି ବର୍ଷରେ ସମ୍ପୂର୍ଣ୍ଣ ହେବ। ଓଡ଼ିଶା ପାଇଁ ତିନିଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। 

Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ

ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏହାଦ୍ବାରା ଗୁରୁତ୍ବପୂର୍ଣ୍ଣ ମାଲ ଓ ଯାତ୍ରୀ ପରିବହନ ରୁଟ୍‌ରେ ଭିଡ଼ କମିବ ଓ ରାଜ୍ୟର ଉପକୂଳ ଓ ଶିଳ୍ପାଞ୍ଚଳ ଜିଲ୍ଲାଗୁଡ଼ିକୁ ରେଳ ସଂଯୋଗରେ ଉନ୍ନତି ଆସିବ। ଓଡ଼ିଶା ଅର୍ଥନୀତି ପାଇଁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀଗୁଡ଼ିକର ପରିବହନ ଏବଂ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଏହାଦ୍ବାରା ରେଳ ସଂଯୋଗ ବଢ଼ିବ। ପିଏମ୍‌ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଓଡ଼ିଶାର ବିକାଶ ପାଇଁ ଭାରତ ସରକାରଙ୍କ ଜାରି ରହିଥିବା ପ୍ରତିବଦ୍ଧତାର ଏହା ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 
କ୍ୟାବିନେଟ୍‌ରେ ଆଜି ମଞ୍ଜୁର ହୋଇଥିବା ଚାରି ପ୍ରକଳ୍ପ ଦ୍ବାରା ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲା ଉପକୃତ ହେବେ ଓ ୪୧୦ କିମିର ରେଳପଥ ଯୋଡ଼ି ହେବ। ଏହା ଦ୍ବାରା ୬୪୪୮ଟି ଗ୍ରାମରେ ବାସ କରୁଥିବା ୬୦ ଲକ୍ଷରୁ ଅଧିକ ଲୋକ ରେଳସେବା ପାଇପାରିବେ। ଏହା ବ୍ୟତୀତ କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର, ତାଳସାରୀ-ଉଦୟପୁର ଓ ଚାନ୍ଦିପୁର ବେଳାଭୂମି, ପୁଲିକଟ ହ୍ରଦ, ନେଲାପଟ୍ଟୁ ପକ୍ଷୀ ଅଭୟାରଣ୍ୟ, ପ୍ରଭୁ ବୀରରାଘବ ପେରୁମଲ ମନ୍ଦିର, ଗଡ଼କୁଜଙ୍ଗ ଜଗନ୍ନାଥ ମନ୍ଦିର, ସାରଳା ମନ୍ଦିର, ଧବଳେଶ୍ବର ମନ୍ଦିର ଓ ଲଳିତଗିରି ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ଉନ୍ନତ ରେଳ ସଂଯୋଗ ପହଞ୍ଚିପାରିବ। 

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ବାରା କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର, ଅଟୋମୋବାଇଲ୍‌ ଓ ଶସ୍ୟ ପରିବହନ କ୍ଷମତା ପ୍ରାୟ ବାର୍ଷିକ ୭୬ ନିୟୁତ ଟନ୍‌ ବୃଦ୍ଧି ପାଇବ। ଏଥିସହିତ ‌ରେଳ ପରିବହନ ଶକ୍ତି ମିତବ୍ୟୟୀ ହୋଇଥିବାରୁ ଏହି ପ୍ରକଳ୍ପ ଦ୍ବାରା ୧୩ କୋଟି ଲିଟର ଡିଜେଲ ସଞ୍ଚୟ ହେବ ଓ ୬୫ କୋଟି କେଜି ସିଓ୨ ନିର୍ଗମନ ହ୍ରାସ ପାଇବ, ଯାହା ୨.୬୦ କୋଟି ବୃକ୍ଷରୋପଣ ସହ ସମାନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media