Pradhan Mantri Gramin Sadak: ୧୫୩ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଟେଣ୍ଡର ରଦ୍ଦ: ଅଧିକ ଟେଣ୍ଡର ମୂଲ୍ୟ ପାଇଁ ପଦକ୍ଷେପ ନେଲେ ଇଆଇସି
"ରାୟଗଡ଼ା: ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ରାସ୍ତା କାମ ଲାଗି ରାୟଗଡ଼ା ଡିଭିଜନରେ ୧୭୫ଟି ଏବଂ ଗୁଣପୁର ଡିଭିଜନରେ ୯୯ଟି କାମ ଲାଗି ମେ ୧୪ରେ ଟେଣ୍ଡର୍ ବିଜ୍ଞପ୍ତି ପ୍ରକାଶ କରିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ।
କିଛି ଠିକାଦାର ଅଟକଳ ମୂଲ୍ୟରୁ କମ୍, କିଛି ନିର୍ଦ୍ଧାରିତ ଦର ଏବଂ କିଛି ଠିକାଦାର ଅଧିକା ଦର ଟେଣ୍ଡରମୂଲ୍ୟ ଦର୍ଶାଇ ଟେଣ୍ଡର୍ ଭରିଥିଲେ।
ତେବେ ନିର୍ଦ୍ଧାରିତ ଟେଣ୍ଡର୍ ମୂଲ୍ୟଠାରୁ ଅଧିକ ଦରରେ ପଡ଼ିଥିବା ୧୫୩ ଟେଣ୍ଡରକୁ ବାତିଲ କରି ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀମୁଖ୍ୟ (ଇଆଇସି)।
ଯାହାକୁ ନେଇ ଠିକାଦାର ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି।Advertisment Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ୧୭୫ଟି କାମ ପାଇଁ ୩୦୬ କୋଟି ୫୪ ଲକ୍ଷ ଖର୍ଚ୍ଚ ପାଇଁ ଟେଣ୍ଡର ହୋଇଥିଲା।
ସେଥିରୁ ୧୬୨ କୋଟି ୪୭ଲକ୍ଷ ମୂଲ୍ୟର ୯୯ଟି ଟେଣ୍ଡରକୁ ଅଗଷ୍ଟ ୧୩ରେ ଇଆଇସି ରଦ୍ଦ କରିଦେଇଛନ୍ତି।
ସେହିପରି ଗୁଣପୁର ଡିଭିଜନ ଅଧୀନରେ ୨୦୧ କୋଟି ୪୨ଲକ୍ଷ ଟଙ୍କା ବ୍ୟୟରେ ୯୯ଟି ରାସ୍ତା କାମ ପାଇଁ ଟେଣ୍ଡର ହୋଇଥିଲା।
ଅଧିକ ଟେଣ୍ଡର ମୂଲ୍ୟ ଦର୍ଶାଇଥିବା ୫୪ଟି ଟେଣ୍ଡରକୁ ଇଆଇସି ରଦ୍ଦ କରିଛନ୍ତି।
ନିୟମ ମୁତାବକ ଟେଣ୍ଡର ଖୋଲାଯାଇ ଯୋଗ୍ୟ ଠିକାଦାରଙ୍କ ନାମ ସହ ଟେଣ୍ଡର୍ ଦସ୍ତାବିଜ ଇଆଇସିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।
କିନ୍ତୁ ଇଆଇସି କେବଳ ନିର୍ଦ୍ଧାରିତ ଟେଣ୍ଡର୍ ମୂଲ୍ୟଠାରୁ କମ୍ ଏବଂ ନିର୍ଦ୍ଧାରିତ ଦରରେ ଭରିଥିବା ଟେଣ୍ଡରକୁ ଅନୁମୋଦନ କରି ଅଧିକ ଟେଣ୍ଡରମୂଲ୍ୟ ଦର୍ଶାଯାଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି।
ଠିକାଦାରଙ୍କ ପ୍ରତିକ୍ରିୟା ହେଉଛି, ୨୦୨୨ ସିଡ୍ୟୁଲ ମୂଲ୍ୟରେ ଏହି କାମ ଗୁଡ଼ିକର ଅଟକଳ କରାଯାଇଛି।
ଏହା ଭିତରେ ଶ୍ରମିକଙ୍କ ମଜୁରି ଓ ଅତ୍ୟାବଶ୍ୟକ ନିର୍ମାଣ ସାମଗ୍ରୀ ଦରରେ ଅହେତୁକ ବୃଦ୍ଧି ଘଟିଛି।
ପିଚୁଦର ୨ଗୁଣା ବଢ଼ିଛି।
କିନ୍ତୁ ଇଆଇସି ଅଧିକ ଦରର ଟେଣ୍ଡର ରଦ୍ଦ କରିବା ପଛରେ ବିଭାଗୀୟ ଅଧିକାରୀ ଏବଂ ସରକାରଙ୍କ ନୀତିକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।
Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
