State-level photo exhibition: ନବୀନ ସୂତ୍ରଧର ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଘାଟିତ: ଫଟୋରେ ଅନେକ ଅକୁହା କଥା
"ଭୁବନେଶ୍ୱର: ନୂତନ ଭବିଷ୍ୟତ ନିର୍ମାଣ (ନବୀନ)ର ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଏମ୍ସି ମେୟର୍ ସୁଲୋଚନା ଦାସ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଐତିହାସିକ ଅନିଲ ଧୀର, ସମାଜସେବୀ ଶ୍ରୁତି ମହାପାତ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ପ୍ରମୁଖ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।Advertisment Health: ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅତିଥିମାନେ କହିଥିଲେ, ଫଟୋଗ୍ରାଫି ଏକ ସୁନ୍ଦର କଳା, ଯାହା ସମୟକୁ ତା"ର ଅଦୃଶ୍ୟ ସିନ୍ଦୁକ ଫରୁଆରେ ବନ୍ଦୀ କରି ରଖିପାରେ।
ଯାହା ପରମୁହୂର୍ତ୍ତରେ ସେହି ଦୃଶ୍ୟକୁ ଆମ ମାନସପଟ୍ଟରେ ଉଜ୍ଜୀବିତ କରିଥାଏ।
ଅନେକ ଶବ୍ଦରେ ଯାହା ବର୍ଣ୍ଣନା କରିହୁଏ ନାହିଁ, ତାହା ଏକ ଫଟୋ ବୟାନ କରିପାରେ।
ପ୍ରଦର୍ଶନୀରେ ୭୨ଜଣ ଫଟୋଗ୍ରାଫର୍ଙ୍କର ୨ଶହରୁ ଊର୍ଦ୍ଧ୍ବ ଫଟୋଚିତ୍ର ସ୍ଥାନିତ ହୋଇଥିଲା।
ଏଥିରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା ସହିତ ଜୀବଜନ୍ତୁଙ୍କ ଫଟୋ ରହିଛି।
ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖରେ ଏକ ଫଟୋଗ୍ରାଫି ମାଷ୍ଟର କ୍ଲାସ୍ ଅନୁଷ୍ଠିତ ହେବ।
ଏଥିରେ ଫଟୋଗ୍ରାଫି ଶିଖିବାକୁ ଆଗ୍ରହୀ ଯୁବ ଓ ଛାତ୍ରବର୍ଗ ନିଶୁଳ୍କରେ ଅଂଶଗ୍ରହଣ କରିପାରିବେ ବୋଲି ଆୟୋଜକ ନବୀନ ଲକ୍ଷ୍ମୀକାନ୍ତ ଦାସ ପ୍ରକାଶ କରିଛନ୍ତି।
୨୧ ତାରିଖ ସକାଳ ସାଢ଼େ ୧୦ଟାରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ।
Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
