Gujarat model: ସେମିକଣ୍ଡକ୍ଟର ପାଇଁ ଗୁଜରାଟ ମଡେଲ୍‌: ସାନନ୍ଦ, ଧୋଲେରାରେ ଓଡ଼ିଶା ପ୍ରତିନିଧି

Aug 20, 2026 - 05:25
Gujarat model: ସେମିକଣ୍ଡକ୍ଟର ପାଇଁ ଗୁଜରାଟ ମଡେଲ୍‌: ସାନନ୍ଦ, ଧୋଲେରାରେ ଓଡ଼ିଶା ପ୍ରତିନିଧି

"ଭୁବନେଶ୍ବର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଶିଳ୍ପକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

ଗୁଜରାଟ ମଡେଲ୍‌ରେ ଏହି ଶିଳ୍ପକୁ ବିକାଶ କରିବା ଯୋଜନା ରହିଛି।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ ଓ ତାଙ୍କ ଟିମ୍‌ ଗୁଜରାଟର ବିଭିନ୍ନ ସ୍ଥାନରେ ଥିବା ସେମିକଣ୍ଡକ୍ଟର ଶିଳ୍ପ ପରିଦର୍ଶନ କରିଛନ୍ତି।

ଦୁଇଦିନ ମଧ୍ୟରେ ସାନନ୍ଦରେ ଥିବା ଶିଳ୍ପସଂସ୍ଥା ଓ ଧୋଲେରା ଶିଳ୍ପ ସହର ବିକାଶ ଲିମିଟେଡ୍‌କୁ ବୁଲି ଦେଖିଛନ୍ତି।

ସେମାନେ ସିଜି ସେମି ସେମିକଣ୍ଡକ୍ଟର କେନ୍ଦ୍ର, କେନ୍ସ ସିଲିକନ ସେମିକଣ୍ଡକ୍ଟର, ମାଇକ୍ରୋନ ସେମିକଣ୍ଡକ୍ଟର, ଆଇହବ୍‌ ଗୁଜରାଟ ଓ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫ୍ୟାବ୍‌କୁ ସେମାନେ ପରିଦର୍ଶନ କରିଥିଲେ।

ଗୁଜରାଟର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅର୍ଜୁନ ମୋଧୱାଡ଼ିଆଙ୍କୁ ମଧ୍ୟ ଡ.

ମହାଲିଙ୍ଗ ସାକ୍ଷାତ କରି ଆଲୋଚନା କରିଥିଲେ।

Advertisment Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ ସାନନ୍ଦ, ଧୋଲେରାରେ ଓଡ଼ିଶା ପ୍ରତିନିଧିଆଉ ୩ ପ୍ରକଳ୍ପ ହାତେଇବା ଲକ୍ଷ୍ୟ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନିଜକୁ ଏକ ପ୍ରତିଷ୍ଠିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି।

ବର୍ତ୍ତମାନ ରାଜ୍ୟରେ ୬ଟି ସେମିକଣ୍ଡକ୍ଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଯେଉଁଥିରେ ମିଳିତ ଭାବେ ୧୪ ହଜାର କୋଟି ଟଙ୍କା ନିବେଶ ହେଉଛି।

ଭାରତ ସରକାରଙ୍କ ସେମିକନ୍‌ ୨.୦ ଅଧୀନରେ ରାଜ୍ୟ ସରକାର ଅତିକମ୍‌ରେ ଆଉ ୩ଟି ପ୍ରକଳ୍ପ ହାତେଇବାକୁ ଯୋଜନା ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟ (ଓଏସ୍‌ଏଟି) ଏବଂ ଆସେମ୍ବଲି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍‌ପି) କ୍ଷେତ୍ରର ପ୍ରକଳ୍ପ ଉପରେ ନଜର ପକାଇଛନ୍ତି।

ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଓ ଗାଲିଅମ ନାଇଟ୍ରେଟ୍‌ ଓ ସିଲିକନ୍‌ କାର୍ବାଇଡ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।

ବୃହତ୍‌ ସିଲିକନ୍‌ ୱାଫର ଫେବ୍ରିକେସନ ଭଳି ପ୍ରକଳ୍ପ ହାସଲ କରିବା ପାଇଁ ଓଡ଼ିଶା ପ୍ରତିଯୋଗିତା କରୁନାହିଁ।

ଏହା ଏକ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଛି।

ଛୋଟ ପ୍ରକଳ୍ପଗୁଡ଼ିକରେ ୧୦୦ରୁ ୫୦୦ କୋଟି ଟଙ୍କା ମଧ୍ୟରେ ନିବେଶ ହେବ।

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ!

ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ଏବେ ରାଜ୍ୟରେ ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ, ସିକ୍‌ସେମ୍‌, ସିଲ୍‌ଇଲେକ୍ଟ୍ରିକ୍‌ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ, ହେଟେରୋଜିନିଅସ୍‌ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ, ସାନ୍‌କୋଡ୍‌ ସେମି ଓ ଏଏସ୍‌ପି ସେମିକନ୍‌ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ସେଥିରୁ ଆର୍‌ଆଇଆର୍‌ ପାୱାରର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି।

ଅନ୍ୟ ପ୍ରକଳ୍ପଗୁଡ଼ିକ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ସେମିକଣ୍ଡକ୍ଟର ପ୍ରକଳ୍ପ ହାତେଇବାକୁ ଗୁଜରାଟ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ସହ ଓଡ଼ିଶା ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media