The hairy criminal: ଥରହର କଲେଣି ବାଳ ଅପରାଧୀ
"ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ବାଳ ଅପରାଧୀଙ୍କ ସଂଖ୍ୟା।
ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଲୁଟ୍ପାଟ, ନିଶା କାରବାର, ବନ୍ଧୁକ ବେପାର ଓ ଦୁଷ୍କର୍ମ ଭଳି ଘଟଣାରେ ମଧ୍ୟ ବାଳ ଅପରାଧୀମାନେ ସଂପୃକ୍ତ ରହୁଛନ୍ତି।
କେବଳ ଏତିକି ନୁହେଁ, ଏବେ ବାଳ ଅପରାଧୀମାନେ ଏବେ ସଙ୍ଗଠିତ ଅପରାଧରେ ମଧ୍ୟ ସାମିଲ ହେଲେଣି।
ବିଶେଷକରି କମିସନରେଟ୍ ପୁଲିସର ଭୁବନେଶ୍ବର ୟୁପିଡିରୁ ମିଳିଥିବା ତଥ୍ୟ ସାମନାକୁ ଆସିବା ପରେ ଏହା ଉଭୟ ପୁଲିସ ଓ ରାଜଧାନୀ ବାସିନ୍ଦାଙ୍କ ପାଇଁ ଚିନ୍ତା ବଢ଼ାଇଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁନ୍ ସୁଦ୍ଧା ୫୬ଜଣ ନାବାଳକ ବିଭିନ୍ନ ଅପରାଧ ଘଟାଇ ଧରାପଡ଼ିବା ପରେ ସେମାନଙ୍କୁ ଜେଜେବିରେ ହାଜର କରାଯାଇ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ଯେଉଁଥିରେ ଜଣେ ହତ୍ୟାକାଣ୍ଡ ଭଳି ସଙ୍ଗିନ ଅପରାଧରେ ଜଡ଼ିତ ଥିବା ବେଳେ ୧୦ରୁ ଅଧିକ ଆର୍ମସ୍ ଆକ୍ଟ ଅର୍ଥାତ୍ ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।Advertisment 3 cyber fraudsters: ଆସାମରୁ ବନ୍ଧାହେଲେ ୩ ସାଇବର ଠକ ଗତ ମେ ମାସରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ଘଟଣାରେ ଜଣେ ନାବାଳାକଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା।
ଏହା ପରେ ସେହି ମାସ ବାଲିଅନ୍ତା ଓ ନନ୍ଦନକାନନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨ଜଣଙ୍କୁ ପୁଲିସ ଗିରଫ କରିଥିଲା।
ଏହିଠୁ ବାଳ ଅପରାଧୀଙ୍କର ଘୃଣ୍ୟ ଅପରାଧରେ ସଂଶ୍ଲିଷ୍ଟ କଥା ପଦାକୁ ଆସିବା ପରେ ପୁଲିସ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥିଲା।
ଏ ସବୁ ବ୍ୟତୀତ ଲକ୍ଷ୍ମୀସଗରରେ ଗଂଜେଇ କାରବାର ଅଭିଯୋଗରେ ଜଣେ ନାବାଳକଙ୍କ ବିରୋଧରେ ଏନଡିପିଏସ୍ ଭଳି କଠୋର ଦଫା ଲଗାଇବାକୁ ବାଧ୍ୟ ହୋଇଥିଲା ପୁଲିସ।
ସେହିଭଳି ଏପ୍ରିଲ୍ ୯ ତାରିଖରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଜଣେ ନାବାଳକ ଓ ତାର ସହଯୋଗୀ ବୋମାମାଡ଼ କରି ଲକ୍ଷ୍ମୀସାଗର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ।
କେବଳ ଏତିକି ନୁହେଁ ପ୍ରାୟ ୩୦ରୁ ଅଧିକ ନାବାଳକ ବିଭିନ୍ନ ସମୟରେ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି।
ଯେଉଁଥିପାଇଁ ପୁଲିସ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଦଫା ଲଗାଇଛି।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ତେବେ ଏନେଇ ଶିଶୁ ସୁରକ୍ଷା କର୍ମୀ ଡା.
ବେଣୁଧର ସେନାପତି କହିଛନ୍ତି ଯେ ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ହୋଇ ଯେତେବେଳେ ବାଳ ଅଭିଯୁକ୍ତମାନେ ସୁଧାରଗୃହ ଯାଉଛନ୍ତି, ସେଠାରେ ତାଙ୍କୁ ଅପରାଧର କୁପରିଣତି ଏଥିରୁ ନିବୃତ୍ତ ହେବା ଉପରେ ଗୁରୁତ୍ବ ଦିଆଯାଉନାହିଁ।
ତେଣୁ ଯିଏ ବି ବାଳ ସୁଧାରଗୃହ ଯାଉଛନ୍ତି ସେଠାରୁ ଫେରିବା ପୂର୍ବରୁ ସିଡବ୍ଲୁସି ଦ୍ବାରା କାଉନସେଲିଂ କରିବାକୁ ସରକାର ବାଧ୍ୟତାମୂଳକ ନିୟମ କରନ୍ତୁ।
ସେହିଭଳି ବର୍ତ୍ତମାନ ଦୁଷ୍କର୍ମ ଓ ସାଇବର ଅପରାଧରେ କିଶୋର କିଶୋରୀଙ୍କ ସଂପୃକ୍ତି ବଢ଼ୁଛନ୍ତି।
ତେଣୁ ସ୍କୁଲ୍ରୁ ହିଁ ବୟସଭିତ୍ତିକ ଯୌନ ଶିକ୍ଷା(ସେକ୍ସ ଏଜୁକେସନ୍) ଦେବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ।
ଏସବୁ ବ୍ୟତୀତ ପରିବାରରୁ ହିଁ ପିଲାର ଚରିତ୍ର ଗଠନ ହୋଇଥାଏ।
ତେଣୁ ପିତାମାତାମାନେ ପିଲାକୁ ଯଥେଷ୍ଟ ସମୟ ଦେବା ସହିତ ତାକୁ ଚାପମୁକ୍ତ ରଖିବା ଆବଶ୍ୟକ।
ତା" ସହ ମିଶି ଅପରାଧମନସ୍କ ଲକ୍ଷଣକୁ ବଢ଼ୁଥିଲେ ବିଭିନ୍ନ ପରାମର୍ଶ ଦେଇ ସମୟ ପୂର୍ବରୁ ତା"ର ପ୍ରତିକାର କରିବାର ସୁୁଯୋଗ ପାଇବେ ବୋଲି ଶ୍ରୀ ସେନାପତି କହିଛନ୍ତି।"