Health Care: ଋତୁସ୍ରାବ ସଚେତନତା କରୁଛି ଷ୍ଟାର୍ଟ୍ଅପ୍, ବିପିୟୁଟି ଛାତ୍ରଙ୍କ ସ୍ଥାପିତ ‘ମାସିକା କେୟାର୍’
"ରାଉରକେଲା: ଆଜିର ଆଧୁନିକ ଯୁଗରେ ମଧ୍ୟ ଗ୍ରାମାଞ୍ଚଳରେ ମାସିକ ଧର୍ମ ବା ଋତୁସ୍ରାବକୁ ନେଇ ମହିଳାମାନଙ୍କ ମଧ୍ୟରେ ଭୟ ତଥା ସଂକୋଚ ଦେଖିବାକୁ ମିଳୁଛି।
ଏହାର ମୁଖ୍ୟ କାରଣ ହେଉଛି ସମାଜରେ ପ୍ରଚଳିତ କୁସଂସ୍କାର, ସଚେତନତାର ଅଭାବ ଓ ଏହି ପ୍ରସଙ୍ଗକୁ ନେଇ ଖୋଲାଖୋଲି ଆଲୋଚନା କରାନଯିବା।
ଗ୍ରାମୀଣ ମହିଳା ଲାଜ ଯୋଗୁ ନିଜ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଡାକ୍ତର କିମ୍ବା ପରିବାର ଲୋକଙ୍କୁ ଜଣାଇ ପାରନ୍ତି ନାହିଁ।
ଏତଦ୍ବ୍ୟତୀତ ଗ୍ରାମାଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ଅଭାବ ଯୋଗୁଁ ଏହି ପ୍ରଥା ଆଜି ସୁଦ୍ଧା ବଳବତ୍ତର ରହିଛି।
ତେବେ ଏହି ସମସ୍ୟାର ସମାଧାନ କରିବ ଷ୍ଟାର୍ଟ୍ଅପ୍ "ମାସିକା କେୟାର"।
ଏହି ନୂତନ ଜ୍ଞାନକୌଶଳ ଗ୍ରାମୀଣ ମହିଳାଙ୍କ ମନରୁ ଭୟ ଦୂର କରିବାସହ ସେମାନଙ୍କୁ ସଠିକ୍ ସ୍ୱାସ୍ଥ୍ୟ ଶିକ୍ଷା ଦେବାରେ ସହାୟକ ହେବ।Advertisment "ମାସିକା କେୟାର"କୁ ବିକଶିତ ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଏକ ଅଭିନବ ଋତୁସ୍ରାବ ସ୍ୱାସ୍ଥ୍ୟ ସେବା ଆଧାରିତ ପ୍ଲାଟଫର୍ମ "ମାସିକା କେୟାର"କୁ ବିକଶିତ କରିଛନ୍ତି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଦ୍ୱିତୀୟ ବର୍ଷର ଛାତ୍ର ଭୀଷ୍ମ ପଶାୟତ।
ଗତ ୨୦୨୨ ମସିହାରେ ମା"ଙ୍କ ଅସ୍ତ୍ରୋପଚାର ପରେ ସେ ଏଦିଗରେ ଗବେଷଣା ଆରମ୍ଭ କରିଥିଲେ।
ଏହି ଷ୍ଟାର୍ଟ୍ଅପ୍ରେ ସହ ପ୍ରତିଷ୍ଠାଭାବେ ଅମ୍ରିତା ସାଇନୀ ଓ ତପସ୍ବିନୀ ପାଢୀଙ୍କ ସମେତ ୧୧ ଜଣ ସଦସ୍ୟ କାର୍ଯ୍ୟରତ।
ମହିଳାଙ୍କୁ ଋତୁସ୍ରାବ ଜନିତ ଉପାଦେୟ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟ୍ଅପ୍କୁ "ଷ୍ଟାର୍ଟଅପ୍ ଓଡ଼ିଶା" ଓ "ଷ୍ଟାର୍ଟଅପ୍ ଇଣ୍ଡିଆ" ଦ୍ୱାରା "ଡିପ୍ ଟେକ୍" ବର୍ଗରେ ସ୍ୱୀକୃତି ମିଳିସାରିଛି।
ସମାଜରେ ମାସିକ ଧର୍ମକୁ ନେଇ ଥିବା ଲଜ୍ଜା, ଅନ୍ଧବିଶ୍ୱାସ, ଅର୍ଥାଭାବ ଓ ଭାଷାଗତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏହି ଆପ୍ଲିକେସନ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଶିତ କରାଯାଇଛି।
ଏଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି, ଯଥା- କୁତ୍ରିମ ବୁଦ୍ଧିମତା (ଏଆଇ), ଡିପ୍ ଲର୍ଣ୍ଣିଂ ଆର୍କିଟେକ୍ଚର, ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ସ (ଏଲ୍ଏଲ୍ଏମ୍) ପ୍ରେଡିକ୍ଟିଭ୍ ହେଲ୍ଥ ଆନାଲିଟିକ୍ସ ବ୍ୟବହାର କରାଯାଉଛି।
ଏହା ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମହିଳାମାନଙ୍କୁ ସଠିକ୍ ଓ ନିରାପଦ ଡାକ୍ତରୀ ପରାମର୍ଶ ମିଳିପାରିବ।
ଏହା ମହିଳାମାନଙ୍କୁ ପ୍ରଥମ ମାସିକ ଧର୍ମ ଠାରୁ ଆରମ୍ଭ କରି ରଜୋନିବୃତ୍ତି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ।
ଆପ୍ର ବିଶେଷତ୍ୱ ହେଉଛି ଏହାର ବହୁଭାଷୀ ସପୋର୍ଟ୍ ଓ ଅଫ୍ଲାଇନ୍ କାର୍ଯ୍ୟକ୍ଷମତା।
ଭାରତର ଭାଷାଗତ ବିବିଧତାକୁ ଦୃଷ୍ଟିରେ ରଖି ଏହା ଓଡ଼ିଆ ସମେତ ୩୨ରୁ ଅଧିକ ଆଞ୍ଚଳିକ ଭାଷା ଓ ଗ୍ରାମୀଣ ଉପଭାଷା ମାଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ।
ଏହାସହ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ସୁବିଧା ନଥିବା ଦୁର୍ଗମ ଅଞ୍ଚଳର ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର "ଅଫ୍ଲାଇନ୍ ଡିଭାଇସ୍" ଓ ସାଧାରଣ କି-ପ୍ୟାଡ୍ ଫୋନ୍ ପାଇଁ "ଭଏସ୍-କଲ୍ ଆସିଷ୍ଟାଣ୍ଟ୍" ବିକଶିତ କରାଯାଉଛି।
ଏହାଦ୍ବାରା ମହିଳାମାନେ କେବଳ ଏକ ସାଧାରଣ ଫୋନ୍ କଲ୍ କରି ବିନା ଇଣ୍ଟରନେଟ୍ରେ ନିଜ ମାତୃଭାଷାରେ ସଠିକ୍ ସ୍ୱାସ୍ଥ୍ୟ ପରାମର୍ଶ ପାଇପାରିବେ।
ଏହି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ପାଇଁ ପେଟେଣ୍ଟ୍ ଆବେଦନ ମଧ୍ୟ କରାଯାଇଛି।
ଏହି ବିକଶିତ ଆପ୍ ପ୍ରତ୍ୟେକ ମହିଳା, ବିଶେଷକରି ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ଏକ ବରଦାନ ସଦୃଶ ହେବ।
Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ନିକଟ ଅତୀତରେ ଏହି "ମାସିକା କେୟାର ପ୍ରାଇଭେଟ୍ ଲିମିଟେଡ୍"ର ୱେବ୍ସାଇଟ୍ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।
ଏନେଇ ପ୍ରତିଷ୍ଠାତା ଭୀଷ୍ମ ପଶାୟତ କହିଛନ୍ତି, ମା"ଙ୍କ ସର୍ଜରୀ ପରେ ଏହି ସମସ୍ୟା ବିଷୟରେ ଅବଗତ ହୋଇଥିଲି।
ପରେ ଡାକ୍ତରଙ୍କ ସହ ବିଚାରବିମର୍ଷରୁ ଏହାର ସମାଧାନ କରିବାକୁ ପରିକଳ୍ପନା କରିଥିଲି।
ଏହି ବିକଶିତ ବ୍ୟବସ୍ଥା ମହିଳାଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁମାତ୍ରାରେ ସହାୟକ ହେବ।
ବର୍ତ୍ତମାନ ଏନେଇ ଅଧିକ ଗବେଷଣା ଜାରି ରହିଥିବାବେଳେ ଏହା ଆଗାମୀ ଦିନରେ ଦେଶର ଡିଜିଟାଲ୍ ସ୍ୱାସ୍ଥ୍ୟ ବିପ୍ଳବରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛନ୍ତି।
"