2 Drivers Death: ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ଲାଗିଗଲା ନିଆଁ, ଟ୍ରକ ସହ ଜଳିଗଲେ ୨ ଚାଳକ
"ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଏକ ଛାତିଥରା ଦୁର୍ଘଟଣା ଘଟିଛି ।
ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ନିଆଁ ଲାଗି ଗାଡ଼ି ସହ ଦୁଇ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କାଇନ୍ତରା ଛକ ନିକଟ ଏସଏଚ-୧୦ ରେ ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁଲାଗିଯାଇଥିଲା।Advertisment ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ଟ୍ରକ୍କୁ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଡିଭାଇଡର ଡେଇଁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ଉଭୟ ଗାଡ଼ିରେ ନିଆଁ ବ୍ୟାପି ଯାଇଥିଲା।
ଦୁର୍ଭାଗ୍ୟବଶତଃ ଉଭୟ ଟ୍ରକ୍ର ଡ୍ରାଇଭର ଗାଡ଼ି ଭିତରୁ ବାହାରି ପାରିନଥିବାରୁ ସେମାନେ ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: 5 IAF personnel killed: ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ:୫ ଯବାନ ସହିଦ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ଖବର ପାଇ ଭଷ୍ମା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ମୃତ ଡ୍ରାଇଭରଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
"