Baranga: ଉଦଳାରେ ବାରଙ୍ଗ ପୁଲିସର ଖୋଳତାଡ଼

Jun 16, 2026 - 09:10
Baranga: ଉଦଳାରେ ବାରଙ୍ଗ ପୁଲିସର ଖୋଳତାଡ଼

"ବାରଙ୍ଗ/ତ୍ରିଶୁଳିଅା/ଉଦଳା-୧/ଦେବକୁଣ୍ଡ: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ ଖଲାଡ଼ି ପଞ୍ଚାୟତ ରାଇଦାଣ୍ଡିଆ ଗ୍ରାମରେ ଆଜି ବାରଙ୍ଗ ପୁଲିସ ପହଞ୍ଚି ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାର ଖୋଳତାଡ଼ କରି ଫେରି ଯାଇଛନ୍ତି।

ତଦନ୍ତ ଅଧିକାରୀ ସଞ୍ଜୟ କୁମାର ହାଁସଦାଙ୍କ ନେତୃତ୍ୱରେ ପୁଲିସର ଏକ ୪ ଜଣିଆ ଟିମ୍ ଆସି ଚନ୍ଦ୍ରିକାଙ୍କ ରାଇଦାଣ୍ଡିଆ ଗ୍ରାମସ୍ଥିତ ବାସଭବନରେ ଦୁଇଥର ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ।

ତେବେ ମୃତ୍ୟୁର ପୂର୍ବଦିନ ଚନ୍ଦ୍ରିକା କେଉଁଠି ଥିଲେ, ଏହାକୁ ପୁଲିସ ସ୍ପଷ୍ଟ କରି ନଥିବାରୁ ତାଙ୍କ ଭାଇ ଅସନ୍ତୋଷ ପ୍ରକାଶ କରିଛନ୍ତି।Advertisment 225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଭୀମସେନ ଟୁଡୁ ଗିରଫ ହେବାପରେ ପ୍ରଥମଥର ପୁଲିସ ତଦନ୍ତ ପାଇଁ ଉଦଳା ଆସିଥିଲା।

ଗତକାଲି ରାତିରେ ତଦନ୍ତକାରୀ ଟିମ୍ ଆସି ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ବେଳେ ଆଜି ସକାଳୁ ପୁଣିଥରେ ଆସି ତଦନ୍ତ କରିଥିଲେ।

ଭୀମସେନ ଓ ଚନ୍ଦ୍ରିକାଙ୍କ ସମ୍ପର୍କକୁ ନେଇ ପୁଲିସ ପଚରାଉଚରା କରିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।

ଦିନ ପ୍ରାୟ ୧ଟା ସମୟରେ ତଦନ୍ତକାରୀ ଦଳ ଫେରି ଯାଇଥିବା ବେଳେ ଏନେଇ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ।

225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ ତେବେ, ଆଇନ ବ୍ୟବସ୍ଥା ଉପରେ ଭରସା ରଖିବା ସହିତ ଝିଅକୁ ନ୍ୟାୟ ମିଳିବ ବୋଲି ଚନ୍ଦ୍ରିକାଙ୍କ ପିତା ବାଜୁ ହେମ୍ବ୍ରମ ଆଶା ପ୍ରକାଶ କରିଛନ୍ତି।

ଚନ୍ଦ୍ରିକାଙ୍କ ଭାଇ ନୟନଚାନ୍ଦ ଭଞ୍ଜବୀର ହେମ୍ବ୍ରମ ଭିନ୍ନ ମତ ପୋଷଣ କରିଛନ୍ତି।

ସେ କହିଛନ୍ତି, ପୁଲିସକୁ ଆମେ ତଦନ୍ତରେ ସବୁପ୍ରକାର ସାହାଯ୍ୟ କରୁଛୁ।

ମୃତ୍ୟୁର ପୂର୍ବଦିନ ଚନ୍ଦ୍ରିକା କେଉଁଠି ଥିଲେ ?

ଏଯାଏଁ ପୁଲିସ ସ୍ପଷ୍ଟ କରି ପାରିଲା ନାହିଁ।

ଆବଶ୍ୟକ ହେଲେ, ଆମେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ବାରା କରିବାକୁ ଦାବି କରିବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ,  ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଚନ୍ଦ୍ରିକାଙ୍କ ଡାଏରୀ ଏବଂ ଲାପଟପକୁ ଜବତ କରି ପାରିନି ପୁଲିସ।

ଭୀମସେନଙ୍କୁ ଗିରଫ ପରେ ମଧ୍ୟ ଏଗୁଡ଼ିକୁ ଉଦ୍ଧାର କରିବାରେ ପୁଲିସ ବିଫଳ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।"