18 JUNE 2026

Welcome!

Unlock your personalized experience.
Sign Up

G-7 Summit: ଜି-୭ ସମ୍ମିଳନୀ: ମୋଦୀ-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା: ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଲା ଭାରତ

Jun 18, 2026 - 06:20
G-7 Summit: ଜି-୭ ସମ୍ମିଳନୀ: ମୋଦୀ-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା: ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଲା ଭାରତ

ଏଭିଆନ: ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ସାରା ବିଶ୍ୱର ନଜର ରହିଥିବା ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଉଭୟ ନେତା ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଓ ଭାରତ-ପ୍ରଶାନ୍ତ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏହି ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଦିଗ ଥିଲା ସମୁଦ୍ର ମାର୍ଗରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା। ବିଶ୍ୱର ବିଭିନ୍ନ ସାମୁଦ୍ରିକ ପଥରେ ଗମନାଗମନ କରୁଥିବା ଲକ୍ଷଲକ୍ଷ ଭାରତୀୟ ନାବିକଙ୍କ ଜୀବନର ସୁରକ୍ଷା ଭାରତ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି। ନିକଟରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନା ମଧ୍ୟରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତର ଏହି ଦାବିକୁ ଗ୍ରହଣ କରିବା ସହ ଅନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ନିଶ୍ଚିତ କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Health Camp: ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସର ସ୍ବାସ୍ଥ୍ୟ ଶିବିର

ଭାରତର ସର୍ବଦା ଭଲ ବନ୍ଧୁ ହୋଇ ରହିବି: ଟ୍ରମ୍ପ

ବୈଠକରେ ଭାରତକୁ ସମସ୍ତ ସୁରକ୍ଷା ପ୍ରସଙ୍ଗରେ ସହଯୋଗର ନିର୍ଭର ପ୍ରତିଶ୍ରୁତି ଦେଇ ଟ୍ରମ୍ପ କହିଛନ୍ତି,  ଯଦି ଭାରତ ଉପରେ କେହି ଆକ୍ରମଣ କରେ ତେବେ ୱାସିଂଟନ ସର୍ବଦା ଭାରତ ସହିତ ଛିଡ଼ା ହେବ। ଭାରତ ପ୍ରତି ତାଙ୍କର ସମର୍ଥନକୁ ଦୋହରାଇ ସେ କହିଛନ୍ତି ଯେ ତାଙ୍କ ଶାସନ ସମୟରେ ୱାସିଂଟନ ଭାରତର ଏକ ଶକ୍ତିଶାଳୀ ସହଯୋଗୀ ଭାବେ ରହିବ। ଯେ ପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେ ପର୍ଯ୍ୟନ୍ତ ହ୍ବାଇଟ୍‌ ହାଉସ୍‌ରେ ଭାରତ ପାଇଁ ଜଣେ ଭଲ ବନ୍ଧୁ ଭାବେ ରହିବି ବୋଲି ସେ କହିଛନ୍ତି। ପଶ୍ଚିମ ଏସିଆ ପ୍ରସଙ୍ଗ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, ପଶ୍ଚିମ ଏସିଆରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା କରୁଛନ୍ତି। ବୈଠକ ପରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ-ଆମେରିକା ମଧ୍ୟରେ ଥିବା ରଣନୈତିକ ସମ୍ପର୍କ ବର୍ତ୍ତମାନ ଏକ  ନୂଆ ଶକ୍ତି ଓ ଗତି  ହାସଲ କରୁଛି। ଅପରପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବେ ଅଭିହିତ କରି ନିବିଡ଼ ସମ୍ପର୍କକୁ ପୁନର୍ବାର ପ୍ରଦର୍ଶନ କରିଛନ୍ତି।

Indian Economy: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି’

ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ବ୍ୟତୀତ ୟୁରୋପୀୟ ୟୁନିୟନ୍‌ର ପ୍ରମୁଖ ନେତାମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି। ଏହି ଆଲୋଚନାରୁ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଓ ୟୁରୋପୀୟ ୟୁନିୟନ୍‌ ମଧ୍ୟରେ ଏକ ଐତିହାସିକ  ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ନେଇ ସହମତି ପ୍ରକାଶ ପାଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଚାନ୍‌ସେଲର୍‌ ଫ୍ରେଡ୍ରିକ୍ ମେର୍ଜଙ୍କ ସହ ଆର୍ଥିକ ସହଯୋଗ ବୃଦ୍ଧି ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କିଙ୍କ ସହ ମଧ୍ୟ ପୃଥକ ଭାବେ ସାକ୍ଷାତ କରି ବିଶ୍ୱ ଶାନ୍ତି ଉପରେ ଆଲୋଚନା କରିଛନ୍ତି।