Domestic violence: ବଢ଼ୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା

Jun 16, 2026 - 09:10
Domestic violence: ବଢ଼ୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା

"ଭୁବନେଶ୍ବର:  ଚଳିତ ବର୍ଷ ମହିଳାମାନଙ୍କ ବିରୋଧରେ ଘରୋଇ ହିଂସା ଉପରମୁହାଁ ହୋଇଛି।

କମିସନରେଟ୍ ପୁଲିସ୍‌ର ଭୁବନେଶ୍ବର ୟୁପିଡି ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ,ପ୍ରାୟ ସାଢ଼େ ୫ମାସ ମଧ୍ୟରେ ଯୌତୁକ ନିର୍ଯାତନା, ଟଙ୍କା ପାଇଁ ହତ୍ୟା ଉଦ୍ୟମ, ମଦ ପିଇ ମାଡ଼ମାରିବା, ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହେଲାଣି।

ଆଉ ଏହି କ୍ରମରେ ପ୍ରାୟ ୩୫ରୁ ଅଧିକ ମାମଲାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିବା ବେଳେ ୧୦ରୁ ଅଧିକ ସ୍ବାମୀଙ୍କ ସଂପର୍କୀୟ ନିର୍ଯାତନା ଦେଇ ବନ୍ଧା ହୋଇଛନ୍ତି।ଘରୋଇ ହିଂସାକୁ ନେଇ ଦିଆଯାଇଥିବା ତଥ୍ୟ ଅନୁସାରେ, ଜାନୁଆରି ମାସରେ ୭ଜଣଙ୍କୁ ଗିରଫ କରିଥିବା ବେଳେ ଫେବ୍ରୁଆରିରେ ୮ଜଣ, ମାର୍ଚ୍ଚରେ ୧୦ଜଣ, ଏପ୍ରିଲ୍‌ରେ ୮ଜଣ, ମେ"ରେ ୧୬ଜଣ ଓ ଜୁନ୍ ୧୨ତାରଖ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଛି।Advertisment 2 cyber fraudsters: ବଲାଙ୍ଗୀରରୁ ବନ୍ଧାହେଲେ ୨ ସାଇବର ଠକ ପୁଲିସ୍ ପଞ୍ଝାରେ ୨ ପତ୍ନୀହନ୍ତା ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ଜଣେ ଯୁବକ ଗୋଡ଼େଇ ଗୋଡ଼େଇ ପତ୍ନୀକୁ ଛୁରି ଭୁସି ହତ୍ୟା କଲା।

ଏହା ପଛରେ କାରଣ ଥିଲା, ମଦ ପାଇଁ ଟଙ୍କା ନଦେବା।

ଏହି ସାମାନ୍ୟ କାରଣ ପାଇଁ ଜହ୍ଲାଦ ସ୍ବାମୀ ଦୀର୍ଘ ୭ବର୍ଷର ଜୀବନସାଥୀ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା।

ଚଳିତ ବର୍ଷ ହୋଲିରେ ଘଟିଥିବା ଏହି ହତ୍ୟାକାଣ୍ଡରେ ପୁଲିସ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲିକକୁ ଗିରଫ କରିଥିଲା।ସାମାନ୍ୟ ବଚସାକୁ କେନ୍ଦ୍ର କରି ୧୫ବର୍ଷର ବୈବାହିକ ସଂପର୍କକୁ ଉଜାଡ଼ି ଦେଇଥିଲା ସ୍ବାମୀ।

କାଠଫାଳିଆରେ ପିଟିପିଟି ନିଜ ପତ୍ନୀକୁ ହତ୍ୟା କରିଥିଲା।

ଏଭଳି ଏକ ସଙ୍ଗିନ ମାମଲାରେ ବଡ଼ଗଡ଼ ଥାନା ପୁଲିସ ସୁଶାନ୍ତ ସ୍ବାଇଁକୁ ଗତ ମାର୍ଚ୍ଚ ୩୧ତାରିଖ ରାତିରେ ଗିରଫ କରିଥିଲା।

ବଡ଼ଭାଇ ଅକ୍ଷୟଙ୍କ ଏତଲା ଆଧାରରେ ତାଙ୍କ ଭଉଣୀ ଅମ୍ବିକାଙ୍କୁ ଭିଣୋଇ ସୁଶାନ୍ତ ସବୁବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ।

ବାପଘରୁ ଟଙ୍କା ଆଣିବାକୁ ବାରମ୍ବାର ବାଧ୍ୟ କରୁଥିଲେ।

ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଭଉଣୀର ଜୀବନ ନେଇଗଲା।

Jamila: ଜମିଲା ରଜ ସଂକ୍ରାନ୍ତି, ଆଜି ‌ଶେଷ ରଜ କିଛି ଚର୍ଚ୍ଚିତ ଘରୋଇ ହିଂସା ନିଜ  ପରିବାରକୁ ଲୁଚାଇ ଜଣେ ଅନ୍ୟ ଧର୍ମର ଯୁବତୀଙ୍କୁ ବିବାହ କଲା।

କିଛି ଦିନ ପରେ ଯୁବତୀ ଜଣକ ଅନ୍ୟ ଧର୍ମର ବୋଲି ଜଣାପଡ଼ିବା ପରେ  ଯୁବକଙ୍କ ପରିବାର ଲୋକେ ତାଙ୍କୁ ବୋହୂ ଭାବେ ସ୍ବୀକାର କରିନଥିଲେ।

ଏହା ପରେ ଯୁବକ ଜଣକ ଚଞ୍ଚକତା କରି ନିଜ ପତ୍ନୀଙ୍କ ଗର୍ଭ ନଷ୍ଟ କରିଥିଲେ।

ଏହା ପରେ ଷଡ଼୍‌ଯନ୍ତ୍ର କରି ପତ୍ନୀଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଦେଲେ।

ଏଭଳି କିଛି ଅଭିଯୋଗକୁ ଭିତ୍ତି କରି ଭରତପୁର ଥାନା ପୁଲିସ ଗତ ଏପ୍ରିଲ୍ ମାସରେ ଜଣେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର୍‌ଙ୍କ ପୁଅ ରଘୁବୀର ନାୟକକୁ ଗିରଫ କରିଥିଲା।ଘରର ସଂପର୍କୀୟ ମହିଳାଙ୍କୁ ଦୁଷ୍କର୍ମ କଲେ।

ପରେ ସେ ସବୁ କେଳେଙ୍କାରୀକୁ ମୋବାଇଲ୍‌ରେ କଏଦ୍ କରି ଟଙ୍କା ଦାବି କରିଥିଲେ।

ଏଭଳି ଏକ ସମ୍ବେଦନଶୀଳ ଏତଲାରେ ଗତ ଏପ୍ରିଲ୍ ୨୫ରେ ମହିଳା ଥାନା ପୁଲିସ ୨ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଦୁଷ୍କର୍ମ ଓ ଆଇଟି ଆକ୍ଟ୍ ସମେତ, ଅସଦାଚରଣ ଓ ସ୍ବାମୀର ପରିବାର ତଥା ସଂପର୍କୀୟଙ୍କ ସଂପୃକ୍ତି ପାଇଁ ବିଏନ୍ଏସ୍‌ ୮୫ ଲଗାଇ ଚିତ୍ରସେନ ମହାପାତ୍ର ଓ ଅରୁଣ ବଳିୟାରସିଂହକୁ ପୁଲିସ ଗିରଫ କରିଥିଲା।"