18 JUNE 2026

Welcome!

Unlock your personalized experience.
Sign Up

Low pressure: ମାସ ଶେଷକୁ ଲଘୁଚାପ: ସବଳ ହେବ ମୌସୁମୀ, ଗରମରୁ ମିଳିବ ମୁକ୍ତି

Jun 18, 2026 - 06:20
Low pressure: ମାସ ଶେଷକୁ ଲଘୁଚାପ: ସବଳ ହେବ ମୌସୁମୀ, ଗରମରୁ ମିଳିବ ମୁକ୍ତି

ଭୁବନେଶ୍ବର: ଜୁନ୍ ଶେଷ ଆଡ଼କୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହେବ। କାରଣ ୨୮ରୁୁ ୩୦ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି। ଯଦିଓ ଏହା କେତେ ଘନୀଭୂତ ହେବ ସେ ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନାହିଁ, ତଥାପି ଜୁନ୍ ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ଚାଲିଥିବା ଦୁର୍ବଳ ମୌସୁମୀ ପାଗ ବଦଳି ଏକ ସକ୍ରିୟ ବର୍ଷା ପର୍ଯ୍ୟାୟ ଆରମ୍ଭ ହେବା ନେଇ ମଧ୍ୟମ ଆଶା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। 

Indian Economy: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି’

ଡ. ପଶୁପାଳକ କହିଛନ୍ତି ଏହି ପାଣିପାଗ ନିୟାମକର ଗତିପଥ, ସ୍ଥାନ ଓ ତୀବ୍ରତା ସମ୍ପର୍କରେ ୨୩ ଜୁନ୍ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ। ଯଦି ବର୍ତ୍ତମାନର ସଙ୍କେତ ସ୍ଥିର ରୁହେ, ତେବେ ମୌସୁମୀ ସକ୍ରିୟ ହେବା ଫଳରେ ଚାଲିଥିବା ଶୁଖିଲା ପାଗ ଓ ଗରମରୁ ଆଶ୍ୱସ୍ତି ମିଳିବ। ଏହି ବର୍ଷା ଓଡ଼ିଶା ସମେତ ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ଭାରତର ପଡ଼ୋଶୀ ରାଜ୍ୟ ଯଥା: ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ମଧ୍ୟ ବ୍ୟାପିବ ବୋଲି ସେ କହିଛନ୍ତି।     ଏବେର ପାଣିପାଗ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି, ୧୭ରୁ ୨୧ ଜୁନ୍‌ ମଧ୍ୟରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ। ରାତିରେ ମଧ୍ୟ ଗରମ ଅନୁଭୂତ ହେବ, ଯାହା ଲୋକଙ୍କ କଷ୍ଟ ବଢ଼ାଇବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗରମ ଜାରି ରହିବ। ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ ନାହିଁ; କେବଳ କେତେକ ଜାଗାରେ ବିଜୁଳି, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୨ରୁ ୨୪ ଜୁନ୍‌ ମଧ୍ୟରେ ମୌସୁମୀ ଫେରିବାର ପ୍ରାରମ୍ଭିକ ସଙ୍କେତ ଦେଖାଯିବ। ଆକାଶରେ ମେଘର ପରିମାଣ ଧୀରେଧୀରେ ବଢ଼ିବ। ଏହାସହ ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ, ଯାହା ଦର୍ଶାଉଛି ଯେ ମୌସୁମୀ ବାୟୁ ପ୍ରବାହ ଧୀରେଧୀରେ ଶକ୍ତିଶାଳୀ ହେଉଛି। ଜୁନ୍‌ ୨୩ରୁ ୨୭ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଉପକୂଳ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ବର୍ଷାର ପ୍ରଭାବ ଧୀରେଧୀରେ ପଶ୍ଚିମ ଓଡ଼ିଶା ଆଡ଼କୁ ମଧ୍ୟ ବଢ଼ିବ। ମୌସୁମୀ ବାୟୁ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ କମିବ। ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଞ୍ଚଳ ଯେପରିକି ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ।

Indian Economy: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି’

ସେପଟେ ମୌସୁମୀ ଟ୍ରଫ୍‌ ଲାଇନ୍‌ ସୋଲାପୁର, ହାଇଦ୍ରାବାଦ, କୋରାପୁଟ, ଫୁଲବାଣୀ, ରାଞ୍ଚି, ମୁଜାଫର୍‌ନଗର ହୋଇଗତି କରୁଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତାକାଲି ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।