୩ଟି ଉଦଘାଟନୀ ଉତ୍ସବ

Jun 08, 2026 - 15:55
୩ଟି ଉଦଘାଟନୀ ଉତ୍ସବ

 ଏଥର ବିଶ୍ୱକପରେ ୩ଟି ଉଦଘାଟନୀ ଉତ୍ସବ ଆୟୋଜନ ହେବ । ଯେହେତୁ ୩ଟି ରାଷ୍ଟ୍ର ମିଳିତ ଭାବେ ଫିଫା ବିଶ୍ୱକପ ଆୟୋଜନ କରୁଛନ୍ତିା ସେ ଦୃଷ୍ଟିରୁ ୩ଟି ଉଦଘାଟନୀ ଉତ୍ସବ ପାଇଁ ଯୋଜନା ହୋଇଛି । ମେକ୍ସିକୋରେ ଜୁନ ୧୧ରେ ପ୍ରଥମ ଉଦଘାଟନୀ ଉତ୍ସବ ହେବ । ଇଷ୍ଟାଡିଓ ବାନୋରଟେ ଷ୍ଟାଡିୟମରେ ହେବାକୁଥିବା ରଙ୍ଗାରଙ୍ଗ ଉତ୍ସବରେ ମେକ୍ସିକାନ ରକବ୍ୟାଣ୍ଡ ମାନା, ମେକ୍ସିକାନ ସିଙ୍ଗର ଆଲେକ୍ସଜାଣ୍ଡ୍ରୋ ଫର୍ଣ୍ଣାଣ୍ଡିଜ୍‌ ବେଲିଣ୍ଡା ଏବଂ ଲିଆ ଡନ୍ସ ନିଜର କାର୍ଯ୍ୟକ୍ରମ ପରିବେଷଣ କରିବେ । ଲସ ଆଲେଞ୍ଜର୍ସ ଆଜୁଲେସ, ଦକ୍ଷିଣ ଆଫ୍ରିକୀୟ ଗାୟକ ଟାଇଲା, କଲମ୍ବିଆ ଗାୟକ, ଜେ ବଲଭିନ ଏବଂ ଭେନଜୁଏଲା ଗାୟକ ଡାନି ଓସେନ ମୁଖ୍ୟ ଆକର୍ଷଣ ହେବେ । କାନାଡାରେ ଜୁନ ୧୨ରେ ଉଦଘାଟନୀ ଉତ୍ସବ ହେବ । ଟରଣ୍ଟୋ ସ୍ଥିତ ବିଏମଓ ଷ୍ଟାଡିୟମରେ କାନାଡା ଗାୟକ ଆଲାନିସ ମୋରିସଷ୍ଟେଲ, ଆଲସିଆ କାରା ଜେସିସ ରିଆଜ୍‌, ମିଚେଲ ବବୁଲ, ନୋରା ଫତେ ଏବଂ ଓ୍ୱିଲୟମ ପ୍ରିନ୍ସ, ପାଲେଷ୍ଟାଇନ ଗାୟକ ଇଲ୍‌ିଆନା, ବାଂଲାଦେଶୀ ଆମେରିକାନ ବିଜେ ସଞ୍ଜୟ ଏବଂ ଫ୍ରାନ୍ସ ଗାୟକ ଭେଗେଡିଲ ନୃତ୍ୟଗୀତ ପରିବେଷଣ କରିବେ । ସେହି ସମାନଦିନ ଆମେରିକାରେ ମଧ୍ୟ ଉଦଘାଟନୀ ଉତ୍ସବ ଲସ ଏଞ୍ଜେଲର୍ସର ସୋଫି ଷ୍ଟାଡିୟମରେ ହେବ । ଆମେରିକା ଗାୟକ କାଟିପେରି, ବେଲିଡ୍ୟାନ୍ସ, ବ୍ରାଜିଲ ଗାୟକ ଆନିଟା, ନାଇଜେରିଆ ଗାୟକ ରିମା ଏବଂ ଦ.ଆଫ୍ରିକା ଗାୟକ ଟାଏଲା କାର୍ଯ୍ୟକ୍ରମ ପରିବେଷଣ କରିବେ ।