ବସ- ବାଇକ ଧକ୍କା ୭ ଗୁରୁତର
ମୋହନା : ବାଇକ କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ । ଆଜି ସକାଳେ 'ବିକ୍ରାନ୍ତ' ନାମକ ଘରୋଇ ଯାତ୍ରୀବାହୀ ବସ ଟି ଯାଉଥିବାବେଳେ ଗଜପତିଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ନିକଟ ବୁଲାଣି ରାସ୍ତାରେ ଏକ ବାଇକ କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସିପଡିଥିଲା । ଏଥିରେ ୨ ବାଇକ ଆରୋହୀଙ୍କ ସହ ୫ଜଣ ବସ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ ଅଡବା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବୁଲାଣି ରାସ୍ତା ହୋଇଥିବାରୁ ସେହି ସ୍ଥାନରେ ପୂର୍ବରୁ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।