ପାତ୍ରପଡା ସୁତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ,କାରଣ ଅସ୍ପଷ୍ଟ

Aug 03, 2026 - 12:02
ପାତ୍ରପଡା ସୁତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ,କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ା ସ୍ଥିତ ସୁତା ଏବଂ କପଡା ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ ତୁଳା ପ୍ରୋସେସି ୟୁନିଟ ଯୋଗୁଁ ଅନେକ କପଡା ମଧ୍ୟ କଟପିସ ପଡ଼ିରହିଛି କମ୍ପାନୀ ପରିସରରେ ହଠାତ୍ ନିଆଁ ଲାଗିଯିବା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।  ତୁଳା ପ୍ରୋସେସି ୟୁନିଟ ରେ ନିଆଁ ଲାଗିଯିବା ଯୋଗୁଁ ଭୟଙ୍କର ରୂପ ଧାରଣ କରି ସମଗ୍ର କମ୍ପାନୀକୁ ବ୍ୟାପି ଯାଇଛି । ବାଧ୍ୟ ହୋଇ ଜେସିବି ଜରିଆରେ ତୁଳାକୁ କାଢ଼ିବା ପାଇଁ ପ୍ରୟାସ । ସେଠାରେ ଥିବା ଗୋଟିଏ କପଡା ଗୋଦାମରେ ମଧ୍ୟ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଓ ଧୂଆଁରେ ସମଗ୍ର ଅଂଚଳ ଢାଙ୍କି ହୋଇ ରହିଛି । କମ୍ପାନୀର ଚାରିପାଖରେ ଡିଜି ମେସିନ୍ ସବୁ ଥିବାରୁ ସେଗୁଡ଼ିକରେ ନିଆଁ ଲାଗି ବଡ଼ ଧରଣର ବିସ୍ଫୋରଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ୩ଟି ଦମକଲ ଗାଡି ନିୟୋଜିତ ଅଛନ୍ତି । ଏହାସହ ଅଗ୍ନିଶମ ବାହିନୀ ସହିତ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି । ନିଆଁର ଭୟାବହତା ଅଧିକ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ରୋବୋଟିକ୍ ମନିଟରର ସାହାଯ୍ୟ ନିଆଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।