ସ୍କୁଲ ଛାତ୍ରୀଙ୍କୁ ପ୍ରିନ୍ସପାଲଙ୍କ ଅସଦାଚରଣ ଅଭିଯୋଗ
ଝାରସୁଗୁଡ଼ା : ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଛାତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ । ଝାରସୁଗୁଡ଼ା ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟ (JNV)ର ପ୍ରିନ୍ସପାଲ ସାଗର ଶାହାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ଯୁକ୍ତ ଦୁଇ (+୨) ଛାତ୍ରୀ । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ପ୍ରିନ୍ସପାଲଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ ଗତ, ୨୩ ତାରିଖରେ ଅଧ୍ୟକ୍ଷଙ୍କ ବିରୋଧରେ ଛାତ୍ରୀଜଣଙ୍କ ଆପତ୍ତିଜନକ ବ୍ୟବହାର ଏବଂ ଅସଭ୍ୟ ଭାଷା ପ୍ରୟୋଗ କରିଥିବାର ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଅଧ୍ୟକ୍ଷ ଏବଂ ଛାତ୍ରୀ ଉଭୟଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଅଭିଯୋଗକୁ ନେଇ ପ୍ରିନ୍ସପାଲଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ସଦର ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ପୋକ୍ସୋ (POCSO) ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ପୋଲିସ ‘ଜିରୋ ଟଲରେନ୍ସ’ ନୀତି ଆପଣାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
