ସପା-କଂଗ୍ରେସ ମଧ୍ୟରେ ଆସନ ଅଙ୍କକସା

Nov 24, 2026 - 18:12
ସପା-କଂଗ୍ରେସ ମଧ୍ୟରେ ଆସନ ଅଙ୍କକସା

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ଜାରି। ୪୦୩ ବିଧାନସଭା ଆସନ ମଧ୍ୟରୁ ପୂର୍ବରୁ କଂଗ୍ରେସ ୧୮୧ ଆସନରେ ଲଢିବ ବୋଲି ଦାବି କରୁଥିଲା। ମାତ୍ର ପରେ ଏହି ସଂଖ୍ୟା ୧୦୦ରୁ ୧୨୦କୁ ଖସିଥିବା କୁହାଯାଉଛି। ତେବେ ପୁଣି ଏହି ସଂଖ୍ୟା ୭୦ରୁ ୮୦ କୁ ଆସିଛି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରିଙ୍କ ଘରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ ସ୍ପଷ୍ଟ ବୁଝାମଣା ହୋଇ ନଥିବା ସୂଚନା ମିଳିଛି। ତେବେ କଂଗ୍ରେସକୁ ସମାଜବାଦୀ ପାର୍ଟି ୨୬ଟି ଆସନ ଯାଚିଥିବା ଚର୍ଚ୍ଚା ହେଉଛି।

୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧିକ ଆସନ ଦାବି କରୁଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି କଂଗ୍ରେସକୁ ଆସନ ଦିଆଯାଉଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଥିଲା ମାତ୍ର ୨ ଆସନ। ସମାଜବାଦୀ ପାର୍ଟି ପାଇଥିଲା ୧୧୧ ଆସନ। ସମାଜବାଦୀ ପାର୍ଟି କହିଛି, ଆସନ ବଣ୍ଟନ ପ୍ରସଙ୍ଗରେ କୌଣସି ପ୍ରକାର ବିପଦ ନେବାକୁ ଦଳ ଚାହୁଁନାହିଁ। ବିଜେପିକୁ କ୍ଷମତାରୁ ହଟାଇବା ହିଁ ଦଳର ଏକମାତ୍ର ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି। ଖୁବ୍ ଶୀଘ୍ର ଆସନ ବଣ୍ଟନ ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି।..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)